Aircraft Crash: ରୁଷର ବୋମାବର୍ଷୀ ବିମାନ ଟିୟୁ-୯୫ ଦୁର୍ଘଟଣାଗ୍ରସ୍ତ: ୬ ମୃତ

1 hour ago 1
ARTICLE AD BOX

ମସ୍କୋ: ରୁଷର ବୋମାବର୍ଷୀ ବିମାନ ଟିୟୁ-୯୫ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଛଅ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଏକ ତାଲିମ ମିଶନ ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି। ଏହା ପରମାଣୁ ଅସ୍ତ୍ର ବହନ କରିବାକୁ ସକ୍ଷମ ଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ,ବିମାନଟି ରୁଷର ପୂର୍ବର ଅମୁର ଅଞ୍ଚଳର ଏକ ଦୁର୍ଗମ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ କ୍ରୁ ସଦସ୍ୟ ଆହତ ହୋଇ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ବିମାନରେ କୌଣସି ଅସ୍ତ୍ରଶସ୍ତ୍ର ନଥିଲା

ଆଞ୍ଚଳିକ ପ୍ରଶାସନ ଏକ ବିବୃତିରେ କହିଛି ଯେ, ବିମାନଟି ଚୀନ୍ ସୀମା ନିକଟବର୍ତ୍ତୀ ଜେୟା ନଦୀର କ୍ରାସନୋୟାରୋଭୋ ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ କୁହାଯାଇଛି ଯେ ପାଇଲଟ ଆବାସିକ କୋଠାଠାରୁ ବିମାନକୁ ଦୂରେଇ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ବିମାନରେ କୌଣସି ଅସ୍ତ୍ରଶସ୍ତ୍ର ନଥିଲା, କିନ୍ତୁ ଦୁର୍ଘଟଣା କିପରି ଘଟିଲା ତାହାର ତଦନ୍ତ ଜାରି ରହିଛି। ଘଟଣାସ୍ଥଳକୁ ତଦନ୍ତକାରୀ ଦଳକୁ ପଠାଯାଇଛି।

Pakistan Defence Minister: ସାଉଦିର ଶତ୍ରୁ, ପାକିସ୍ତାନର ମଧ୍ୟ ଶତ୍ରୁ: ହୁତିଙ୍କୁ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀଙ୍କ ଚେତାବନୀ

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ବିମାନଟି ଉଡ଼ାଣ ଆରମ୍ଭ କରିବାର ମାତ୍ର କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନର ଇନ୍ଧନ ଟାଙ୍କିରେ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.