Father and son: ବାପାପୁଅଙ୍କୁ ଧକ୍କାଦେଲା ବସ୍‌: ବାପା ମୃତ, ପୁଅ ଗୁରୁତର, ଘଣ୍ଟାଏ ରାସ୍ତା ଜାମ୍‌

1 hour ago 1
ARTICLE AD BOX

ଖଣ୍ଡଗିରି: ଆଜି ସକାଳେ ଏନ୍‌ଏଚ୍‌-୧୬ର ଖଣ୍ଡଗିରି ଫ୍ଲାଏଓଭର୍‌ ଉପରେ ଏକ ବସ୍‌ ପୂର୍ବତନ ବିଏସ୍‌ଏଫ୍‌ ଯବାନ ଜଟଣୀ କଂଶପଦା ଗ୍ରାମର ସୁକାନ୍ତ ନାୟକ(୪୮)ଙ୍କ ଉପରେ ଚଢ଼ିଯିବାରୁ,  ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ସୁକାନ୍ତଙ୍କ ପୁଅ ସତ୍ୟନାରାୟଣ (୧୮) ମଧ୍ୟ ଗୁରୁତର ହୋଇଛନ୍ତି। ନୂଆପଡ଼ାରୁ ଭୁବନେଶ୍ବର ଆସୁଥିବା ଏକ ଓଏସ୍‌ଆର୍‌ଟିସି ବସ୍‌ ବାଇକ୍‌ରେ ଯାଉଥିବା ବାପପୁଅଙ୍କୁ ଧକ୍କା ଦେବାରୁ ଏଭଳି ଅଘଟଣ ଘଟିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଉତ୍ତ୍ୟକ୍ତ ଲୋକେ ରାଜପଥ ଅବରୋଧ କରିଥିଲେ। ଫଳରେ ଜାତୀୟ ରାଜପଥରେ ଘଣ୍ଟାଏ ଧରି ଟ୍ରାଫିକ୍‌ ଜାମ୍‌ ଲାଗିରହିଥିଲା। ଅଫିସ୍‌ ସମୟରେ ଗାଡ଼ି ଜାମ୍‌ ଲଗିରହିବାରୁ ଆଇଗିଣିଆ, କୋଳଥିଆ ଓ ଖଣ୍ଡଗିରି ସର୍ଭିସ୍‌ ରାସ୍ତାରେ ଅତ୍ୟଧିକ ଭିଡ଼ ଉପୁଜିଥିଲା। ମୃତାହତଙ୍କୁ ଡାକ୍ତରଖାନା ପଠାଯିବା ସହିତ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ପରେ ଫ୍ଲାଏଓଭର୍‌ରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା। ଖଣ୍ଡଗିରି ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ବସ୍‌  ଜବତ କରିବା ସହିତ ଚାଳକ ଶ୍ୟାମସୁନ୍ଦର ମାଣିଆ ଗିରଫ କରିଛି। 

Narendra Modi: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଘଣ୍ଟାଏ ରାସ୍ତା ଜାମ୍‌
ଓଏସ୍‌ଆର୍‌ଟିସି ବସ୍‌ ଚାଳକ ଗିରଫ

ଆଜି ସକାଳେ ସୁକାନ୍ତ ଓ ତାଙ୍କ ପୁଅ ଏକ ହିରୋ ଏକ୍ସଟ୍ରିମ୍‌ (ଓଡି୦୨ଏମ୍‌୯୭୮୫) ଯୋଗେ ଜଟଣୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ। କୋଳଥିଆ ଛକ ନିକଟ ଖଣ୍ଡଗିରି ଓଭର୍‌ବ୍ରିଜ୍‌ ଉପରେ ଏକ ଟ୍ରକ୍‌କୁ ଅତିକ୍ରମ କରିବାକୁ ଯାଇ ଓଏସ୍‌ଆର୍‌ଟିସି ବସ୍‌ଟି ରାସ୍ତାର ବାମପାର୍ଶ୍ବକୁ ଚାଲିଆସିଥିଲା। ଫଳରେ ରାସ୍ତାର ବାମପାର୍ଶ୍ବରେ ଯାଉଥିବା ସୁକାନ୍ତ ଓ ସତ୍ୟଙ୍କୁ ପଛପଟୁ ଧକ୍କା ଦେଇଥିଲା। ସୁକାନ୍ତଙ୍କ ଉପରେ ବସ୍‌ଟି ଚଢ଼ିଯିବା ସହିତ ସତ୍ୟ ବାଇକ୍‌ରୁ ଛିଟିକି ପଡ଼ି ଆହତ ହୋଇଥିଲେ। ଘଟଣାସ୍ଥଳରେ ହିଁ ସୁକାନ୍ତଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ସତ୍ୟ ସଂଜ୍ଞାହୀନ ହୋଇପଡ଼ିଥିଲେ। ଦୁର୍ଘଟଣା ପରେ ରାସ୍ତାରେ ଯାଉଥିବା ଲୋକେ ବସ୍‌କୁ ଅଟକାଇ ରଖିଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ବେପରୁଆ ଗାଡ଼ିଚାଳନା ଓ ଲେନ୍‌ ଡ୍ରାଇଭିଂ ନ ମାନିବାରୁ ଦୁର୍ଘଟଣା ଘଟିଥିବା ଅଭିଯୋଗରେ ରାସ୍ତାରୋକ କରିଥିଲେ।  ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା।

Smart Bazaar: ସ୍ମାର୍ଟ ବଜାରର ‘ଫୁଲ୍‌ ପୈସା ବସୁଲ୍‌ ସେଲ୍‌’

ଆଜି ଅପରାହ୍ଣରେ ସୁକାନ୍ତଙ୍କ ପରିବାର ଓ ସମ୍ପର୍କୀୟମାନେ ଖଣ୍ଡଗିରି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୁର୍ଘଟଣା ଘଟାଇଥିବା ବସ୍‌ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଥାନା ଅଧିକାରୀଙ୍କ ପାଖରୁ ପ୍ରତିଶ୍ରୁତି ପାଇବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏମ୍‌ସରେ ସତ୍ୟନାରାୟଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ସୁକାନ୍ତଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.