ARTICLE AD BOX
କୋହିମା:ବୈଦେଶିକ ଅନୁଦାନ ନିୟନ୍ତ୍ରଣ ଆଇନ (ଏଫସିଆରଏ) ସଂଶୋଧନ ବିଲ୍-୨୦୨୬କୁ ନେଇ ଉତ୍ତର-ପୂର୍ବ ଭାରତରେ ବିରୋଧ ଓ ଆଶଙ୍କା ଆହୁରି ତୀବ୍ର ହେବାରେ ଲାଗିଛି। ମେଘାଳୟ ଓ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କ ପରେ ଏବେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫିଉ ରିଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଚିଠି ଲେଖି ଏହି ସଂଶୋଧନ ବିଲକୁ ନେଇ ନିଜର ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହା ସହିତ ଏହି ପ୍ରସ୍ତାବିତ ବିଲକୁ ଏକ ଯୁଗ୍ମ ସଂସଦୀୟ କମିଟି (ଜେପିସି) ନିକଟକୁ ପଠାଇବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।
ସୋମବାର ଲେଖାଯାଇଥିବା ୩ ପୃଷ୍ଠାର ଏହି ଚିଠି ସମ୍ପର୍କରେ ସୋସିଆଲ ମିଡିଆ ''ଏକ୍ସ''ରେ ପୋଷ୍ଟ କରି ରିଓ ଜଣାଇଛନ୍ତି ଯେ, ସେ ନାଗାଲାଣ୍ଡ ବାପ୍ଟିଷ୍ଟ ଚର୍ଚ୍ଚ କାଉନ୍ସିଲ ଏବଂ କୋହିମାର ବିଶପଙ୍କ ସମେତ ଖ୍ରୀଷ୍ଟିୟାନ ନେତାମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ପ୍ରସ୍ତାବିତ ‘ଏଫସିଆରଏ’ ସଂଶୋଧନ ବର୍ତ୍ତମାନର ରୂପରେ ଲାଗୁ ହେଲେ ରାଜ୍ୟର ଜନକଲ୍ୟାଣ, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ସାମାଜିକ ସେବା ଭଳି ଅନେକ କାର୍ଯ୍ୟକ୍ରମ ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଶେଷକରି ଗ୍ରାମାଞ୍ଚଳ ଓ ସୀମାନ୍ତ ଅଞ୍ଚଳରେ ସୀମିତ ସମ୍ବଳ ମଧ୍ୟରେ କାର୍ଯ୍ୟ କରୁଥିବା ଛୋଟ ଛୋଟ ସଂସ୍ଥାଗୁଡ଼ିକ ଅଧିକ ସମସ୍ୟାର ସମ୍ମୁଖୀନ ହେବେ।
US Temperature: ଆମେରିକା ପାଲଟିଛି ତାତିଲା କଡ଼େଇ: ୯୦ ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା
ଅପରପକ୍ଷରେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଏହି ଆଇନ କୌଣସି ଧର୍ମ କିମ୍ବା ସମ୍ପ୍ରଦାୟକୁ ନକାରାତ୍ମକ ଭାବେ ପ୍ରଭାବିତ କରିବ ନାହିଁ। ବଜେଟ୍ ଅଧିବେଶନରେ ଆଗତ ହୋଇଥିବା ଏହି ବିଲକୁ ସଂସଦର ଚାଲୁ ଅଧିବେଶନରେ ଆଲୋଚନା ପାଇଁ ଆଣାଯିବ କି ନାହିଁ, ସେ ନେଇ ବର୍ତ୍ତମାନ ସୁଦ୍ଧା ସଂସଦୀୟ କାର୍ଯ୍ୟକାରୀ କମିଟି କୌଣସି ନିଷ୍ପତ୍ତି ନେଇନଥିବାରୁ ସରକାର ଏହାକୁ କିଛି ସମୟ ପାଇଁ ସ୍ଥଗିତ ରଖିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

1 hour ago
2


