Exhibition: ଅଗ୍ନିଶମ ବାହିନୀର ଅତ୍ୟାଧୁନିକ ଯନ୍ତ୍ରାଂଶ ପ୍ରଦର୍ଶନୀ

1 day ago 4
ARTICLE AD BOX

ଭୁବନେଶ୍ବର: ଅଗ୍ନିକାଣ୍ଡ ଓ ବିପର୍ଯ୍ୟୟର ମୁକାବିଲା ପାଇଁ ଓଡ଼ିଶା ଅଗ୍ନିଶମ ବାହିନୀ ଓ ଜରୁରୀକାଳୀନ ସେବା ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଯନ୍ତ୍ରାଂଶକୁ ନେଇ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ବିପର୍ଯ୍ୟୟର ମୁକାବିଲା ପାଇଁ ତିଆରି ହୋଇଥିବା ଆଧୁନିକ ଉପକରଣ ପ୍ରଦର୍ଶିତ ହେବା ପରେ ଜରୁରୀକାଳୀନ ଟିମ୍‌ଗୁଡ଼ିକ ସେମାନଙ୍କ ଆଧୁନିକ ଯନ୍ତ୍ରାଂଶକୁ କିଭଳି ବିପର୍ଯ୍ୟୟ ବେଳେ ବିନିଯୋଗ କରିବେ, ସେ କୌଶଳ ପ୍ରଦର୍ଶନ କରିଥିଲେ। ବରମୁଣ୍ଡାସ୍ଥିତ ଓଡ଼ିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନ(ଓଫ୍‌ଡ୍ରା)ରେ ଆୟୋଜିତ ଏହି ପ୍ରଦର୍ଶନୀରେ ଅଗ୍ନିଶମ ବିଭାଗର ଆଇଜି ଉମାଶଙ୍କର ଦାଶ ଯୋଗ ଦେଇ କହିଲେ, ଅତ୍ୟାଧୁନିକ ପ୍ରଯୁକ୍ତି ଏବଂ ସ୍ବତନ୍ତ୍ର ପ୍ରଶିକ୍ଷଣ ଯୋଗୁଁ ରାଜ୍ୟରେ ଅଗ୍ନିଶମ ବାହିନୀ ସୁଦୃଢ଼ ହୋଇଛି।

Anganwadi worker: ଅଣ୍ଡା ପାଇଁ ଦମ୍ପତିଙ୍କ ୧୫୦ କିଲୋମିଟର କଷ୍ଟକର ଯାତ୍ରା

ଗତ ତିନି ବର୍ଷରେ ଉନ୍ନତ ଉପକରଣ ଏବଂ ଉତ୍ତମ ତାଲିମ ଯୋଗୁ ଅଗ୍ନିଶମ ବିଭାଗ ହଜାର ହଜାର ଜୀବନ ଓ କୋଟି କୋଟି ଟଙ୍କାର ସମ୍ପତ୍ତି ରକ୍ଷା କରିପାରିଛି। ସେହିଭଳି ସଡ଼କ ଦୁର୍ଘଟଣା ଏବଂ ଜଳାଶୟରେ ଅତ୍ୟାଧୁନିକ ଵାଟର୍ ଡ୍ରୋନ୍ ଓ ହାଇଡ୍ରୋଲିକ୍ କଟର୍ ବ୍ୟବହାର ଯୋଗୁଁ ଅନେକ ଜୀବନ ରକ୍ଷା କରାଯାଇଛି।ଏହି ଅନୁସାରେ, ସଡ଼କ ଦୁର୍ଘଟଣାରେ ୧୭,୦୩୫ ଜଣ ଏବଂ ବିଭିନ୍ନ ବନ୍ୟା ଓ ନାଳରେ ଭାସିଯିବା ଘଟଣାରେ ୨,୩୨୪ ଜଣଙ୍କୁ ଉଦ୍ଧାର କରାଯାଇଛି। ତେବେ  ଅଗ୍ନିଶମ କର୍ମଚାରୀମାନଙ୍କୁ ନିୟମିତ ଭାବରେ ପ୍ରାଥମିକ ଚିକିତ୍ସା ସମେତ ସିପିଆର୍, ଆଧୁନିକ ଅଗ୍ନିଶମ ଓ ବିପର୍ଯ୍ୟୟ ମୁକାବିଲା ପାଇଁ ତାଲିମ ଦିଆଯାଉଛି। ଏହା ସହିତ ସ୍କୁବା ତାଲିମ କେନ୍ଦ୍ର ଏବଂ ବିଶେଷ ଉଦ୍ଧାର ଯାନ ଭଳି ଉନ୍ନତ ସୁବିଧା କରାଯାଇଛି। ଅଗ୍ନିଶମ ବାହିନୀକୁ ସୁଦୃଢ଼ କରୁଥିବା ଦେଶର ୨୧ଟି ବେସରକାରୀ ସଂସ୍ଥା ସେମାନଙ୍କର ଆଧୁନିକ ଉପକରଣକୁ ପ୍ରଦର୍ଶିତ କରିଥିଲେ।

Gomata suraksha: ୬ବ୍ଲକରେ ଲାଗିବ ରିଫ୍ଲେକ୍ଟିଭ୍ ରେଡିୟମ ବେଲ୍ଟ, ହ୍ରାସ ପାଇବ ଦୁର୍ଘଟଣା!

Read Entire Article
LEFT SIDEBAR AD

Hidden in mobile, Best for skyscrapers.