ARTICLE AD BOX
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୦୨୬ ଅକ୍ଟୋବର ୧) ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ରେ ୟୁନିଅନ୍ ପବ୍ଲିକ ସର୍ଭିସ୍ କମିସନ (ୟୁପିଏସ୍ସି)ର ଶତବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବେ। ଏହି ଅବସରରେ ସେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ ମଧ୍ୟ କରିବେ।
ୟୁପିଏସ୍ସିର ପ୍ରତିଷ୍ଠାକୁ ୧୦୦ ବର୍ଷ ପୂରଣ ହେବା ଉପଲକ୍ଷେ ଗତ ବର୍ଷ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହୋଇଥିବା ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଏହା ହେବ ସମାପନ ସମାରୋହ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୟୁପିଏସ୍ସିର ଶତବାର୍ଷିକୀ ସ୍ମାରକୀ ମୁଦ୍ରା, ଏକ ସ୍ମାରକୀ ଡାକଟିକଟ ଏବଂ ‘ଭାରତରେ ୟୁପିଏସ୍ସି ଏବଂ ଲୋକସେବା ଆୟୋଗଗୁଡିକର ନୀତି ନିର୍ଦ୍ଧାରଣରେ ୧୦୦ଟି ଗୁରୁତ୍ୱପୂର୍ଣ୍ଣ ରାୟ’ (୧୦୦ ଲ୍ୟାଣ୍ଡମାର୍କ ଜଜ୍ମେଣ୍ଟସ୍ – ସେପିଂ ଦ ପଲିସିଜ୍ ଅଫ୍ ୟୁପିଏସ୍ସି ଆଣ୍ଡ୍ ପବ୍ଲିକ୍ ସର୍ଭିସ୍ କମିସନ୍ସ ଇନ୍ ଇଣ୍ଡିଆ) ଶୀର୍ଷକ ପୁସ୍ତକ ଉନ୍ମୋଚନ କରିବେ।
PM Modi: ‘ଶକ୍ତିର ସପ୍ତଧାରା’ରେ ବିକଶିତ ଭାରତ ନିର୍ମାଣ ହେବ: ନରେନ୍ଦ୍ର ମୋଦୀ
ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ହିତାଧିକାରୀମାନେ ଅଂଶଗ୍ରହଣ କରିବେ, ଯେଉଁଥିରେ ରାଜ୍ୟ ଲୋକସେବା ଆୟୋଗର ଅଧ୍ୟକ୍ଷ ଏବଂ ସଦସ୍ୟ, ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍, ୟୁପିଏସ୍ସି ଅଧିକାରୀ ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ସାମିଲ ହେବେ।
ଏହି କାର୍ଯ୍ୟକ୍ରମ ୟୁପିଏସ୍ସି ଦ୍ୱାରା ୨୦୨୬ ସେପ୍ଟେମ୍ବର ୩୦ ଏବଂ ଅକ୍ଟୋବର ୧ ତାରିଖରେ ଆୟୋଜିତ ଦୁଇ ଦିନିଆ କାର୍ଯ୍ୟକ୍ରମର ଏକ ଅଂଶ ଅଟେ। ପ୍ରଥମ ଦିନରେ ଭାରତ ମଣ୍ଡପମ୍ରେ ‘ଶତାବ୍ଦୀ ସମାରୋହ – ମନ୍ଥନ’ ଅନୁଷ୍ଠିତ ହେବ, ଯେଉଁଥିରେ ବିଶିଷ୍ଟ ବକ୍ତାମାନଙ୍କର ସମ୍ବୋଧନ ଏବଂ ବିଭିନ୍ନ ବିଷୟ ଉପରେ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହେବ।

37 minutes ago
1


