ARTICLE AD BOX
ସହରରେ ଥିଲେ ଜଣେ ନୀତିବାନ ଶିକ୍ଷକ। ତାଙ୍କ ଛାତ୍ରମାନଙ୍କୁ ନୀତିନିଷ୍ଠ କରି ଗଢ଼ି ତୋଳିବା ଥିଲା ତାଙ୍କ ଲକ୍ଷ୍ୟ। ଦିନେ ତାଙ୍କର ପ୍ରିୟତମ ଛାତ୍ର ମିଛ କହି କିଛି ବନ୍ଧୁଙ୍କ ସହିତ ବଣଭୋଜି କରିବାକୁ ଚାଲିଗଲା। କିନ୍ତୁ ପରେ ଛାତ୍ରଟି ଅନୁତାପ ଜର୍ଜର ହୋଇ ଶିକ୍ଷକଙ୍କ ଆଗରେ ସବୁ କଥା କହିଦେଲା। ଶିକ୍ଷକ ଜଣକ ଏହା ଶୁଣି ଦୁଃଖିତ ଓ କ୍ରୋଧାନ୍ବିତ ହେଲେ ଏବ˚ ଛାତ୍ରକୁ ଆଉ ତାଙ୍କ ପାଖକୁ ନଆସିବାକୁ ଚରମ ବାଣୀ ଶୁଣାଇ ଦେଲେ। ଛାତ୍ରଟିକୁ କ୍ଷମା କରିବାକୁ ଶିକ୍ଷକ ଆଦୌ ପ୍ରସ୍ତୁତ ନ ଥିଲେ।
Women entrepreneurs Odisha: ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’
ଏହାର କିଛି ଦିନ ପରେ ଶିକ୍ଷକଙ୍କ ବାପା ତାଙ୍କ ଘରକୁ ବୁଲି ଆସିଲେ। ବାପାଙ୍କ ସହିତ ଗପୁ ଗପୁ ଶିକ୍ଷକ ଏ କଥାଟି ଉଠାଇ କହିଲେ ଯେ ନୀତିନିଷ୍ଠ ଜୀବନକୁ ଗୁରୁତ୍ବ ଦେଇ ସେ ଭାରି କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ସେଇ ଛାତ୍ରଟିର ଉଦାହରଣ ଦେଇ ସେ କହିଲେ, ସେ ଥିଲା ମୋର ସବୁଠାରୁ ପ୍ରିୟ। କିନ୍ତୁ, ସେ ଯାହା କଲା ସେଥିରେ କ୍ଷମା ଲାଭ କରିବାର ଯୋଗ୍ୟତା ହରାଇଲା। ଏ କଥା ଶୁଣି ବାପା କହିଲେ, ତୁମେ କିନ୍ତୁ ଏ ପ୍ରକାର ନିଷ୍ପତ୍ତି ନେଇ ଭୁଲ୍ କରିଛ। ଶିକ୍ଷକ ଏହା ଶୁଣି କହିଲେ- ବାପା, ନୈତିକ ଜୀବନ ଯାପନ କରିବାର ଶିକ୍ଷା ଆପଣ ମୋତେ ଦେଇଛନ୍ତି। ଅଥଚ ଆପଣ ଆଜି ଓଲଟା କଥା କହୁଛନ୍ତିି?
ଏ କଥା ଶୁଣି ବାପା କହିଲେ- ବାବୁ, ତୁମେ ବି ପିଲା ଦିନେ ଜଣେ ସାଧାରଣ ବାଳକ ଥିଲ। ତୁମେ ବି ଭୁଲ୍ କରୁଥିଲ ଏବ˚ ସେଥିପାଇଁ ଅନୁତାପ କରି ନିଜକୁ ସଜାଡୁଥିଲ। ଅନୁତାପର ନିଆଁରେ ନ ଜଳିଲେ ଜଣେ ଖାଣ୍ଟି ହେବ ବା କେମିତି? କିନ୍ତୁ ତୁମେ ନିଜ ଛାତ୍ରମାନଙ୍କ ଠାରୁ ଏକା ଥରକେ ପରମ ନୈତିକତା ଆଶା କରୁଛ? ପିଲାରୁ ବଡ଼ ହେବା ଭିତରେ ତୁମେ ଯେଉଁ ବାଟ ଦେଇ ଯାଇଛ, ତାହା ଭୁଲି ଯାଅ ନାହିଁ। ସେଇ ବାଟରେ ପିଲାମାନଙ୍କୁ ମଣିଷ କର।
Protest: ଯନ୍ତର-ମନ୍ତରରେ ‘ଆରକ୍ଷଣ ହଟାଅ’ ଆନ୍ଦୋଳନ, ୟୁଜିସି ନିୟମକୁ ନେଇ ବିକ୍ଷୋଭ

1 hour ago
2


