Entertenment: ଆଠଟି ଟେକ୍‌ରେ ଓକେ ହୋଇଥିଲା ‘ଗୋରୀଲୋ ଗୋରୀ..’

1 hour ago 1
ARTICLE AD BOX

ବେଳେବେଳେ ଗୋଟିଏ ଗୀତକୁ କଣ୍ଠଶିଳ୍ପୀ ୱାନ୍‌ଟେକ୍ ଓକେ କରିଦେଇ ଥାଆନ୍ତି। ଆଉ କେତେବେଳେ କେମିତି ଦୁଇଟା ବା ତିନିଟା ଟେକ୍ ବି ନେବାକୁ ପଡ଼ିଥାଏ। କୌତୁହଳର ବିଷୟ ହେଲା, ବଲିଉଡ୍‌ର ଜଣାଶୁଣା ଗାୟକ ସୁରେଶ ୱାଡେକରଙ୍କୁ ଗୋଟାଏ ଓଡ଼ିଆ ଫିଲ୍ମର ଗୀତକୁ ନିଖୁଣ ଭାବେ ଗାଇବା ପାଇଁ ଆଠଟି ଟେକ୍‌ ଦେବାକୁ ପଡ଼ିଥିଲା। ଆସନ୍ତୁ ଜାଣିବା ସେହି ଲୋକପ୍ରିୟ ଓଡ଼ିଆ ଗୀତ ପଛର କାହାଣୀ...

ଶିବଶଙ୍କର ଓଝା

୧୯୮୮ ମସିହାରେ ମୁକ୍ତିଲାଭ କରିଥିଲା ଓଡ଼ିଆ ସିନେମା ‘କନ୍ୟାଦାନ’। ଏହାର ନିର୍ଦ୍ଦେଶନା ଓ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଅଲ୍‌ରାଉଣ୍ଡର ଅରୁଣ ମହାନ୍ତି। ତେବେ ପ୍ରାୟ ୫ ବର୍ଷ ପୂର୍ବରୁ ଏହି ଫିଲ୍ମର ଗୀତ ରେକର୍ଡିଂ ହୋଇଥିଲା। ସ୍ବରକାର ଅରୁଣ ମହାନ୍ତି ନିଜେ ଗୀତ ଲେଖି ତା’ର ସ୍ବର କରିବା ପରେ ସେ ସମୟର ଜଣାଶୁଣା କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଓ ତାନସେନ୍‌ ସିଂହଙ୍କୁ ନେଇ ନିଜ ବାସଭବନରେ ରିହର୍ସାଲ କରିଥିଲେ। ୧୯୮୩ ମସିହା ଏପ୍ରିଲ ମାସରେ ଅରୁଣ ମହାନ୍ତି, ପ୍ରଣବ ପଟ୍ଟନାୟକ ଓ ତାନସେନ୍‌ ସିଂହ ପ୍ରମୁଖ ଗୀତ ରେକର୍ଡିଂ ପାଇଁ ମୁମ୍ବାଇ (ସେ ସମୟ‌ର ବମ୍ବେ) ଗଲେ। ଫେମସ୍‌ ତାରଦେଓ ଷ୍ଟୁଡିଓରେ ଗୀତ ରେକର୍ଡିଂ ପାଇଁ ଏପ୍ରିଲ ୨୧ ଓ ୨୨ ତାରିଖ ଧାର୍ଯ୍ୟ ହୋଇଥାଏ। ଅରୁଣ ମୁମ୍ବାଇରେ ପହଞ୍ଚିବା ପରେ ମ୍ୟୁଜିକ ଆରେଞ୍ଜର ଅରୁଣ ପୋଡୱାଲ (ସୁପ୍ରସିଦ୍ଧ ଗାୟିକା ଅନୁରାଧା ପୋଡୱାଲଙ୍କ ସ୍ବାମୀ)ଙ୍କ ପାଖକୁ ଯାଇ ଗୀତଗୁଡ଼ିକ ସଂପର୍କରେ ଆଲୋଚନା କଲେ। ପୂର୍ବରୁ ପ୍ରଣବ ପଟ୍ଟନାୟକ ‘ପାହାଡ଼ର ସେ ପାଖେ...’ ଓ ଅନ୍ୟ ଏକ ଗୀତ (ଯାହା ଫିଲ୍ମରେ ସ୍ଥାନୀତ ହୋଇ ନ ଥିଲା) ଏବଂ ତାନସେନ୍‌ ସିଂହ ‘ଅଳ୍ପ ଫୁଲେଇ...’ ଗୀତ ଗାଇ‌େବ ବୋଲି ଠିକ୍ ହୋଇସାରିଥାଏ। ତେଣେ ଫିଲ୍ମର ‘ସିନ୍ଦୂର ମଥାରେ ତୋର...’ ଗୀତ ଲାଗି ସୁରେଶ ୱାଡେକରଙ୍କୁ ନେବା ପାଇଁ ପୂର୍ବରୁ ଅରୁଣ ମହାନ୍ତି ମନସ୍ଥ କରିସାରିଥିଲେ। ହେଲେ ‘କନ୍ୟାଦାନ’ର ଅନ୍ୟ ଏକ ହିଟ୍ ଗୀତ ‘ଗୋରୀ ଲୋ ଗୋରୀ ତୁ ସେ ପାରିକୁ ଯିବୁ...’ ଗୀତରେ କାହାକୁ ନିଆଯିବ ତାହା ସ୍ଥିର ହୋଇନଥିଲା। ତେବେ ଦୁଇ ଅରୁଣ ଠିକ୍ କଲେ ଯେ ଏହି ଗୀତ ବି ସୁରେଶ ୱାଡେକରଙ୍କ କଣ୍ଠରେ ରେକର୍ଡ କରାଯିବ।

