ARTICLE AD BOX
କଟକ: ଏକ ସୁସ୍ଥ ଓ ସୁନ୍ଦର ପରିବେଶ ଆମ ସମସ୍ତଙ୍କ ପାଇଁ ଆବଶ୍ୟକ। ହେଲେ ପରିବେଶ ତାହାର କରାଳ ରୂପ ପ୍ରଦର୍ଶନ କଲେ ଧ୍ବଂସକାରକ ହୁଏ। ଏଥିପାଇଁ ଯୁବ ସମାଜ ଆଗେଇ ଆସିବା ଦରକାର। ପରିବେଶ ପାଇଁ ସମସ୍ତେ ସଚେତନ ଅଛନ୍ତି। ହେଲେ ଦାୟିତ୍ବ ନେବାକୁ କେହି ଆଗକୁ ଆସୁନାହାନ୍ତି। କିନ୍ତୁ ଆଗକୁ ପରିବେଶର ଯେପରି ଅଧିକ କ୍ଷତି ହେବ ନାହିଁ, ସେ ଦିଗରେ କାର୍ଯ୍ୟ କରିବାକୁ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ଆହ୍ବାନ ଦେଇଛନ୍ତି। ‘ସମ୍ବାଦ’ ପକ୍ଷରୁ ବାଙ୍କୀ ନିର୍ବାଚନ ମଣ୍ଡଳୀର କେଏମ୍ବିବି ମହାବିଦ୍ୟାଳୟରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଶ୍ରୀ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ ଆମ ପାଖରେ ୩୩ ପ୍ରତିଶତ ଜଙ୍ଗଲ ସମ୍ପଦ, ୪୫୦ରୁ ଅଧିକ ବେଳାଭୂମି, ୧୨ ପ୍ରତିଶତରୁ ଅଧିକ ନଦୀ-ନାଳ ରହିଛି।
BoB: ବ୍ୟାଙ୍କ ଅଫ୍ ବରୋଦାର ପ୍ରତିଷ୍ଠା ଦିବସ
ପ୍ରକୃତି ଆମକୁ ବହୁତ କିଛି ଦେଇଛି। ହେଲେ ତାହାର ସୁରକ୍ଷା ପାଇଁ ଉତ୍ତରଦାୟିତ୍ବ ନେବାକୁ ହେବ। ପ୍ରଥମେ ଆମ ନିଜଠାରୁ ପରିବର୍ତ୍ତନ ଆରମ୍ଭ ହେବା ଦରକାର। ଏଥିପାଇଁ ଆମକୁ ସଂକଳ୍ପ ନେବାକୁ ହେବ। ପୂର୍ବରୁ ତ୍ରିଶୂଳିଆ-ବାଙ୍କୀ ରାସ୍ତା ନିର୍ମାଣ ବେଳେ ଗଛ ନଥିଲା। ଏବେ ରାସ୍ତାର ଦୁଇ କଡ଼ରେ ଭରପୂର ଗଛ ଦେଖିବାକୁ ମିଳୁଛି। ଅଞ୍ଚଳରେ ଶିଳ୍ପାନୁଷ୍ଠାନ ସଂଖ୍ୟା ବଢ଼ିବାରେ ଲାଗିଛି। ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏହା ଆବଶ୍ୟକ। କିନ୍ତୁ ପରିବେଶକୁ ବନ୍ଧକ କରି ଏପରି କରାଯାଇପାରିବନି। ତେଣୁ ଯେତିକି ଗଛ କଟାଯାଉଛି, ତାହାର ଦୁଇଗୁଣ ଗଛ ଲଗାଯିବାକୁ କୁହାଯାଉଛି। ୯ ଏକର ଗଛ କଟାଯାଇଥିଲା ବେଳେ ୨୦ ଏକର ଜମିରେ ବୃକ୍ଷରୋପଣ କରାଯିବାକୁ ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି। ନିଜନିଜର ଦାୟିତ୍ବ ଓ କର୍ତ୍ତବ୍ୟକୁ ଠିକ୍ ଭାବେ ସମ୍ପାଦନ କଲେ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ ସଫଳ ହୋଇପାରିବ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ କହିଛନ୍ତି।
Neglect: ଗୋଟିଏ ଭୁଲରେ ବନ୍ଦ ହେଲା ଆଧାର, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ଏହି ଅବସରରେ କେଏମ୍ବିବି ଶିକ୍ଷାନୁଷ୍ଠାନ ସମୂହର ନିର୍ଦ୍ଦେଶକ (ଏକାଡେମିମ୍) ଡକ୍ଟର ବିଜୁନି ଚରଣ ସୂତାର କହିଛନ୍ତି, ଅଞ୍ଚଳରେ ପ୍ରବାହିତ ହେଉଥିବା ପୁରୀ କେନାଲ୍କୁ ସଫା ରଖିବା ପାଇଁ ପଞ୍ଚାୟତସ୍ତରରେ ଉଦ୍ୟମ ହେଉ। ଅଧିକ ମାତ୍ରାରେ ଅମ୍ଳଜାନ ଦେଇପାରୁଥିବା ଗଛ ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି। ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ବୈଜ୍ଞାନିକ କିଶୋର ଚନ୍ଦ୍ର ପାଣୀ ସୁସ୍ଥ ପରିବେଶ ଗଠନରେ ଉଦ୍ଭିଦ ଓ ପ୍ରାଣୀ ଜଗତର ସଂପର୍କକୁ ବର୍ଣ୍ଣନା କରିଥିଲେ। ବୃକ୍ଷରୋପଣ କରାଯିବା ସହ ଜଳକୁ ପ୍ରଦୂଷଣମୁକ୍ତ ରଖିବାକୁ ସେ ଆହ୍ବାନ ଦେଇଥିଲେ। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର କଟକଜିଲ୍ଲା ପ୍ରତିନିଧି ଦୀପ୍ତିରଂଜନ ସାମଲ ସ୍ବାଗତ ଭାଷଣ ଓ ବାରଙ୍ଗ ପ୍ରତିନିଧି ରୁଦ୍ରନାରାୟଣ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ସୁହାସିନୀ ସ୍ବାଇଁ, ମୋନାଲିସା ନାୟକ ଓ ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

1 hour ago
3


