Exhibition: ସିଲ୍କ ଇଣ୍ଡିଆ ପ୍ରଦର୍ଶନୀ ଆରମ୍ଭ; ଗ୍ରାହକଙ୍କ ପାଇଁ ରାତି ୮ଟା ୩୦ ପର୍ଯ୍ୟନ୍ତ ଖୋଲା

22 hours ago 4
ARTICLE AD BOX

ଭୁବନେଶ୍ବର: ରାମ ମନ୍ଦିର ନିକଟସ୍ଥ ପ୍ରାଚୀ ହୋଟେଲ୍‌ରେ ସିଲ୍କ ଇଣ୍ଡିଆ ପ୍ରଦର୍ଶନୀ ଆରମ୍ଭ ହୋଇଛି। ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀ ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରୁ ରାତି ୮ଟା ୩୦ ମନିଟ୍‌ ପର୍ଯ୍ୟନ୍ତ ଖୋଲାରହିବ। ଏହାକୁ ଓଡ଼ିଆ ଅଭିନେତ୍ରୀ ଜୟା ବିଶ୍ବାସ ଉଦ୍‌ଘାଟନ କରିଥିଲେ। 

ଚଳିତ ବର୍ଷ ଏହି ପ୍ରଦର୍ଶନୀରେ ଦେଶର ବିଭିନ୍ନ ଅଞ୍ଚଳିକ ସିଲ୍କ ଓ କଟନ ଶାଢ଼ିଠାରୁ ଆରମ୍ଭ କରି ଡ୍ରେସ୍‌ ମାଟେରିଆଲ୍‌, ସୁଟ୍‌ ଡ୍ରେସ୍‌ ମାଟେରିଆଲ୍‌, ଫ୍ୟାସନ ଜୁଏଲାରି, ହୋମ୍‌ ଫର୍ଣ୍ଣିସିଂ, ଡିଜାଇନର୍‌ ପୋଷାକ ଆଦି ରହିଛି। ଆସାମ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ଓଡ଼ିଶା, ଛତିଶଗଡ଼, ଗୁଜରାଟ, ଜମ୍ମୁକାଶ୍ମୀର ଓ ପଶ୍ଚିମବଙ୍ଗର ବୁଣାକାରମାନେ ଏଥିରେ ସାମିଲ ହୋଇ ୫୦ ହଜାରରୁ ଅଧିକ ସାମଗ୍ରୀ ପ୍ରଦର୍ଶିତ କରିଛନ୍ତି।

ସିଲ୍କ ଇଣ୍ଡିଆର ବିବାହ କଲେକ୍ସନ ଆୟୋଜକ ମାନସ ଆଚାର୍ଯ୍ୟ କହିଛନ୍ତି ଯେ ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରିବା ଓ ହସ୍ତତନ୍ତ ଶିଳ୍ପକୁ ଏକ ବଜାର ପ୍ରଦାନ କରିବା। ପ୍ରଦର୍ଶନୀରେ ସାମିଲ ହୋଇଥିବା ଉତ୍ପାଦଗୁଡ଼ିକର ମୂଲ୍ୟ ୫୦୦ ଟଙ୍କାରୁ ଆରମ୍ଭ ହୋଇ ହାତ ତିଆରି ଶାଢ଼ିଗୁଡ଼ିକର ଦାମ୍‌ ୧.୫ ଲକ୍ଷ ଟଙ୍କା ରହିଛି। ପ୍ରଦର୍ଶନୀରେ କୋଏମ୍ବାଟୁର ସିଲ୍କ, ଆସାମର ମୁଗା ସିଲ୍କ, ବେଙ୍ଗାଲୁରୁ ସିଲ୍କ, କର୍ଣ୍ଣାଟକର ପୋଚମପଲ୍ଲୀ, ଛତିଶଗଡ଼ର ବ୍ଲକ୍‌ ପ୍ରିଣ୍ଟେଡ୍‌ ସିଲ୍କ ଶାଢ଼ି, ଗୁଜରାଟର ତାବି ସିଲ୍କ ଶାଢ଼ି, ଓଡ଼ିଶାର ସମ୍ବଲପୁରୀ, ବନ୍ଧେଜ ଓ ବାନ୍ଧନି ସିଲ୍କ ଶାଢ଼ି ଆଦି ଉପଲବ୍ଧ ରହିଛି।

ବାଣିଜ୍ୟ ମେଳାରେ ଆକୃଷ୍ଟ କରୁଛି ଓଡ଼ିଶାର ‘କରୁଣା ସିଲ୍କ’

Read Entire Article
LEFT SIDEBAR AD

Hidden in mobile, Best for skyscrapers.