ARTICLE AD BOX
ନୂଆଦିଲ୍ଲୀ: ଫାସ୍ଟ୍ୟାଗ୍ ବଦଳାଇବାକୁ ଚାହୁଥିବା ଗାଡ଼ି ମାଲିକମାନଙ୍କୁ ଆଉ ଲାଗିଥିବା ଷ୍ଟିକର୍ ହଟାଇବାକୁ ପଡ଼ିବନି। ସେମାନେ ନିଜ ଫାସ୍ଟ୍ୟାଗ୍କୁ ଅନ୍ୟ ସଂସ୍ଥାକୁ ପୋର୍ଟ କରିପାରିବେ। ମୋବାଇଲ୍ ସିମ୍କୁ ଯେଭଳି ଅନ୍ୟ ଅପରେଟରଙ୍କୁ ବଦଳାଇ ହେଉଛି, ସେହିଭଳି ଫାସ୍ଟ୍ୟାଗ୍ର ବ୍ୟାଙ୍କ ମଧ୍ୟ ବଦଳାଇହେବ। ୱାନ୍ଟ୍ୟାଗ୍ ନାମକ ଏହି ନୂଆ ସେବାକୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ଉନ୍ମୋଚନ କରିଛନ୍ତି।ସମ୍ପ୍ରତି ପ୍ରଚଳନରେ ଥିବା ନିୟମ ଅନୁସାରେ ଫାସ୍ଟ୍ୟାଗ୍ ବଦଳାଇବାକୁ ହେଲେ ପ୍ରଥମେ ନିଜର ପୁରୁଣା ଆକାଉଣ୍ଟକୁ ବନ୍ଦ କରିବାକୁ ପଡ଼ିବ। ଏହାପରେ ନୂଆ ଫାସ୍ଟ୍ୟାଗ୍ ପାଇଁ ଆବେଦନ କରିବାକୁ ହେବ।
ଆହୁରି ପଢନ୍ତୁ :MBBS Seats: ଏନଏମସି ବଢ଼ାଇଲା ଏମବିବିଏସ ସିଟ୍, ଦେଶରେ ୧.୪୦ ଲକ୍ଷରୁ ଅଧିକ ସିଟ୍...
ତାହା ଆସିବା ପରେ ସେହି ଷ୍ଟିକର୍କୁ ଗାଡ଼ିରେ ଲଗାଇବାକୁ ପଡ଼ୁଛି। କିନ୍ତୁ ନୂଆ ବ୍ୟବସ୍ଥାରେ ଏହି ସବୁ ଅସୁବିଧା ସାମନା କରିବାକୁ ପଡ଼ିବନି।ନୂଆ ବ୍ୟବସ୍ଥାରେ ପୁରୁଣା ଫାସ୍ଟ୍ୟାଗ୍ ଆକାଉଣ୍ଟ ବନ୍ଦ କରିବାକୁ ପଡ଼ିବ ନାହିଁ। ନୂଆ ବ୍ୟାଙ୍କ ସହ ଆକାଉଣ୍ଟପୋର୍ଟ ହୋଇଯିବ। ଟୋଲ ପ୍ଲାଜାରେ ଟୋଲ କଟିବାର ପଦ୍ଧତି ମଧ୍ୟ ପୂର୍ବଭଳି ଅପରିବର୍ତ୍ତିତ ରହିବ। ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ବ୍ୟବସ୍ଥାକୁ ସମ୍ଭାଳିବ। ୱାନ୍ଟ୍ୟାଗ୍ ଦ୍ବାରା ପ୍ଲାଷ୍ଟିକ୍ ବର୍ଜ୍ୟ ହ୍ରାସ ପାଇବ ଓ ବାରମ୍ବାର ଫାସ୍ଟ୍ୟାଗ୍ ଜାରି କରିବାରେ ହେବାକୁ ଥିବା ଖର୍ଚ୍ଚ ମଧ୍ୟ ସଞ୍ଚୟ ହେବ।

2 weeks ago
11


