Environmentalist: ପରିବେଶ ଯୋଦ୍ଧା: ସମୁଦ୍ର କୂଳରୁ ସବୁଜ ସ୍ୱପ୍ନ

4 days ago 4
ARTICLE AD BOX

“ପରିବର୍ତ୍ତନ ପାଇଁ ସମସ୍ତେ ଆସିବେ ବୋଲି ଅପେକ୍ଷା କଲେ, ପରିବର୍ତ୍ତନ କେବେ ଆସିବ ନାହିଁ। ତେଣୁ ପ୍ରଥମ ପଦକ୍ଷେପ ନିଜେ ନେବାକୁ ପଡ଼ିବ।” ଏଭଳି ଏକ ବିଶ୍ୱାସ ଧରି ପରିବେଶ ସୁରକ୍ଷାର ପଥରେ ଆଗେଇ ଚାଲିଛନ୍ତି ପାରାଦୀପର ସତ୍ୟ ନାରାୟଣ ସ୍ୱାଇଁ। ସମୁଦ୍ରର ନୀଳ ଜଳ, ବିସ୍ତୃତ ବେଳାଭୂମି ଓ ପ୍ରକୃତିର ମନୋରମ ପରିବେଶ ପାଇଁ ପାରାଦୀପର ଏକ ସ୍ୱତନ୍ତ୍ର ପରିଚୟ ରହିଛି। କିନ୍ତୁ ଦିନେ ସକାଳୁ ଚାଲିବା ସମୟରେ ସମୁଦ୍ରକୂଳର ଅପରିଚ୍ଛନ୍ନ ଚିତ୍ର ସତ୍ୟ ନାରାୟଣଙ୍କ ମନକୁ ଗଭୀର ଭାବେ ଆଘାତ ଦେଇଥିଲା। ଯେଉଁ ସ୍ଥାନ ପ୍ରକୃତିର ସୌନ୍ଦର୍ଯ୍ୟର ପ୍ରତୀକ ହେବା କଥା, ସେଠାରେ ପ୍ଲାଷ୍ଟିକ ଓ ଆବର୍ଜନାର ପାହାଡ଼ ତାଙ୍କୁ ବ୍ୟଥିତ କରିଥିଲା। ସେହି ମୁହୂର୍ତ୍ତ ତାଙ୍କ ଜୀବନ‌େର ଏକ ନୂଆ ଅଧ୍ୟାୟର ଆରମ୍ଭ କରିଥିଲା। ୨୦୧୫ରୁ ଆରମ୍ଭ ହେଲା ତାଙ୍କ ପରିବେଶ ଯାତ୍ରା। କାହାର ସହଯୋଗକୁ ଅପେକ୍ଷା ନକରି ସେ ନିଜେ ସମୁଦ୍ରକୂଳ ସଫେଇ କରିବା ଓ ଗଛ ଲଗାଇବା ଆରମ୍ଭ କଲେ। ଜଣେ ମଣିଷର ଏହି ଛୋଟ ପଦକ୍ଷେପ ଧୀରେ ଧୀରେ ଏକ ସଚେତନତାର ଆନ୍ଦୋଳନରେ ପରିଣତ ହେଲା। ପରବର୍ତ୍ତୀ ସମୟରେ ‘ଆହ୍ୱାନ ଫାଉଣ୍ଡେସନ୍‌’ ସହ ଯୋଡ଼ିହୋଇ ତାଙ୍କ ସେବାର ପରିସରକୁ ସେ ଆହୁରି ବ୍ୟାପକ କରିଛନ୍ତି।

