ARTICLE AD BOX
କେଉଁ ପୋଷାକ ଏବେ ଟ୍ରେଣ୍ଡ୍ରେ ଅଛି, କେଉଁ ରଙ୍ଗ ଲୋକପ୍ରିୟ ହେଉଛି ଏବଂ କେଉଁ ବ୍ରାଣ୍ଡ୍ର ପୋଷାକ ପିନ୍ଧିଲେ ଷ୍ଟାଇଲିସ୍ ଲାଗିବ, ଏସବୁ ଜାଣିବା ପାଇଁ ଆଜିର ଯୁବପିଢ଼ି କେବଳ ଦୋକାନ କିମ୍ବା ପତ୍ରପତ୍ରିକା ଉପରେ ନିର୍ଭର କରୁନାହାନ୍ତି। ମୋବାଇଲ୍ ଖୋଲିଲେ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଛି ନୂଆ ଫ୍ୟାସନ୍ ଟ୍ରେଣ୍ଡ୍, ଇନ୍ଫ୍ଲୁଏନ୍ସର୍ଙ୍କ ପରାମର୍ଶ ଏବଂ ଏଆଇ ସହାୟତାରେ ନିଜ ପସନ୍ଦର ପୋଷାକ ଖୋଜିବାର ସୁଯୋଗ। ଏହି ପରିବର୍ତ୍ତନରେ ଜେନ୍-ଜି ଓ ଜେନ୍ ଆଲ୍ଫାଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ।
Maa Taratarini Temple: ଅକ୍ଟୋବର ୩ରୁ ମା’ ତାରାତାରିଣୀଙ୍କ ପୀଠରେ ଷୋଡଶ ପୂଜା
ବୋଷ୍ଟନ୍ କନସଲ୍ଟିଂ ଗ୍ରୁପ୍ ଓ ‘ୱିମେନ୍ସ ଓୟାର୍ ଡେଲି’ର ଏକ ରିପୋର୍ଟ ଅନୁସାରେ, ୨୮ ବର୍ଷ କିମ୍ବା ତା’ଠାରୁ କମ୍ ବୟସର ଜେନ୍-ଜି ଓ ଜେନ୍ ଆଲ୍ଫା ଆଗାମୀ ୧୦ ବର୍ଷରେ ଆମେରିକାର ଫ୍ୟାସନ୍ ବଜାରରେ ନିର୍ଣ୍ଣାୟକ ଭୂମିକା ନେବେ। ପୂର୍ବ ପିଢ଼ି ଭଳି କେବଳ ବଡ଼ ବ୍ରାଣ୍ଡ୍ର ନାଁ ଦେଖି ଏବେକାର ଯୁବପିଢ଼ି ପ୍ରଭାବିତ ହେଉନାହାନ୍ତି। ସେମାନେ ନୂଆ ପୋଷାକ, ଡିଜାଇନ୍ ଓ ଟ୍ରେଣ୍ଡ୍କୁ ନେଇ ପରୀକ୍ଷାନିରୀକ୍ଷା କରିବାକୁ ଅଧିକ ଆଗ୍ରହୀ। ସେମାନେ ନୂଆ ଟ୍ରେଣ୍ଡ୍ କିମ୍ବା ଆକର୍ଷଣୀୟ ଡିଜାଇନ୍ ଆଧାରରେ ନୂଆ ବ୍ରାଣ୍ଡ୍ ପସନ୍ଦ କରୁଛନ୍ତି। ତେଣୁ ଜଣାଶୁଣା ବ୍ରାଣ୍ଡ୍ର ପୁରୁଣା ପରିଧାନ ଅପେକ୍ଷା ପୋଷାକର ମାନ, ଶୈଳୀ ଓ ଟ୍ରେଣ୍ଡ୍ ସହିତ ଏହାର ସମନ୍ବୟ ଅଧିକ ଗୁରୁତ୍ୱ ପାଉଛି।
