ARTICLE AD BOX
ବର୍ତ୍ତମାନ ସମୟରେ ପରିବେଶ ପ୍ରଦୂଷଣ, ପ୍ଲାଷ୍ଟିକ୍ର ଅତ୍ୟଧିକ ବ୍ୟବହାର, ବୃକ୍ଷନାଶ ଓ ବର୍ଜ୍ୟବସ୍ତୁର ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇ ଆମ ପୃଥିବୀର ସନ୍ତୁଳନକୁ ବିପର୍ଯ୍ୟସ୍ତ କରୁଛି। ଆମେ ଆୟୋଜନ କରୁଥିବା ପ୍ରତ୍ୟେକ ସଭା, ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିବେଶ ଅନୁକୂଳ କରି ଏକ ସବୁଜ ଓ ସ୍ୱଚ୍ଛ ପୃଥିବୀ ଗଠନ ଦିଗରେ ଛୋଟ ଛୋଟ ପଦକ୍ଷେପ ନେଇପାରିବା। ତେଣୁ ପ୍ରାକୃତିକ ସାମଗ୍ରୀର ବ୍ୟବହାର, ପ୍ଲାଷ୍ଟିକ୍ର ପରିହାର, ବୃକ୍ଷରୋପଣ, ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା ଓ ଖାଦ୍ୟ ଅପଚୟ ରୋକିବା ଭଳି ପଦକ୍ଷେପ ମାଧ୍ୟମରେ ଆମେ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଏକ ସଫଳ ଓ ପରିବେଶ ସଚେତନ କାର୍ଯ୍ୟକ୍ରମରେ ପରିଣତ କରିପାରିବା।
Rahul Gandhi: ୨୦୨୭ରେ ଭାରତର ଜିଡିପି ଅଭିବୃଦ୍ଧି ୭.୨% ରହିବ ବୋଲି ଗୋଲ୍ଡମ୍ୟାନ୍ ସାକ୍ସର ଆକଳନ
l କାର୍ଯ୍ୟକ୍ରମକୁ ଆସୁଥିବା ପ୍ରତ୍ୟେକ ଅତିଥିଙ୍କୁ ଫୁଲତୋଡ଼ା ବଦଳରେ ଗୋଟିଏ ଛୋଟ ଗଛ ଉପହାର ଦିଆଯାଇପାରେ।
l କାର୍ଯ୍ୟକ୍ରମର ପ୍ରଚାର ଓ ସାଜସଜ୍ଜା ପାଇଁ ପ୍ଲାଷ୍ଟିକ୍ ଫ୍ଲେକ୍ସ ବ୍ୟବହାର ନକରି କପଡ଼ା, କାଗଜ କିମ୍ବା ପୁନଃବ୍ୟବହାରଯୋଗ୍ୟ ବ୍ୟାନର୍ ବ୍ୟବହାର କରିବା ଉଚିତ।
l ମଞ୍ଚକୁ ସଜାଇବା ପାଇଁ ପ୍ଲାଷ୍ଟିକ୍ ଫୁଲ ଓ ଥର୍ମୋକଲ୍ ବ୍ୟବହାର ନକରି ବାଉଁଶ, ମାଟିପାତ୍ର, ପତ୍ର, ଫୁଲ ଓ ପୁରୁଣା ଖବରକାଗଜ ବ୍ୟବହାର କରାଯାଇପାରେ।
l କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ପ୍ଲାଷ୍ଟିକ୍ ସାମଗ୍ରୀ ଉପହାର ନଦେଇ କପଡ଼ା ବ୍ୟାଗ୍, ଗଛର ଚାରା କିମ୍ବା ପରିବେଶ ଅନୁକୂଳ ସାମଗ୍ରୀ ଉପହାର ଦେବା ଉଚିତ।