Russia-Ukraine war: ଆମେରିକାର ଶାନ୍ତି ଉଦ୍ୟମ ସତ୍ତ୍ୱେ ରୁଷ୍‌-ୟୁକ୍ରେନ୍‌ରେ ରାତିସାରା ଆକ୍ରମଣ

ସେତେବେଳେ ସୁରେଶ ୱାଡେକର ଗାଇଥିବା ‘ପ୍ରେମରୋଗ’ (୧୯୮୨)ର ପ୍ରତିଟି ଗୀତ ସୁପରହିଟ୍ ହୋଇଥାଏ ଓ ତାଙ୍କର ଜବରଦସ୍ତ କ୍ରେଜ ଥାଏ। ତା’ଛଡ଼ା ସେ ‘ଉଲ୍‌କା’ରେ ଗାଇଥିବା ‘ମା’ ତୁମେ ମମତାର ସୀମାହୀନ ସାଗର...’ ଓ ‘ହିସାବ ନିକାଶ’ରେ ଗାଇଥିବା ‘ଆସିଛି ଏକ ଯିବି ମୁଁ ଏକା...’ ଓଡ଼ିଶାରେ ଚହଳ ପକାଇ ସାରିଥାଏ। ସେ ଯାହା ହେଉନା କାହିଁକି ସୁରେଶ ୱାଡେକର ନିର୍ଦ୍ଧାରିତ ସମୟ (ପୂର୍ବାହ୍ନ ୧୦ଟା)ରେ ରେକର୍ଡିଂ ଷ୍ଟୁଡିଓରେ ପହଞ୍ଚି ଯାଇଥିଲେ। ପ୍ରଥମେ ‘ଗୋରୀ ଲୋ ଗୋରୀ...’ ଗୀତଟିର ରେକର୍ଡିଂ କରିବା ଠିକ୍ ହେଲା। ସୁରେଶ ୱାଡେକର ପୂର୍ବରୁ ଫୋନ୍‌ରେ ଗୀତଟିକୁ ଅରୁଣ ମହାନ୍ତିଙ୍କ କଣ୍ଠରେ ଶୁଣିଥିଲେ ଓ ଅଭ୍ୟାସ ବି କରିଥିଲେ। ଏଣୁ ମ୍ୟୁଜିକ ଆରେଞ୍ଜର ଓ କମ୍ପୋଜର ଆଶା କରିଥିଲେ ଯେ ୱାନ୍ ଟେକ୍ ଓକେ ହୋଇଯିବ। ଅତିବେଶୀରେ ଘଣ୍ଟାକ ଭିତରେ ଗୀତର ରେକର୍ଡିଂ ସରିଯିବ। ହେଲେ ଇଏ କ’ଣ? ସୁରେଶ ଯେଉଁ ଶୈଳୀରେ ଗାଇବା ଆରମ୍ଭ କଲେ ଅରୁଣ ମହାନ୍ତି ଆଦୌ ସନ୍ତୁଷ୍ଟ ହୋଇପାରିଲେନି। ସେ ରିଟେକ୍‌ ପାଇଁ କହିଲେ। ସେତେବେଳେ ଲାଇଭ ରେକର୍ଡିଂର ଜମାନା।

High Court judge: ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ କର୍ଣ୍ଣନଙ୍କ ପରଲୋକ

ଏମିତି ପାଖାପାଖି ପାଞ୍ଚ ଥର ଝୁଣ୍ଟିବା ପରେ ବାଧ୍ୟହୋଇ ଅରୁଣ ମହାନ୍ତି ସୁରେଶଜୀଙ୍କୁ ବୁଝାଇଲେ ଯେ ଆପଣ ଏଇ ଗୀତକୁ ମହମ୍ମଦ ରଫିଙ୍କ ଷ୍ଟାଇ‌ଲରେ ଗାଆନ୍ତୁ। ମନେ ରଖନ୍ତୁ ଏଇଟା ଗୋଟେ ଡ୍ୟାନ୍‌ସ ନମ୍ବର। ଏଥର ସୁରେଶ ୱାଡେକର ସଚେତନ ହେଲେ ଏବଂ ‘ୱାର୍ଡିଂସ’ ଉପରେ ବି ଧ୍ୟାନ ଦେଲେ। ଷ୍ଟୁଡିଓରେ ପାଖାପାଖି ଅଧଘଣ୍ଟା ଧରି ନିଜେ ରିହର୍ସାଲ କଲେ। ପୁଣି ରେକର୍ଡିଂ ଆରମ୍ଭ ହେଲା। ତଥାପି ସନ୍ତୁଷ୍ଟ ହେଲେନି ଅରୁଣ। ଶେଷରେ ଅଷ୍ଟମ ଟେକ୍‌ରେ ଗୀତଟି ଓକେ ହେଲା। ‘ଗୋରୀ ଲୋ ଗୋରୀ...’ ରେକର୍ଡିଂ ପାଇଁ ପ୍ରାୟ ତିନିଘଣ୍ଟା ଲାଗିଥିଲା। ଏହାପରେ ସୁରେଶଙ୍କର କୌଣସି ବି ଓଡ଼ିଆ ଗୀତ ପାଇଁ ଏତେ ଟେକ୍ ନିଆଯାଇ ନଥିବା କୁହାଯାଏ

Read Entire Article
LEFT SIDEBAR AD

Hidden in mobile, Best for skyscrapers.