ମୋବାଇଲ୍ ଖୋଲିଲେ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଛି ନୂଆ ଫ୍ୟାସନ୍ ଟ୍ରେଣ୍ଡ୍, ଇନ୍ଫ୍ଲୁଏନ୍ସର୍ଙ୍କ ପରାମର୍ଶ ଏବଂ ଏଆଇର ସହାୟତାରେ ନିଜ ପସନ୍ଦର ପୋଷାକ ଖୋଜିବାର ସୁଯୋଗ। ଏହି ପରିବର୍ତ୍ତନରେ ଜେନ୍-ଜି ଓ ଜେନ୍ ଆଲ୍ଫାଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ।
ଯୁବପିଢ଼ି ପାଇଁ ସୋସିଆଲ୍ ମିଡିଆ ଏବେ ନୂଆ ବ୍ରାଣ୍ଡ୍ ଓ ଫ୍ୟାସନ୍ ବିଷୟରେ ଜାଣିବାର ମୁଖ୍ୟ ମାଧ୍ୟମ। ରିପୋର୍ଟ ଅନୁସାରେ, ପୁରୁଣା ପିଢ଼ି ତୁଳନାରେ ନୂଆପିଢ଼ିର ସୋସିଆଲ୍ ମିଡିଆରୁ ବ୍ରାଣ୍ଡ୍ ଖୋଜିବାର ସମ୍ଭାବନା ୧.୫ ଗୁଣ ଅଧିକ। ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର୍ଙ୍କ ମାଧ୍ୟମରେ ୨୨% ଓ ସେଲିବ୍ରିଟିଙ୍କ ମାଧ୍ୟମରେ ୨୭% ଯୁବ ଉପଭୋକ୍ତା ନୂଆ ବ୍ରାଣ୍ଡ୍ ବିଷୟରେ ଜାଣୁଛନ୍ତି। ପୋଷାକପତ୍ର କିଣାକିଣିରେ ଏଆଇର ବ୍ୟବହାର ମଧ୍ୟ ବଢ଼ିଛି। ୪୧ ପ୍ରତିଶତ ଜେନ୍-ଜି ଓ ଜେନ୍ ଆଲ୍ଫା ଫ୍ୟାସନ୍ ସାମଗ୍ରୀ କିଣିବା ସମୟରେ ଏଆଇର ବ୍ୟବହାର କରୁଛନ୍ତି।
Special campaign: ଅକ୍ଟୋବର ୨ରୁ ୩୧ ପର୍ଯ୍ୟନ୍ତ ସ୍ୱଚ୍ଛତା ଏବଂ ବକେୟା କାର୍ଯ୍ୟ ହ୍ରାସ ଉପରେ ଗୁରୁତ୍ୱ
ଅନ୍ୟ ପିଢ଼ିରେ ଏହି ହାର ୩୪ ପ୍ରତିଶତ। ଯୁବପିଢ଼ି ଫ୍ୟାସନ୍ରେ ନିଜ ସଂସ୍କୃତି ସହ ସମ୍ପର୍କ, ବ୍ୟକ୍ତିତ୍ବ ଓ ନୂଆ ଚିନ୍ତାଧାରାକୁ ଗୁରୁତ୍ୱ ଦେଉଛନ୍ତି। ତେଣୁ କୌଣସି ବ୍ରାଣ୍ଡ୍ର ପୁରୁଣା ପରିଚୟ ଅପେକ୍ଷା ଏହା ଯୁବପିଢ଼ିର ପସନ୍ଦ, ଜୀବନଶୈଳୀ ଓ ସଂସ୍କୃତି ସହ କେତେ ଜଡ଼ିତ, ତାହା ଅଧିକ ମହତ୍ତ୍ୱ ରଖୁଛି। ସୋସିଆଲ୍ ମିଡିଆ, ନୂଆ ଟ୍ରେଣ୍ଡ୍, ଇନ୍ଫ୍ଲୁଏନ୍ସର୍ ଓ ଏଆଇ ଏସବୁ ମିଶି ଯୁବପିଢ଼ିର ପସନ୍ଦ ଏବଂ କିଣାକିଣି ଧାରାକୁ ବଦଳାଉଛି। ଆଗକୁ ଏହି ଧାରା ଅଧିକ ଲୋକପ୍ରିୟ ହେବ।

53 minutes ago
1