l କାର୍ଯ୍ୟକ୍ରମ ସ୍ଥଳରେ ଜୀବନ୍ତ ଗଛ, ଫୁଲ ଓ ପ୍ରାକୃତିକ ସାମଗ୍ରୀରେ ଏକ ସେଲ୍ଫି ପଏଣ୍ଟ ତିଆରି କରାଯାଇପାରେ। ଏହା ମାଧ୍ୟମରେ ଯୁବପିଢ଼ିଙ୍କୁ ଗଛ ଲଗାଇବା ଓ ପରିବେଶ ସୁରକ୍ଷା ପ୍ରତି ଆକୃଷ୍ଟ କରାଯାଇପାରିବ।
l ଅତିଥିମାନଙ୍କୁ ଉପହାର ସ୍ୱରୂପ ବିଭିନ୍ନ ଫୁଲ, ଫଳ ଓ ପନିପରିବା ଗଛର ମଞ୍ଜି ଦିଆଯାଇପାରେ। ଏହାଦ୍ୱାରା ସେମାନେ ନିଜ ଘରେ ଗଛ ଲଗାଇବାକୁ ପ୍ରେରଣା ପାଇବେ।
l କାର୍ଯ୍ୟକ୍ରମରେ ଆବର୍ଜନା ଯେପରି କମ୍ ହେବ ସେଥିପ୍ରତି ଧ୍ୟାନ ଦେବା ଉଚିତ। ଏଥିପାଇଁ ପୁନଃବ୍ୟବହାରଯୋଗ୍ୟ ପାତ୍ର, କପ୍ ଓ ଥାଳି ବ୍ୟବହାର କରିବା ସହ ଆବର୍ଜନାକୁ ଠିକ୍ ଭାବରେ ପରିଚାଳନା କରିବା ଆବଶ୍ୟକ।
Horoscope 2026 November 17: ଜାଣନ୍ତୁ ଆଜିର ରାଶିଫଳ...
l କାର୍ଯ୍ୟକ୍ରମ ସ୍ଥଳରେ ଏକ ସ୍ୱତନ୍ତ୍ର ବୋର୍ଡ ରଖାଯାଇପାରେ, ଯେଉଁଠାରେ ଦର୍ଶକମାନେ ପରିବେଶ ସୁରକ୍ଷା ପାଇଁ ନିଜ ନିଜର ଶପଥ ଲେଖିପାରିବେ।
l ସାଂସ୍କୃତିକ କାର୍ଯ୍ୟକ୍ରମରେ ପୁରୁଣା ପୋଷାକ, କପଡ଼ା ଓ ପୁନଃବ୍ୟବହାରଯୋଗ୍ୟ ସାମଗ୍ରୀରେ ପ୍ରସ୍ତୁତ ପୋଷାକ ପିନ୍ଧି ଫ୍ୟାସନ୍ ସୋ’ ଆୟୋଜନ କରାଯାଇପାରେ। ଏହା ମାଧ୍ୟମରେ ‘ବ୍ୟବହାର କମାଅ, ପୁନଃବ୍ୟବହାର ଆପଣାଅ, ବର୍ଜ୍ୟବସ୍ତୁର ପୁନଃଚକ୍ରଣ କରି ପରିବେଶ ବଞ୍ଚାଅ’ର ବାର୍ତ୍ତା ପ୍ରଚାର କରାଯାଇପାରିବ।
l କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା ଦିଗରେ ଭଲ ପଦକ୍ଷେପ ନେଇଥିବା ଶ୍ରେଷ୍ଠ ଦଳ କିମ୍ବା ବ୍ୟକ୍ତିଙ୍କୁ ପୁରସ୍କାର ଦିଆଯାଇପାରେ। ଏହା ଅନ୍ୟମାନଙ୍କୁ ମଧ୍ୟ ପରିବେଶ ଅନୁକୂଳ କାର୍ଯ୍ୟ କରିବାକୁ ପ୍ରେରିତ କରିବ।
l କାର୍ଯ୍ୟକ୍ରମରେ ଖାଦ୍ୟ ପ୍ରସ୍ତୁତି ସମୟରେ ଆବଶ୍ୟକତାକୁ ଗୁରୁତ୍ୱ ଦେବା ଉଚିତ। ବଳକା ଖାଦ୍ୟକୁ ନଷ୍ଟ ନକରି ସୁରକ୍ଷିତ ଭାବରେ ଆବଶ୍ୟକତା ଥିବା ଲୋକଙ୍କୁ ବଣ୍ଟନ କରିବା ଉଚିତ।

12 minutes ago
1


