ARTICLE AD BOX
ନୂଆଦିଲ୍ଲୀ: ଦିନିକିଆ କ୍ରିକେଟ୍ରେ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ନିରାଶାଜନକ ପ୍ରଦର୍ଶନ, ବୟସ ବୃଦ୍ଧି ଏବଂ ଯୁବ ଓପନର୍ଙ୍କ ଭିଡ଼ ତାଙ୍କ ପାଇଁ ବାଟ କ୍ରମଶଃ କଷ୍ଟକର କରି ଚାଲିଛି। ଏଭଳି ସ୍ଥିତିରେ ୨୦୨୭ ଦିନିକିଆ ବିଶ୍ୱକପ୍ରେ ରୋହିତଙ୍କ ସ୍ଥାନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
Iran dirty bomb plot: ୱାସିଂଟନରେ ‘ଡାର୍ଟି ବମ୍’ ଆକ୍ରମଣ ଯୋଜନା କରୁଛି ଇରାନ!
୩୯ ବର୍ଷୀୟ ରୋହିତଙ୍କ ପାଇଁ ବର୍ତ୍ତମାନର ସମୟ ଆଦୌ ସହଜ ନୁହେଁ। ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ତାଙ୍କ ବ୍ୟାଟ୍ରୁ ଆଶାନୁରୂପ ରନ୍ ମିଳିନାହିଁ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ୨୦୨୫ ଶୃଙ୍ଖଳାରେ ମଧ୍ୟ ତାଙ୍କ ପ୍ରଦର୍ଶନ ଉତ୍ଥାନପତନ ଦେଇ ଗତି କରିଥିଲା। ତେବେ ରୋହିତଙ୍କ ଦକ୍ଷତାକୁ ଏତେ ଶୀଘ୍ର ଅଣଦେଖା କରିବା ମଧ୍ୟ ଠିକ୍ ହେବ ନାହିଁ। ୨୦୨୩ରୁ ୨୦୨୫ ମଧ୍ୟରେ ସେ ୪୪ଟି ଦିନିକିଆ ଖେଳି ୨୦୬୨ ରନ୍ ସଂଗ୍ରହ କରିଥିଲେ। ଏହି ସମୟରେ ତାଙ୍କ ବ୍ୟାଟିଂ ହାର ୫୫.୧୫ ଏବଂ ଷ୍ଟ୍ରାଇକ୍ ରେଟ୍ ୧୧୨.୬୭ ରହିଥିଲା। ୨୦୨୬ରେ ସେ ୧୭ଟି ଦିନିକିଆରୁ ୬୩୪ ରନ୍ କରିଛନ୍ତି। ତେଣୁ ତାଙ୍କ ଅଭିଜ୍ଞତା ଓ ଆକ୍ରମଣାତ୍ମକ ବ୍ୟାଟିଂକୁ ଅଣଦେଖା କରିବା ଚୟନକର୍ତ୍ତାଙ୍କ ପାଇଁ ସହଜ ହେବ ନାହିଁ।
Attack: ହର୍ମୁଜ୍ ପ୍ରଣାଳୀରେ ମାଇନ୍ ବିସ୍ଫୋରଣ: ନିଆଁ ଲାଗି ତୈଳବାହୀ ଜାହାଜ କ୍ଷତିଗ୍ରସ୍ତ
ଅନ୍ୟପକ୍ଷରେ, ଭାରତୀୟ ଦଳରେ ଯୁବ ଓପନର୍ଙ୍କ ସଂଖ୍ୟା ବଢ଼ୁଥିବାରୁ ରୋହିତଙ୍କ ସ୍ଥାନକୁ ନେଇ ଚାପ ମଧ୍ୟ ବଢ଼ିଛି। ବିଶ୍ୱକପ୍ ପାଇଁ ଦଳ ଗଠନ କରିବା ସମୟରେ ଚୟନକର୍ତ୍ତାଙ୍କୁ ବର୍ତ୍ତମାନର ଫର୍ମ, ଫିଟ୍ନେସ୍, ଅଭିଜ୍ଞତା ଏବଂ ଭବିଷ୍ୟତର ଆବଶ୍ୟକତାକୁ ବିଚାରକୁ ନେବାକୁ ପଡ଼ିବ। ରୋହିତ ଏବଂ ଅନ୍ୟତମ ବରିଷ୍ଠ ବିରାଟ କୋହଲିଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ଭବିଷ୍ୟତ ନେଇ ଚୟନକର୍ତ୍ତାଙ୍କ ଆଭିମୁଖ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ରୋହିତଙ୍କୁ ନେଇ ଶେଷ ନିଷ୍ପତ୍ତି ତାଙ୍କ ଫର୍ମ ଓ ଦଳର ଆବଶ୍ୟକତା ଉପରେ ନିର୍ଭର କରିବ। ୨୦୨୭ ବିଶ୍ୱକପ୍କୁ ଆଉ ପ୍ରାୟ ଏକ ବର୍ଷ ଥିବାବେଳେ ତାଙ୍କ ପାଖରେ ନିଜକୁ ପୁଣି ପ୍ରମାଣିତ କରିବାର ସୁଯୋଗ ରହିଛି। ଏବେ ସମସ୍ତଙ୍କ ନଜର ରୋହିତଙ୍କ ପରବର୍ତ୍ତୀ ପ୍ରଦର୍ଶନ ଉପରେ ରହିବ।

13 minutes ago
1


