ARTICLE AD BOX
ସାଉଥମ୍ପଟନ୍: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ମ୍ୟାଚ୍ ବିଶିଷ୍ଟ ଟି୨୦ ଶୃଙ୍ଖଳାର ପଞ୍ଚମ ତଥା ଶେଷ ମୁକାବିଲା ଉଭୟ ବ୍ୟାଟିଂ ଏବଂ ବୋଲିଂ କ୍ଷେତ୍ରରେ ଇଂଲଣ୍ଡ ଦମଦାର ପ୍ରଦର୍ଶନ କରିଛି। ଘରୋଇ ମାଟିରେ ଭାରତ ବିପକ୍ଷରେ ୫୬ ରନ୍ରେ ବିଜୟୀ ହୋଇଛି।
ଭାରତ ୨୫୮ ରନ୍ର ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଶ୍ରେୟସ ଆୟରଙ୍କ ନେତୃତ୍ବରେ ଦଳ ୨୦ ଓଭରରେ ୮ଟି ୱିକେଟ୍ ହରାଇ ୨୦୧ ରନ୍ କରିଛି। ଭାରତ ପାଇଁ ଈଶାନ କିଶନ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୩୫ଟି ବଲ୍ ଖେଳି ୭ଟି ଚୌକା ଏବଂ ୨ଟି ଛକା ବଳରେ ୫୬ ରନ୍ ସଂଗ୍ରହ କରିଥିଲେ। ତିଲକ ବର୍ମା ୨୫ଟି ବଲ୍ ଖେଳି ୩ଟି ଚୌକା ୪ଟି ଛକା ବଳରେ ୫୩ ରନ୍ ସଂଗ୍ରହ କରିଥିଲେ। ସଂଜୁ ସାମସନ ୨୭ ରନ୍ ଏବଂ ଶ୍ରେୟସ ଆୟର ୨୮ ରନ୍ କରିଥିଲେ। ଅନ୍ୟ ଖେଳାଳିଙ୍କର ପ୍ରଦର୍ଶନ ନିମ୍ନମାନର ଥିଲା।
ସାଉଥମ୍ପଟନର ଦ ରୋଜ୍ ବାଉଟ୍ରେ ଟସ୍ ଜିଣି ଭାରତ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ଗୋଟିଏ ୩ଟି ହରାଇ ୨୫୭ ରନ୍ କରିଥିଲା। ଏହି ସ୍କୋରରେ ଜୋସ୍ ବଟଲରଙ୍କ ଶତକ ସାମିଲ ରହିଛି।
ଇଂଲଣ୍ଡ ପାଇଁ ଜୋସ ବଟଲର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ଶିଭମ ଦୁବେଙ୍କ ବଲ୍ ଶ୍ରେୟସ ଆୟରଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ସେ ୬୪ଟି ବଲ୍ ଖେଳି ଥିଲେ। ଏଥିରୁ ସେ ୧୨ଟି ଚୌକା ଏବଂ ୮ଟି ଛକା ସହାୟତାରେ ୧୩୧ ରନ୍ ସଂଗ୍ରହ କରିଥିଲେ। ସେହିପରି ହେରି ବ୍ରୋକ୍ ଇଂଲଣ୍ଡ ପାଇଁ ଦ୍ବିତୀୟ ସର୍ବାଧିକ ସ୍କୋର କରିଥିଲେ। ସେ ଅପରାଜିତ ରହି ୯୫ ରନ୍ ସଂଗ୍ରହ କରିଥିଲେ। ୪୫ଟି ବଲ୍ ଖେଳି ୪ଟି ଚୌକା ଏବଂ ୮ଟି ଛକା ମାରିଥିଲେ। ଜାକୋବ ବେଥେଲ ଗୋଟିଏ ବଲ୍ ଖେଳି ଶିଭମ ଦୁବେଙ୍କ ବଲ୍ରେ ତିଲକ ବର୍ମାଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ। ୱିଲ୍ ଜ୍ୟାକ୍ ୨ଟି ବଲ୍ ଖେଳି ଅପରାଜିତ ୭ରନ୍ କରିଥିଲେ।
Cricket: ଜାତୀୟ କ୍ରିକେଟ୍ ଦଳ ପାଇଁ ଓଡ଼ିଶାର ସମ୍ଭାବନା ଅନନ୍ୟା
ଇଂଲଣ୍ଡ ପାଇଁ ଫିଲିପ୍ ସଲ୍ଟ ଏବଂ ଜୋସ ବଟଲର ବ୍ୟାଟିଂ ଆରମ୍ଭ କରିଥିଲେ। ଉଭୟ ଖେଳାଳି ପ୍ରଥମ ୱିକେଟ୍ ପାଇଁ ୮ ରନ୍ରେ କରିଥିଲେ। ଭାରତର ପ୍ରଥମ ଶିକାର ହୋଇଥିଲେ ଫିଲିପ୍ ସଲ୍ଟ। ପ୍ରସିଦ୍ଧ କୃଷ୍ଣାଙ୍କ ବଲ୍ରେ ଆଉଟ୍ ହେବା ପୂର୍ବରୁ ସେ ୯ଟି ବଲ୍ ଖେଳି ଗୋଟିଏ ଚୌକା ସହାୟତାରେ ୬ ରନ୍ ସଂଗ୍ରହ କରିଥିଲେ।

1 hour ago
1


