ARTICLE AD BOX
ଭଦ୍ରକ: ସରକାରୀ କାର୍ଯ୍ୟାଳୟରେ ଇଲେକ୍ଟ୍ରିକ୍ ଗାଡ଼ି ବ୍ୟବହାର ନେଇ ସରକାରୀ ନିର୍ଦ୍ଦେଶଥିବା ସତ୍ତ୍ୱେ ବନ୍ତ ବ୍ଲକ ପ୍ରଶାସନରେ ଏହାର କାର୍ଯ୍ୟାନ୍ୱୟନକୁ ନେଇ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି। ୭-ସିଟର ଇଭି ଗାଡ଼ି ଭଡ଼ାରେ ନେବା ପାଇଁ ହୋଇଥିବା ଟେଣ୍ଡରରେ ଆବେଦନ କରିଥିବା ସମସ୍ତ ୮ ଜଣଙ୍କ ଆବେଦନ ବାତିଲ ହୋଇଥିବାରୁ ପ୍ରକ୍ରିୟା ପୁଣି ଶୂନରୁ ଆରମ୍ଭ ହେବ।
୧୪ ଅଗଷ୍ଟ ୨୦୨୬ରେ ଟେଣ୍ଡର ନୋଟିସ୍ ନଂ-୩୮୩୩ ଜାରି ହୋଇଥିଲା। ମାସିକ ସର୍ବାଧିକ ୫୫ ହଜାର ଟଙ୍କା ଭଡ଼ାରେ ୭-ସିଟର ଇଭି ଗାଡ଼ି ଯୋଗାଇବା ପାଇଁ ମୋଟ ୮ଟି ଆବେଦନ ଆସିଥିଲା। ତେବେ ୩୧ ଅଗଷ୍ଟରେ ଆବେଦନପତ୍ର ଯାଞ୍ଚ ସମୟରେ କୌଣସି ଆବେଦନ ନିର୍ଦ୍ଦିଷ୍ଟ ମାନଦଣ୍ଡ ପୂରଣ କରୁନଥିବା ଦର୍ଶାଇ ସମସ୍ତ ଆବେଦନ ବାତିଲ କରାଯାଇଛି।
ବିଶେଷକରି ଆନେକଶ୍ଚର - (ବି ) ରେ ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବର, ମଡେଲ୍, ପରମିଟ୍, ଫିଟନେସ୍ ଓ ଇନ୍ସୁରାନ୍ସ ଭଳି ଆବଶ୍ୟକୀୟ ତଥ୍ୟ ନଥିବା ଯୋଗୁଁ ଆବେଦନଗୁଡ଼ିକୁ ଅଯୋଗ୍ୟ ବିବେଚନା କରାଯାଇଥିବା ସୂଚନା ମିଳିଛି। ପ୍ରଶ୍ନ ଉଠୁଛ ଟେଣ୍ଡର ଆହ୍ୱାନ ପୂର୍ବରୁ ଆବଶ୍ୟକ ସର୍ତ୍ତ ଓ ଦଲିଲ ସମ୍ପର୍କରେ ଆବେଦନକାରୀଙ୍କୁ ସ୍ପଷ୍ଟ ମାର୍ଗଦର୍ଶନ ଦିଆଯାଇଥିଲା କି? ଯଦି ନିୟମ ଅନୁଯାୟୀ ଦଲିଲ ଦାଖଲ କରିବା ଆବଶ୍ୟକ ଥିଲା, ତେବେ ୮ଟି ଆବେଦନ ମଧ୍ୟରୁ ଗୋଟିଏ ମଧ୍ୟ ଯୋଗ୍ୟ ନ ହେବା ପଛରେ ପ୍ରଶାସନିକ ପ୍ରକ୍ରିୟାର ତ୍ରୁଟି ରହିଛି କି ତାହା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଅନ୍ୟପକ୍ଷରେ, ରାଜ୍ୟ ଅର୍ଥ ବିଭାଗର ଚିଠି ନମ୍ବର ୧୪୫୮୩/ ଏଫ୍ / ତା ୪/୬/୨୬ ଅନୁଯାୟୀ ସରକାରୀ କାର୍ଯ୍ୟ ପାଇଁ ଇଭି ବ୍ୟବହାର ନେଇ ନିର୍ଦ୍ଦେଶ ରହିଛି। ଏହା ସତ୍ତ୍ୱେ ବନ୍ତ ବ୍ଲକରେ ଏପର୍ଯ୍ୟନ୍ତ ଗାଡ଼ି ଚୂଡ଼ାନ୍ତ ନ ହେବାକୁ ନେଇ ପ୍ରଶାସନର ପ୍ରସ୍ତୁତି ଓ କାର୍ଯ୍ୟାନ୍ୱୟନ ଉପରେ ପ୍ରଶ୍ନ ଉଠିଛି।
ସମସ୍ତ ୮ଟି ଆବେଦନ ବାତିଲ ପରେ ବିଡିଓଙ୍କ ନିର୍ଦ୍ଦେଶକ୍ରମେ ୭ ସେପ୍ଟେମ୍ବର ୨୦୨୬ରେ ଆଦେଶ ନଂ-୪୦୭୧ ଜାରି ହୋଇଥିବା ଏବଂ ପୁଣି ନୂଆ ଟେଣ୍ଡର ଆହ୍ୱାନ କରାଯିବାକୁ ଥିବା ଜଣାପଡ଼ିଛି।
ଅନେକ ପ୍ରଶ୍ନ ଏବେ ବନ୍ତ ବ୍ଲକ ପ୍ରଶାସନ ସମ୍ମୁଖରେ
ଏଭଳି ପୁନଃ ଟେଣ୍ଡର ପ୍ରକ୍ରିୟାରେ ସରକାରୀ ସମୟ ଓ ପ୍ରଶାସନିକ ସମ୍ପଦର ଅପଚୟ ହେଉନାହିଁ କି, ଟେଣ୍ଡର ପ୍ରକ୍ରିୟାରେ ପୂର୍ବରୁ ଆବଶ୍ୟକ ଯାଞ୍ଚ ଓ ମାର୍ଗଦର୍ଶନ କାହିଁକି ଦିଆଗଲା ନାହିଁ ଏଭଳି ଅନେକ ପ୍ରଶ୍ନ ଏବେ ବନ୍ତ ବ୍ଲକ ପ୍ରଶାସନ ସମ୍ମୁଖରେ।
Arrested: ନକଲି ବିଦେଶୀ ମଦ କାରଖାନା ଉପରେ ଚଢ଼ାଉ: ଲକ୍ଷାଧିକ ଟଙ୍କାର ନକଲି ମଦ ଓ ସାମଗ୍ରୀ ଜବତ, ଜଣେ ଗିରଫ

4 hours ago
1


