Environmental Warrior: ପରିବେଶ ଯୋଦ୍ଧା: ଭୂମିଙ୍କ ଭୂମିକା, ପରଦାରୁ ପରିବେଶ

7 hours ago 1
ARTICLE AD BOX

ବଲିଉଡ୍ ଅଭିନେତ୍ରୀ ଭୂମି ପେଡ଼ନେକର ଏବେ ଜଣେ ପରିଚିତ ପରିବେଶ ଯୋଦ୍ଧା। ନିଜର ଲୋକପ୍ରିୟତା, ସିନେମା ଓ ସୋସିଆଲ୍‌ ମିଡିଆର ପ୍ରଭାବକୁ ବ୍ୟବହାର କରି ସେ ଜଳବାୟୁ ପରିବର୍ତ୍ତନ ଓ ସ୍ଥାୟୀ ଜୀବନଶୈଳୀ ସମ୍ପର୍କରେ ଲୋକଙ୍କୁ ସଚେତନ କରିଆସୁଛନ୍ତି। ଭୂମିଙ୍କ ପରିବେଶ ପ୍ରତି ଆଗ୍ରହ ଆଜିର ନୁହେଁ। ୨୦୧୯ରେ ସେ ‘କ୍ଲାଇମେଟ୍ ୱାରିଅର୍’ ଅଭିଯାନ ଆରମ୍ଭ କରି ପରିବେଶ ସୁରକ୍ଷା ଓ ଜଳବାୟୁ ସଙ୍କଟ ବିଷୟରେ ସଚେତନତା ସୃଷ୍ଟିରେ ସକ୍ରିୟ ହୋଇଥିଲେ। ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହ ପରିବେଶ ସୁରକ୍ଷାକୁ ଯୋଡ଼ିବା ଥିଲା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ପିଲାଦିନରୁ ହିଁ ପରିବେଶକୁ ନେଇ ଭୂମିଙ୍କ ମନରେ ଚିନ୍ତା ଥିଲା। ଭୂମି ‘ୟଙ୍ଗ୍ ଆର୍ଥ ଚାମ୍ପିଅନ୍ସ’ ଭଳି ଦେଶବ୍ୟାପୀ ଅଭିଯାନରେ ନିଜକୁ ସାମିଲ୍‌ କରି ପରିବେଶ ସୁରକ୍ଷା ପାଇଁ କାମ କରିଆସୁଛନ୍ତି।

Nabarangpur: ଓସ୍ବାସ ଫାଇଲ୍ ପ୍ରକ୍ରିୟାକରଣରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଥମ

ଏହି ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯୁବପିଢ଼ି ଭିତରେ ପରିବେଶ ସ‌େଚତନତା ସୃଷ୍ଟି କରିବା। ୨୦୨୫ରେ ସେ ଏକକ-ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ବୋତଲ ଏଡ଼ାଇବା, ପୁନଃବ୍ୟବହାରଯୋଗ୍ୟ ବୋତଲ ଓ ଷ୍ଟିଲ୍ ଷ୍ଟ୍ର’ ବ୍ୟବହାର ଭଳି ଛୋଟ ଛୋଟ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇଥିଲେ। ତାଙ୍କ ମତରେ, ବଡ଼ ପରିବର୍ତ୍ତନ ପାଇଁ ଦୈନନ୍ଦିନ ଜୀବନର ଛୋଟ ଅଭ୍ୟାସରେ ପରିବର୍ତ୍ତନ ଆଣିବା ମଧ୍ୟ ଜରୁରି। ଏଥିସହ ସେ ଫିଲ୍ମ ଶିଳ୍ପରେ ଅଧିକ ସ୍ଥାୟୀ ଓ ପରିବେଶ ଅନୁକୂଳ ପ୍ରକ୍ରିୟା ଆପଣାଇବାର ଆବଶ୍ୟକତା ଉପରେ ଗୁରୁତ୍ବ ଦିଅନ୍ତି। ଅଗଷ୍ଟରେ ଆସାମରେ ଆସିଥିବା ବନ୍ୟା ପରେ ‘ଭାରତ ଡିଜାଷ୍ଟର ରିଲିଫ୍ ଫାଉଣ୍ଡେସନ୍’ ସହ ମିଶି ଭୂମି ରିଲିଫ୍ କାର୍ଯ୍ୟରେ ଯୋଗଦେଇଥିଲେ। ଭୂମିଙ୍କ ‘କ୍ଲାଇମେଟ୍ ୱାରିଅର୍’ ଅଭିଯାନର ଲକ୍ଷ୍ୟ ହେଉଛି ସିନେମା ଓ ସୋସିଆଲ ମିଡିଆର ଶକ୍ତିରେ ଲୋକଙ୍କୁ ଯୋଡ଼ିବା, ଯୁବପିଢ଼ିକୁ ସାମିଲ କରିବା ଏବଂ ଫିଲ୍ମ ଶିଳ୍ପରେ ସ୍ଥାୟୀ ପଦକ୍ଷେପକୁ ପ୍ରୋତ୍ସାହନ ଦେବା।

Horoscope 2026 September 08: ଜାଣନ୍ତୁ ଆଜିର ରାଶିଫଳ...

Read Entire Article
LEFT SIDEBAR AD

Hidden in mobile, Best for skyscrapers.