Encounter: ସେ‌ାପିଆନ ଏନକାଉଣ୍ଟରରେ ଶୀର୍ଷ ଲସ୍କର ଆତଙ୍କବାଦୀ ନିପାତ

1 hour ago 1
ARTICLE AD BOX

ଶ୍ରୀନଗର: ଜମ୍ମୁ କାଶ୍ମୀରର ସୋପିଆନ ଜିଲ୍ଳାର ଛାନ୍‌ପୋରା ଅଞ୍ଚଳରେ ଆଜି ସୁରକ୍ଷାକର୍ମୀଙ୍କର ଏକ ମିଳିତ ସର୍ଚ୍ଚ ଅପରେସନ୍‌ରେ ଜଣେ ଏଲ୍‌ଇଟି (ଲସ୍କର ଏ ତୋଏବା) ଆତଙ୍କବାଦୀ ନିପାତ ହୋଇଛି। ନିପାତ ହୋଇଥିବା ଆତଙ୍କବାଦୀ ଏଲ୍‌ଇଟି ସଞ୍ଚାଳକ ଜାକିର ଅହମଦ ଗନି ବୋଲି ଜଣାପଡ଼ିଛି। କିନ୍ତୁ ଏହା ସ୍ପଷ୍ଟ କରାଯାଇନି। 

ସୋପିଆନର ଏସ୍‌ଓଜି (ସ୍ପେସାଲ ଅପରେନ୍ସ ଗ୍ରୁପ୍‌), ସେନାର ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସିଆରପିଫ୍‌ ( ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ) ଦ୍ବାରା ମିଳିତ ଭାବେ ଏହି ଅପରେସନ୍‌ ପରିଚାଳନା କରାଯାଇଥିଲା। ଏନକାଉଣ୍ଟର ସଂକ୍ରାନ୍ତରେ ବିସ୍ତୃତ ସୂଚନା ପ୍ରଦାନ କରି ଜମ୍ମୁ କାଶ୍ମୀର ପୁଲିସ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛି ଯେ ଆରଆର ଏବଂ ସିଆରପିଏଫ୍‌ ସହ ଏକ ମିଳିତ ଅପରେସନ୍‌ରେ ସୋପିଆନ ଏସ୍‌ଓଜି ଦ୍ବାରା ଜଣେ ଲସ୍କର ଆତଙ୍କବାଦୀ ନିପାତ ହୋଇଛି।

ପୁଲିସ ମଧ୍ୟ ଅଞ୍ଚଳରେ ସକ୍ରିୟ ଥିବା ଆତଙ୍କବାଦୀମାନଙ୍କୁ ଏକ ଚେତାବନୀ ଜାରି କରି କହିଛି ଯେ ତୁମେମାନେ ଚାଲି ଯାଇ ପାରିବ। କିନ୍ତୁ ଲୁଚି ପାରିବନି। ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ମିମନ୍ଦର ଅଞ୍ଚଳରେ ଏକ ଘଞ୍ଚ ଫଳ ବଗିଚାରେ ଗତ ଜୁଲାଇ ୩ ତାରିଖରୁ ୫ ଦିନ ଧରି ସର୍ଚ୍ଚ ଅପରେସନ୍‌ ଜାରି ରହିଥିଲା। ଏହି ଅଞ୍ଚଳରେ ଲତିଫ ଏବଂ ଜାକିର ନାମକ ୨ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି ବୋଲି ଗୁଇନ୍ଦା ସୂଚନା ପାଇବାପରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା।

coal trailer accident କୋଇଲା ବୋଝେଇ ଟ୍ରେଲର୍‌ ଧକ୍କାରେ ସୁରକ୍ଷାକର୍ମୀ ମୃତ

ତେବେ ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଗୁଳି ଚାଳନାରେ ଜଣେ ଆତଙ୍କବାଦୀ ନିପାତ ହୋଇଛି। ତେବେ ଅପରେସନ୍‌ ଶେଷ ହୋଇନି। ଜାକିର୍‌ ସହଯୋଗୀ ଲତିଫ ଭଟ୍ଟକୁ ଧରିବାପାଇଁ ସୁରକ୍ଷାକର୍ମୀମାନେ ଅପରେସନ୍‌ ଜାରି ରଖିଛନ୍ତି। ରେକର୍ଡ ଅନୁଯାୟୀ ଉଭୟ ଲତିଫ ଏବଂ ଜାକିର ହେଉଛନ୍ତି ଦକ୍ଷିଣ କାଶ୍ମୀର କୁଲ୍‌ଗାମ ଜିଲ୍ଲା ବାସିନ୍ଦା। ଜାକିର ୨୦୨୪ରେ ଏଲ୍‌ଇଟିରେ ଯୋଗ ଦେଇଥିବା ବିଶ୍ବାସ କରାଯାଉଛି ଏବଂ ଲତିଫ ଗତବର୍ଷ ଏହି ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.