FIFA World Cup: ବିଶ୍ବକପ୍‌ ପାଇନାଲ୍‌ ଦେଖିବେ ଟ୍ରମ୍ପ

1 hour ago 1
ARTICLE AD BOX

ନ୍ୟୁୟର୍କ: ରବିବାର ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଚଳିତ ଫିଫା ବିଶ୍ବକପ୍‌ ଫାଇନାଲ୍‌ଷର ଆମେରିକା ରାଷ୍ଟ୍ରପତି ଡୋନାଲ୍ଢ ଟ୍ରମ୍ପ୍‌ ଯୋଗଦେବେ ବୋଲି ହ୍ବାଇଟ୍‌ ହାଉସ୍‌ ଗଣମାଧ୍ୟମ ସମ୍ପାଦକ କାରୋନିଲ ଲିଆଭିଟ୍‌ ଶୁକ୍ରବାର ସୂଚନା ଦେଇଛନ୍ତି। ଏହି ଟ୍ରଫି ଲଢ଼େଇରେ ଆର୍ଜେଣ୍ଟିନା ଓ ସ୍ପେନ୍‌ ମୁହାଁମୁହିଁ ହେବେ।

ଲିଆଭିଟ୍‌ ଦେଇଛନ୍ତି ସୂଚନା 

ଏକ ସାମ୍ବାଦିକ ସମ୍ମିଳନୀରେ ଲିଆଭିଟ୍‌ କହିଛନ୍ତି ଯେ ‘‘ଆମେ ରବିବାରର ଫାଇନାଲ ମ୍ୟାଚ୍‌କୁ ଅପେକ୍ଷା କରିଛୁ। ମୁଁ ଜାଣିଛି ରାଷ୍ଟ୍ରପତି ଏଥିରେ ସାମିଲ ହେବେ। ତାଙ୍କର ଉପସ୍ଥିତିରେ ଆମେରିକା ଇତିହାସରେ ସବୁଠୁ ଅଧିକ ଲୋକ ଦେଖିଥିବା, ସୁରକ୍ଷିତ ଏବଂ ଅଧିକ ସଫଳ ବିଶ୍ବକପ୍‌ର ପରିସମାପ୍ତି ହେବ।’ ଟ୍ରମ୍ପ୍‌ କେଉଁ ଦଳକୁ ସମର୍ଥନ କରନ୍ତି ପ୍ରଶ୍ନରେ ସେ କହିଥିଲେ, ତାଙ୍କ ପସନ୍ଦ ମୁଁ କହିପାରିବିନି। ସେ ଆପଣମାନଙ୍କୁ ଏହି ମଜାଳିଆ ପ୍ରଶ୍ନର ଉତ୍ତର ଦେଇପାରିବେ।’’ ଶନିବାର ନ୍ୟୁୟର୍କ ସିଟି ସ୍ଥିତ ଟ୍ରମ୍ପ ଟାୱରରେ ହେବାକୁଥିବା ଫିଫା ‌ନୈଶ୍ୟଭୋଜିରେ ଆମେରିକା ରାଷ୍ଟ୍ରପତି ଯୋଗ ଦେବେ ବୋଲି ଲିଆଭିଟ୍‌ ଏହି ଅବସରରେ ସୂଚନା ଦେଇଛନ୍ତି।

PV Sindhu: ଜାପାନ ଓପନ୍‌ ସେମିରେ ସିନ୍ଧୁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.