ARTICLE AD BOX
ସୁନ୍ଦରଗଡ଼: ସୁନ୍ଦରଗଡ଼ ବନଖଣ୍ଡ ବଡ଼ଗାଁ ବନାଞ୍ଚଳ ମହାବୀର ପାହାଡ଼ ପାଦଦେଶ କଦୋପଡ଼ା ନିକଟରେ ୨୫ଟିକିଆ ହାତୀପଲଙ୍କୁ ଦେଖିବାକୁ ମିଳିଛି। ରାତିରେ ଗାଁ ପାଖ ବିଲରେ ଥିବାବେଳେ ସକାଳୁ ପାହାଡ଼ମୁହାଁ ହୋଇଛନ୍ତି।
ହାତୀପଲର ଗତିବିଧି ଉପରେ ନଜର
ଖବର ପାଇ ବନବିଭାଗର ଏକ ଦଳ ସେଠାକୁ ପହଞ୍ଚି ହାତୀପଲର ଗତିବିଧି ଉପରେ ନଜର ରଖିଛନ୍ତି। ସବୁଯାକ ଛତିଶଗଡ଼ି ଓ ଝାଡ଼ଖଣ୍ଡି ହାତୀ ଥିବା ବନବିଭାଗ ସୂତ୍ରରୁ ପ୍ରକାଶ। ଏଥିରେ ଛୁଆ ହାତୀ ଥିବାରୁ ମା' ହାତୀ ସ୍ବାଭାବିକ ଭାବେ ହିଂସ୍ର ଥିବା ଅନୁମାନ କରାଯାଉଛି।
ହାତୀପଲକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ଝାଡ଼ଖଣ୍ଡି ଅତି ଉଗ୍ର ଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସତର୍କ ରହିବା ସହ ହାତୀପଲ ନିକଟକୁ ନଯିବାକୁ ପରାମର୍ଶ ଦିଆଯାଇଛି।

54 minutes ago
1


