ARTICLE AD BOX
ବେଜିଂ:ଚୀନ୍ର ଫୋସାନ୍ରେ ଏକ କପଡ଼ା କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହୋଇଛନ୍ତି। ଘଟଣାଟି ରବିବାର ଅପରାହ୍ନ ପ୍ରାୟ ୩ଟାରେ ଘଟିଥିଲା। ଫୋସାନ୍ ଗୁଆଙ୍ଗଡୋଙ୍ଗ ପ୍ରଦେଶରେ ଅବସ୍ଥିତ।
ଉଦ୍ଧାର କାର୍ଯ୍ୟ ଜାରି
ଖବର ପାଇ ସ୍ଥାନୀୟ ପୁଲିସ, ପ୍ରଶାସନିକ ଅଧିକାରୀ ଏବଂ ଅଗ୍ନିଶମ ବାହିନୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ କାମ କରୁଥିବା ଲୋକେ ବାହାରକୁ ବାହାରି ନପାରି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ସୋମବାର ଦିନ ଚୀନ୍ର ସରକାରୀ ଖବର ସଂସ୍ଥା ଜିନହୁଆ ରିପୋର୍ଟ କରିଛି ଯେ, ଉଦ୍ଧାର କାର୍ଯ୍ୟ ଚାଲିଛି। ପୁଲିସ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ଅଗ୍ନିକାଣ୍ଡର କାରଣ ନେଇ ତଦନ୍ତ ଜାରି ରଖିଛନ୍ତି। ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Six Children Death: ଭାଗଲପୁରରେ ଦୁଃଖଦ ଦୁର୍ଘଟଣା: ଗଙ୍ଗା ନଦୀରେ ବୁଡ଼ି ୬ ପିଲାଙ୍କ ମୃତ୍ୟୁ

1 week ago
7


