FIFA World Cup: ବେଲିଂହାମ୍‌ଙ୍କ ଯୁଗଳ, ମେକ୍ସିକୋକୁ ୩-୨ରେ ପରାସ୍ତ କରି କ୍ବାର୍ଟରରେ ଇଂଲଣ୍ଡ

1 hour ago 1
ARTICLE AD BOX

ମେକ୍ସିକୋ ସିଟି: ଫିଫା ବିଶ୍ୱକପର ଏକ ରୋମାଞ୍ଚକର ପ୍ରିକ୍ବାର୍ଟରଫାଇନାଲ୍‌ ମ୍ୟାଚ୍‌ରେ ଇଂଲଣ୍ଡ ଆୟୋଜକ ମେକ୍ସିକୋକୁ ୩-୨ ଗୋଲରେ ପରାସ୍ତ କରି କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛି। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ହୋଇଥିବା କଡ଼ା ସଂଘର୍ଷ ଦର୍ଶକଙ୍କ ଉତ୍ସାହକୁ ଚରମ ସୀମାକୁ ନେଇଥିଲା। ଏହାକୁ ଇଂଲଣ୍ଡ ଫୁଟବଲ୍‌ ଦଳର ଅନ୍ୟତମ ସ୍ମରଣୀୟ ବିଜୟ ବୋଲି କୁହାଯାଉଛି, କାରଣ ୧୦ ଖେଳାଳି ସହ ଖେଳିଥିଲା ଏହି ୟୁରୋପୀୟ ଦଳ। ଅନ୍ୟପକ୍ଷରେ ଏହି ପରାଜୟ ସହ ଆୟୋଜକ ମେକ୍ସିକୋ ବିଶ୍ବକପ୍‌ରୁ ବିଦାୟ ନେଇଛି। କ୍ବାର୍ଟରଫାଇନାଲ୍‌ରେ ନରଓ୍ବେକୁ ଭେଟିବ ଇଂଲଣ୍ଡ।

Neymar Retirement: ବ୍ରାଜିଲର ବିଶ୍ୱକପ୍ ବିଦାୟ ପରେ ନେମାରଙ୍କ ଅବସର ଘୋଷଣା

ମ୍ୟାଚ୍ର ଆରମ୍ଭରୁ ମେକ୍ସିକୋ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ଇଂଲଣ୍ଡ ଧୀରେ ଧୀରେ ମ୍ୟାଚ୍ ଉପରେ ନିୟନ୍ତ୍ରଣ ଆଣିଥିଲା। ୩୬ତମ ମିନିଟ୍‌ରେ ବୁକାୟୋ ସାକାଙ୍କ ଚମତ୍କାର କ୍ରସ୍‌କୁ ଜୁଡ୍ ବେଲିଂହାମ୍ ହେଡ୍ ମାଧ୍ୟମରେ ଗୋଲରେ ପରିଣତ କରି ଇଂଲଣ୍ଡକୁ ଆଗୁଆ କରିଥିଲେ। ମାତ୍ର ଦୁଇ ମିନିଟ୍ ପରେ ବେଲିଂହାମ୍ ପୁଣିଥରେ ଗୋଲ କରି ଦଳର ବ୍ୟବଧାନକୁ ୨-୦ କରିଦେଇଥିଲେ। ତେବେ ୪୨ତମ ମିନିଟ୍‌ରେ ଜୁଲିଆନ୍ କ୍ୱିନୋନେସ୍ ମେକ୍ସିକୋ ପକ୍ଷରୁ ଗୋଲ ପରିଶୋଧ କରି ବ୍ୟବଧାନକୁ ୨-୧ କରିଥିଲେ।

ଦ୍ୱିତୀୟାର୍ଦ୍ଧରେ ଇଂଲଣ୍ଡ ପାଇଁ ବଡ଼ ଝଟକା

ଦ୍ୱିତୀୟାର୍ଦ୍ଧରେ ଇଂଲଣ୍ଡ ପାଇଁ ବଡ଼ ଝଟକା ଲାଗିଥିଲା। ୫୩ତମ ମିନିଟ୍‌ରେ ଜାରେଲ୍ କ୍ୱାନ୍ସା ଲାଲ୍ କାର୍ଡ ଦେଖି ପଡ଼ିଆ ଛାଡ଼ିବାରୁ ଇଂଲଣ୍ଡ ୧୦ ଜଣ ଖେଳାଳିଙ୍କ ସହ ଖେଳିବାକୁ ବାଧ୍ୟ ହୋଇଥିଲା। କିନ୍ତୁ ୬୦ ତମ ମିନିଟ୍‌ରେ ହ୍ୟାରି କେନ୍ ପେନାଲ୍ଟିକୁ ସଫଳତାର ସହ ଗୋଲରେ ପରିଣତ କରି ସ୍କୋରକୁ ୩-୧ କରିଦେଇଥିଲେ। ପରେ ୬୯ତମ ମିନିଟ୍‌ରେ ରାଉଲ୍ ଜିମେନେଜ୍ ପେନାଲ୍ଟିରୁ ମେକ୍ସିକୋର ଦ୍ୱିତୀୟ ଗୋଲ କରି ରୋମାଞ୍ଚ ବଢ଼ାଇଥିଲେ। ଶେଷ ୧୧ ମିନିଟ୍‌ର ଆହତ ସମୟରେ ମେକ୍ସିକୋ ଲଗାତାର ଆକ୍ରମଣ କରିଥିଲେ ମଧ୍ୟ ଇଂଲଣ୍ଡର ରକ୍ଷଣଭାଗ ଏବଂ ଗୋଲରକ୍ଷକ ଜୋର୍ଡାନ୍ ପିକଫୋର୍ଡ ଦୃଢ଼ ପ୍ରଦର୍ଶନ କରି ସମସ୍ତ ଚେଷ୍ଟାକୁ ବିଫଳ କରିଥିଲେ। ଶେଷ ହ୍ବିସଲ୍‌ ବାଜିବା ସହିତ ଇଂଲଣ୍ଡ ୩-୨ ଗୋଲରେ ବିଜୟୀ ହୋଇ କ୍ବାର୍ଟରରେ ସ୍ଥାନ ସୁନିଶ୍ଚିତ କରିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.