Fear of landslides: ଭୂସ୍ଖଳନ ଭୟ: ଜିଲ୍ଲାପାଳଙ୍କୁ ଫେରାଦ ହେଲେ ୨ ଗାଁର ଲୋକେ, ‘ଗାଁ ଛାଡ଼ିବୁ, ଥଇଥାନ କର’

21 minutes ago 1
ARTICLE AD BOX

ଘୁ.ଉଦୟଗିରି: ‘ଅର୍ଣ୍ଣବ ବାତ୍ୟା ଗାଁକୁ ଛାର୍‌ଖାର କଲା। ଭୂସ୍ଖଳନ ଆମକୁ ସର୍ବସ୍ବାନ୍ତ କରିଦେଲା। ଭଗବାନଙ୍କ ଦୟାରୁ ଜୀବନ ବଞ୍ଚିଗଲା। କିନ୍ତୁ ସେହି ଭୟଙ୍କର ଅନୁଭୂତି ମନରୁ ଲିଭିପାରୁନି। ଏବେ ଆମକୁ ପ୍ରତି ମୁହୂର୍ତ୍ତରେ ଭୂସ୍ଖଳନର ଭୟ ଘାରୁଛି। ଏଭଳି ପରିସ୍ଥିିତିରେ ଆଉ ଏକ ବାତ୍ୟା ଆସୁଥିବାରୁ ଗାଁରେ ଭୟର ବାତାବରଣ ଲାଗିରହିଛି। ଏଣୁ ଆମେ ସେହି ଗାଁକୁ ଛାଡ଼ିଦେବୁ। ସରକାରୀସ୍ତରରେ ଆମକୁ ଅନ୍ୟତ୍ର ଥଇଥାନ କରାଯାଉ।’ ଏଭଳି ନିବେଦନ ନେଇ କନ୍ଧମାଳଜିଲ୍ଲା ଘୁ.ଉଦୟଗିରି ବ୍ଲକର ବଲିଙ୍ଗିଆ ଓ ବାଙ୍ଗୁରି (ସିପାଏଜୁ) ଗ୍ରାମର ବାସିନ୍ଦା ଆଜି ଜିଲ୍ଲାପାଳ ବେଦଭୂଷଣଙ୍କୁ ଫେରାଦ ହୋଇଛନ୍ତି। ଗାଁରେ ରହିବାକୁ ସୁରକ୍ଷିତ ମଣୁ ନଥିବାରୁ ୨୪ଟି ପରିବାରର ୭୦ ଜଣ ସଦସ୍ୟଙ୍କୁ ଅନ୍ୟତ୍ର ସ୍ଥାୟୀ ଭାବେ ଥଇଥାନ କରିବାକୁ ନିବେଦନ କରିଛନ୍ତି। 

Aparahna Delhi Utsav: ଅପରାହ୍ନ ଦିଲ୍ଲୀ ଉତ୍ସବ ମହା ସମାରୋହରେ ପାଳିତ

ବାତ୍ୟା ଅର୍ଣ୍ଣବରେ ପ୍ରବଳ ବର୍ଷା ଯୋଗୁଁ ଉପରୋକ୍ତ ଦୁଇ ଗାଁରେ ବଡ଼ଧରଣର ଭୂସ୍ଖଳନ ହୋଇଥିଲା। ପାହାଡ଼ରୁ ମାଟି ଓ ପଥର ଖସି ରାସ୍ତା ଅବରୋଧ ହେବା ସହ ଗାଁକୁ‌ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ‌ହେଲେ ସୌଭାଗ୍ୟବଶତଃ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିଥିଲା। ଏବେ ସ୍ଥିତି ସ୍ବାଭାବିକ ପରେ ଲୋକେ ନିଜ ଗାଁକୁ ଫେରିଛନ୍ତି। କିନ୍ତୁ ମନରୁ ଭୟ ଯାଉନି। ବଲିଙ୍ଗିଆ ଗ୍ରାମ ପାହାଡ଼ ତଳେ ଏକ ଅପହଞ୍ଚ ଅଞ୍ଚଳରେ ରହିଥିବା ବେଳେ ଉପର ଝରଣାରୁ ଅନବରତ ପାଣି ପ୍ରବାହିତ ହେଉଛି। ଫଳରେ ପୁଣି ଭୂସ୍ଖଳନର ଆଶଙ୍କା ଲାଗି ରହିଛି। ଛୋଟପିଲାଙ୍କୁ ନେଇ ରହିବାକୁ ସୁରକ୍ଷିତ ମଣୁ ନଥିବାରୁ ଅନ୍ୟତ୍ର ସ୍ଥାନାନ୍ତର କରି ସ୍ଥାୟୀ ଥଇଥାନ ପାଇଁ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। 

Attack: ହର୍ମୁଜ୍ ପ୍ରଣାଳୀରେ ମାଇନ୍ ବିସ୍ଫୋରଣ: ନିଆଁ ଲାଗି ତୈଳବାହୀ ଜାହାଜ କ୍ଷତିଗ୍ରସ୍ତ

ଜିଲ୍ଲାପାଳ, ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣିତା ଦାସ, ଆଇଏଏସ୍ (ପ୍ରୋବେସନ) ଯଶକରଣ ସିଂ ଓ ଘୁ.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର ଦୁଇ ଗ୍ରାମର ଲୋକଙ୍କ ସହ ଆଲୋଚନା କରିଥିଲେ। ପ୍ରତ୍ୟେକ ପରିବାର ପାଇଁ ଜମି ଚିହ୍ନଟ କରି ଅତିଶୀଘ୍ର ଥଇଥାନ କରିବାକୁ ଉଦ୍ୟମ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ଆଗକୁ ଆସୁଥିବା ବାତ୍ୟା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ସୁରକ୍ଷିତ ଆଶ୍ରୟସ୍ଥଳକୁ ଚାଲିଯିବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.