Energy Storage: ସୌର, ପବନ ପ୍ରକଳ୍ପ ପାଇଁ ବ୍ୟାଟେରି ଷ୍ଟୋରେଜ୍‌ ବାଧ୍ୟତାମୂଳକ

40 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଦେଶରେ ଅକ୍ଷୟ ଶକ୍ତି ଉତ୍ପାଦନ ବଢ଼ିବା ସହ ବିଦ୍ୟୁତ୍‌ ଯୋଗାଣରେ ସ୍ଥିରତା ଆଣିବାକୁ ନୂଆ ସୌର ଓ ପବନ ବିଦ୍ୟୁତ୍‌ ପ୍ରକଳ୍ପରେ ବ୍ୟାଟେରି ଷ୍ଟୋରେଜ୍‌ ବ୍ୟବସ୍ଥା ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ ଦେଇଛି କେନ୍ଦ୍ରୀୟ ବିଦ୍ୟୁତ୍‌ ପ୍ରାଧିକରଣ (ସିଇଏ)। ପ୍ରସ୍ତାବିତ ନିୟମ ଅନୁସାରେ ୨୦୨୭ ଜୁଲାଇ ୧ ପରେ ଚାଲୁ ହେବାକୁ ଥିବା ଭୂପୃଷ୍ଠରେ ସ୍ଥାପିତ ସୌର ଓ ତଟ୍ଟୀୟ ପବନ ଶକ୍ତି ପ୍ରକଳ୍ପରେ ଷ୍ଟୋରେଜ୍‌ ବ୍ୟବସ୍ଥା ରହିବା ଆବଶ୍ୟକ। ପ୍ରସ୍ତାବ ଅନୁଯାୟୀ, ଏହି ପ୍ରକଳ୍ପଗୁଡ଼ିକର ସ୍ଥାପିତ କ୍ଷମତାର ଅତି କମ୍‌ରେ ୧୦% ସମାନ ବ୍ୟାଟେରି ଷ୍ଟୋରେଜ୍‌ ରହିବା ଦରକାର। ଏହି ବ୍ୟାଟେରି ଅତି କମ୍‌ରେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂରକ୍ଷଣ କରିପାରୁଥିବା ଆବଶ୍ୟକ। ଉଦାହରଣ ସ୍ୱରୂପ ୧୦୦ ମେଗାୱାଟ୍‌ର ଏକ ସୌର ପ୍ରକଳ୍ପରେ ଅତି କମ୍‌ରେ ୧୦ ମେଗାୱାଟ୍‌ କ୍ଷମତାର ବ୍ୟାଟେରି ଷ୍ଟୋରେଜ୍‌ ରହିବ ଯାହା ଦୁଇ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ ଯୋଗାଇପାରିବ।

ପ୍ରକଳ୍ପର ସ୍ଥାପିତ କ୍ଷମତାର ୧୦% ରହିବ

ଏହି ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ଇ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି। ୨୦୨୯ ଜୁଲାଇ ୧ରୁ ୨୦୩୧ ଜୁନ୍‌ ୩୦ ମଧ୍ୟରେ ଚାଲୁ ହେବାକୁ ଥିବା ନୂଆ ସୌର ଓ ପବନ ଶକ୍ତି ପ୍ରକଳ୍ପ ପାଇଁ ଷ୍ଟୋରେଜ୍‌ର ସମୟସୀମାକୁ ଦୁଇ ଘଣ୍ଟାରୁ ବଢ଼ାଇ ଚାରି ଘଣ୍ଟା କରାଯିବ। ତେବେ ଷ୍ଟୋରେଜ୍‌ କ୍ଷମତା ପ୍ରକଳ୍ପର ସ୍ଥାପିତ କ୍ଷମତାର ୧୦% ରହିବ। ସୌର ଓ ପବନ ଶକ୍ତି ପାଣିପାଗ ଉପରେ ନିର୍ଭରଶୀଳ ହୋଇଥିବାରୁ ଏହାର ଉତ୍ପାଦନରେ ଅନିୟମିତତା ଦେଖାଯାଏ। ଦିନରେ ଅଧିକ ସୌର ବିଦ୍ୟୁତ୍‌ ଉତ୍ପାଦନ ହେଲେ ତାହାକୁ ବ୍ୟାଟେରିରେ ସଂରକ୍ଷଣ କରି ସନ୍ଧ୍ୟା କିମ୍ବା ଚାହିଦା ବଢ଼ିବା ସମୟରେ ବ୍ୟବହାର କରାଯାଇପାରିବ। ଏହା ଗ୍ରିଡ୍‌ ଉପରେ ଚାପ କମାଇବା ସହ ଅକ୍ଷୟ ଶକ୍ତିର ଅଧିକ ବ୍ୟବହାରରେ ସହାୟକ ହେବ।

Air India: ଫୁକେଟ୍‌-ଦିଲ୍ଲୀ ବିମାନ ଦୁର୍ଘଟଣା: ପାଇଲଟ୍‌ ଡ୍ରଗ୍‌ ପରୀକ୍ଷାରେ ପଜିଟିଭ

ଏହାସହ ନୂଆ ଅକ୍ଷୟ ଶକ୍ତି ପ୍ରକଳ୍ପରେ ଗ୍ରିଡ୍‌-ଫର୍ମିଂ ଇନ୍‌ଭର୍ଟର ବ୍ୟବହାର ନେଇ ମଧ୍ୟ ସିଇଏ ପ୍ରସ୍ତାବ ରଖିଛି। ୨୦୨୭ ଜୁଲାଇ ୧ ପରେ ଚାଲୁ ହେବାକୁ ଥିବା ପ୍ରକଳ୍ପରେ ଅତି କମ୍‌ରେ ୧୫% ଇନ୍‌ଭର୍ଟରରେ ଏହି ବ୍ୟବସ୍ଥା ରହିବା ଆବଶ୍ୟକ ହୋଇପାରେ। ବ୍ୟାଟେରି ଷ୍ଟୋରେଜ୍‌ ସିଷ୍ଟମ୍‌ର ପାୱାର କନଭର୍ସନ୍‌ ସିଷ୍ଟମ୍‌ରେ ମଧ୍ୟ ଗ୍ରିଡ୍‌-ଫର୍ମିଂ କ୍ଷମତା ରହିବା ପ୍ରସ୍ତାବ ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.