ARTICLE AD BOX
ବାଲିପାଟଣା: ବାଲିପାଟଣା ଥାନା ପୁଲିସ ଆଜି ବିପୁଳ ପରିମାଣର ସମୟ ଅବଧି ସରିଯାଇଥିବା ନକଲି ବିସ୍କୁଟ ଜବତ କରିଛି | ଏହି ଘଟଣାରେ ୨ ଜଣଙ୍କୁ ହେପାଜତକୁ ନେଇଛି। ବର୍ଷ ବର୍ଷ ହେଲା ଏହି କଳାବଜାରୀ କାର୍ଯ୍ୟ ଲୁଚା ଛପାରେ ଚାଲିଥିଲା। ଆଜି ଟ୍ରକରୁ ବିସ୍କୁଟ ଖାଲି ହେବା ସମୟରେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ। ବେପାରୀ ଏବଂ ଟ୍ରକ ଚାଳକ ଗାଡ଼ି ନେଇ ଏକ ଅପରିତ୍ୟକ୍ତ ସ୍ଥାନକୁ ନେଇ ଯାଇଥିଲେ। ଗାଡ଼ିକୁ ପିଛା କରି ମଧୁବନ ଇଟା ଭାଟି ରାସ୍ତାରେ ଧରିଥିଲେ।
Vigilance: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍କୁ ଦେଖି ଚମ୍ପଟ ମାରିଲେ ନାଚୁଣୀ ଥାନାର ଏଏସଆଇ ଅକ୍ଷୟ କୁମାର ସେଠୀ
ସୂଚନା ଅନୁସାରେ ସରଦେଇପୁର ନିମାପଡା ରାସ୍ତାର ବାଲିପାଟଣା ଛକ ନିକଟରେ ଥିବା କୃଷ୍ଣ ଚନ୍ଦ୍ର ସାହୁ ରହୁଛନ୍ତି। ସେ ଦୀର୍ଘ ବର୍ଷ ହେଲା ବିଭିନ୍ନ ବ୍ୟବସାୟ କରୁଥିଲେ। କିଛି ବର୍ଷ ହେଲା ସମୟ ଅବଧି ନ ଥିବା ବିସ୍କୁଟ ଆଣି ଘରେ ଗଛିତ ରଖି ଏହାକୁ ନୂଆ ପ୍ୟାକିଙ୍ଗ କରି ବଜାରରେ ବିକ୍ରି କରୁଥିଲେ। ଆଜି ସକାଳୁ ଆଇଚର ଟ୍ରକ ନଂ ଓଡି ୦୨ ବିଟି ୨୫୮୭ ରେ ବିଭିନ୍ନ କମ୍ପାନୀ ବିସ୍କୁଟ କୃଷ୍ଣଙ୍କ ଘରେ ଖାଲି କରୁଥିଲେ। କୃଷ୍ଣ ଚନ୍ଦ୍ର ସାହୁ ଏହାର ମୁଖ୍ୟ କାର୍ପଟାଦାର ଥିବା ଜଣା ପଡ଼ିଛି। କୃଷ୍ଣଙ୍କ ଘରେ ବିସ୍କୁଟ ପେଟି ଖାଲି ହେଉଥିବା ବେଳେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ନଜରକୁ ଆସିଥିଲା।
ବିସ୍କୁଟ ଗୁଡ଼ିକରେ ଦାମୀ କମ୍ପାନି ଲୋଗୋ
ଅଧିକ ଖୋଳତାଡ଼ ପରେ ୨୦୨୧/୨୨ ମସିହାରୁ ତାରିଖ ସରି ଯାଇଥିବା ବିସ୍କୁଟକୁ ନୂଆ ପ୍ୟାକିଙ୍ଗ କରି ସ୍ଥାନୀୟ ବଜାରମାନଙ୍କରେ ବିକ୍ରି କରୁଥିବା ଜଣା ପଡିଛି। ପୁଲିସ ଆସିବା ଶୁଣି କୃଷ୍ଣ ବିସ୍କୁଟ ବୋଝଇ ଟ୍ରକକୁ ଫେରାର କରିବାକୁ ଉଦ୍ୟମ କରି ଗାରେଡିପାଞ୍ଚଣ ନିକଟରେ ଥିବା ଇଟା ଭାଟି ରାସ୍ତାର ଏକ ଜଙ୍ଗଲ ଭିତରେ ପକାଇ ଦେଇଥିଲେ। ଏହି ବିସ୍କୁଟଗୁଡ଼ିକ ବିଭିନ୍ନ ଦାମୀରେ କମ୍ପାନିର ଲୋଗୋ ଅଛି। ବିସ୍କୁଟ ମୂଲ୍ୟ ମଧ୍ୟ ଅଧିକ ଥିବା ଦେଖିବାକୁ ମିଳିଛି। ପୁଲିସ ଉକ୍ତ ଟ୍ରକକୁ ଜବତ କରିବା ସହ କୃଷ୍ଣ , ଗାଡି ଡ୍ରାଇଭର ଏବଂ ହେଲପେରକୁ ଥାନାରେ ଅଟକ ରଖିଛି। କୃଷ୍ଣଙ୍କ ବାଇକ ନଂ ଓଆର ୦୨ ବିଟି ୬୬୩୬କୁ ପୁଲିସ ଜବତ କରିଛି।

1 hour ago
1


