ARTICLE AD BOX
ଆମ ପାଇଁ ପୁରୁଣା ଟାୟାର ହୁଏତ ଏକ ଅଦରକାରୀ ଜିନିଷ। ହେଲେ ମାୟୋଟ୍ ଦ୍ୱୀପରେ ଏହି ଫିଙ୍ଗି ଦିଆଯାଇଥିବା ଟାୟାର ହିଁ ପାଲଟିଛି ଏକ ନିଆରା ଦୌଡ଼ର ଅଂଶ। ଏଠାରେ ‘ଟାୟାର ଦୌଡ଼’ କେବଳ ଏକ ଖେଳ କିମ୍ବା ମନୋରଞ୍ଜନ ନୁହେଁ, ବରଂ ଦ୍ୱୀପର ବଢୁଥିବା ଆବର୍ଜନା ସମସ୍ୟାର ଏକ ଚିତ୍ର। ଲୋକେ ଆନନ୍ଦର ସହ ଏହି ଦୌଡ଼ରେ ସାମିଲ ହେଉଥିବା ବେଳେ, ଏହା ପରିବେଶ ସୁରକ୍ଷାର ଏକ ବଡ଼ ବାର୍ତ୍ତା ମଧ୍ୟ ଦେଉଛି।
ମାୟୋଟ୍ ହେଉଛି ଭାରତ ମହାସାଗରରେ ମାଡାଗାସ୍କର ଓ ମୋଜାମ୍ବିକ୍ ଉପକୂଳ ମଧ୍ୟରେ ଥିବା ଏକ ଦ୍ୱୀପପୁଞ୍ଜ। ୧୯୮୪ ମସିହାରେ ପିଇଟି ଶିକ୍ଷକ ଜ୍ୟାକ୍ ପାସ୍ ଏଠାରେ ଟାୟାର ଦୌଡ଼ ଆରମ୍ଭ କରିଥିଲେ। ମାୟୋଟ୍ର ପାରମ୍ପରିକ ଖେଳରୁ ଏହି ଦୌଡ଼ର ଧାରଣା ଆସିଥିଲା। ପିଲାମାନେ ଦୁଇଟି କାଠି ଧରି ଟାୟାରକୁ ଗଡ଼ାଇ ଦୌଡୁଥିଲେ।
ଧୀରେଧୀରେ ଏହି ସ୍କୁଲ୍ ଖେଳ ମାୟୋଟ୍ର ଏକ ପରିଚିତ କ୍ରୀଡ଼ା ଓ ପରମ୍ପରାରେ ପରିଣତ ହୋଇଗଲା। ତେବେ ଏହି ଟାୟାର ଦୌଡ଼ ପଛରେ ଏକ ବଡ଼ ପରିବେଶ ସମସ୍ୟା ମଧ୍ୟ ରହିଛି। ମାୟୋଟ୍ରେ ପୁରୁଣା ଟାୟାର ରଖିବା ପାଇଁ ଯଥେଷ୍ଟ ସ୍ଥାନ ନାହିଁ। ପୁରୁଣା ଟାୟାରକୁ ପୁନଃଚକ୍ରଣ ପାଇଁ ଅନ୍ୟ ସ୍ଥାନକୁ ପଠାଇବା ମଧ୍ୟ ମହଙ୍ଗା। ସବୁ ଅଞ୍ଚଳରେ ଆବର୍ଜନା ସଂଗ୍ରହର ବ୍ୟବସ୍ଥା ମଧ୍ୟ ଭଲ ନୁହେଁ। ତେଣୁ ଅନେକ ପୁରୁଣା ଟାୟାର ଖୋଲା ସ୍ଥାନରେ ପଡ଼ିରହୁଛି। ଟାୟାର ଭିତରେ ବର୍ଷା ପାଣି ଜମିଲେ ମଶା ବଢ଼ିବାର ଆଶଙ୍କା ଥାଏ। ଏହା ରୋଗ ବ୍ୟାପିବାର କାରଣ ହୋଇପାରେ। ସେହିପରି ଟାୟାର ଜାଳିଲେ ବିଷାକ୍ତ ଧୂଆଁ ବାହାରି ବାୟୁ ଓ ମାଟିକୁ ପ୍ରଦୂଷିତ କରେ।
LPU Violence: ଏଲ୍ପିୟୁ ହିଂସା: ପୁଲିସ ସଂଯମ ଦେଖାଇଛି, ଭଙ୍ଗାରୁଜାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ
ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୩୦୦ କୋଟି ଟାୟାର ତିଆରି ହୁଏ। ପୁରୁଣା ଟାୟାରକୁ ଗୁଣ୍ଡ କରି ରାସ୍ତା ଓ ଖେଳ ପଡ଼ିଆରେ ବ୍ୟବହାର କରାଯାଏ। ସିମେଣ୍ଟ କାରଖାନା ଓ ପାଇରୋଲିସିସ୍ ଭଳି ପଦ୍ଧତିରେ ମଧ୍ୟ ଏହାକୁ ପୁନଃବ୍ୟବହାର କରାଯାଏ। ହେଲେ ଏଥିପାଇଁ ଅଧିକ ଖର୍ଚ୍ଚ ଓ ଯନ୍ତ୍ରପାତି ଦରକାର। ତେଣୁ ମାୟୋଟ୍ ଭଳି ଦ୍ୱୀପ ଅଞ୍ଚଳରେ ଟାୟାର ପରିଚାଳନା ଏକ ବଡ଼ ଚ୍ୟାଲେଞ୍ଜ। ଟାୟାର ସମସ୍ୟା ମଧ୍ୟ ପ୍ଲାଷ୍ଟିକ୍ ପ୍ରଦୂଷଣ ଭଳି ଏକ ବଡ଼ ପରିବେଶ ସମସ୍ୟା। ଆବର୍ଜନା ବଢୁଥିବା ବେଳେ ପୁନଃଚକ୍ରଣ ବ୍ୟବସ୍ଥା ସେହି ଅନୁପାତରେ ବଢୁନାହିଁ। ମାୟୋଟ୍ର ଲୋକେ ପୁରୁଣା ଟାୟାରକୁ ନିଆରା ଭାବେ ବ୍ୟବହାର କରୁଥିଲେ ମଧ୍ୟ, ଏହା ସ୍ଥାୟୀ ସମାଧାନ ନୁହେଁ। ଟାୟାର ତଥା ପ୍ଲାଷ୍ଟିକ୍ ତିଆରି କରୁଥିବା କମ୍ପାନି ଓ ସରକାର ଏହାର ଉପଯୁକ୍ତ ପରିଚାଳନା ଦାୟିତ୍ୱ ନେବା ଆବଶ୍ୟକ।

2 days ago
2