Snake: ମହାରାଷ୍ଟ୍ରର ଗଡଚିରୋଲି ସ୍କୁଲରେ ୬ ଆଦିବାସୀ ଛାତ୍ରୀଙ୍କୁ ସାପ କାମୁଡ଼ି ଦେଲା, ୩ ମୃତ

ପାରାଦୀପ ବେଳାଭୂମିକୁ ସ୍ୱଚ୍ଛ ଓ ପ୍ଲାଷ୍ଟିକମୁକ୍ତ ରଖିବା ପାଇଁ ସେ ନିୟମିତ ସଫେଇ ଅଭିଯାନ ଓ ଜନସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଆସୁଛନ୍ତି। କେବଳ ନିଜେ ସଫେଇ କରିବା ଭିତରେ ସେ ସୀମିତ ନୁହନ୍ତି, ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ହେଉଛି ତାଙ୍କ ମୁଖ୍ୟ ଲକ୍ଷ୍ୟ। ଏହି ଲକ୍ଷ୍ୟରେ ସେ ପାରାଦୀପ ଓ କେନ୍ଦ୍ରାପଡ଼ାର ବିଭିନ୍ନ ବିଦ୍ୟାଳୟରେ ‘ସିଡ୍‌ ବଲ୍‌ ୱାର୍କସପ୍‌’ ଆୟୋଜନ କରି ଛାତ୍ରଛାତ୍ରୀଙ୍କୁ ପ୍ରକୃତି ସହ ଯୋଡୁଛନ୍ତି। ବୃକ୍ଷରୋପଣ, ଜୈବବିବିଧତା ଓ ପ୍ରକୃତି ସୁରକ୍ଷାର ଗୁରୁତ୍ୱ ବୁଝାଇବା ସହ ଜଳବାୟୁ ପରିବର୍ତ୍ତନର କାରଣ, ପ୍ରଭାବ ଓ ଏହାର ମୁକାବିଲା ସମ୍ପର୍କରେ ମଧ୍ୟ ସଚେତନତା ସୃଷ୍ଟି କରୁଛନ୍ତି। ସତ୍ୟ ନାରାୟଣଙ୍କ ସେବାର ପରିଧି ପରିବେଶରେ ସୀମିତ ନୁହେଁ। ବିଭିନ୍ନ ବସ୍ତି ଅଞ୍ଚଳରେ ଡେଙ୍ଗୁ ପ୍ରତିରୋଧ, ସ୍ୱଚ୍ଛତା ଓ ସୁସ୍ଥ ପରିବେଶ ସମ୍ପର୍କରେ ସେ ଲୋକଙ୍କୁ ସଚେତନ କରିଛନ୍ତି। ଏହାସହ ମହିଳା ଓ କିଶୋରୀମାନଙ୍କୁ ଋତୁସ୍ରାବ ସ୍ୱଚ୍ଛତା ସମ୍ପର୍କରେ ସଚେତନ କରିବା ସହ ପ୍ୟାଡ୍‌ ବଣ୍ଟନ ଭଳି ସାମାଜିକ କାର୍ଯ୍ୟରେ ମଧ୍ୟ ନିଜକୁ ନିୟୋଜିତ କରିଛନ୍ତି।

Maharastra: ମୋଦୀଙ୍କୁ ଭେଟିଲେ ଏନ୍‌ସିପି (ଏସ୍‌ପି) ସାଂସଦ; ମହାରାଷ୍ଟ୍ରରେ ଚାଷୀଙ୍କ ଋଣଛାଡ଼ ଉପରେ ଆଲୋଚନା

ଏପର୍ଯ୍ୟନ୍ତ ପ୍ରାୟ ୪୦ରୁ ଅଧିକ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ କରିସାରିଥିବା ସତ୍ୟ ନାରାୟଣଙ୍କ ଆଗାମୀ ଲକ୍ଷ୍ୟ ଆହୁରି ବଡ଼। ଜଗତସିଂହପୁର ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ପରିବେଶ ସଚେତନତାର ବାର୍ତ୍ତା ପହଞ୍ଚାଇବାକୁ ସେ ସଂକଳ୍ପ ନେଇଛନ୍ତି। ଯୁବପିଢ଼ିଙ୍କ ମନରେ ପରିବେଶ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ହିଁ ତାଙ୍କ ଅନ୍ୟତମ ପ୍ରମୁଖ ଲକ୍ଷ୍ୟ। ପରିବେଶ ସୁରକ୍ଷା ପ୍ରତି ଅବଦାନ ପାଇଁ ସତ୍ୟ ନାରାୟଣଙ୍କୁ ‘ପ୍ରକୃତି ବନ୍ଧୁ’, ‘ପ୍ରକୃତି ମିତ୍ର’ ପୁରସ୍କାର ସମେତ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ମାନିତ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.