Elephant: ବିଶ୍ୱ ହସ୍ତୀ ଦିବସରେ ମାଈ ହାତୀର ମୃତଦେହ ଠାବ

1 hour ago 1
ARTICLE AD BOX

ବିଶ୍ୱ ହାତୀ ଦିବସ ଉପଲକ୍ଷେ ବଡ଼ ଉପହାର l ଆଜି ହାତୀ ଦିବସ ହୋଇଥିବା ବେଳେ ସମ୍ବଲପୁରରେ ଜିଲ୍ଲାରେ ହାତୀ ମୃତ୍ୟୁ ଥମୁ ନଥିବାର ନାଁ ନେଉନାହିଁ l ଆଜି ପୁଣି ଏକ ହାତୀ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି l

 (sambad.in) A female elephant dies Photograph: (sambad.in)

ସମ୍ବଲପୁର: ବିଶ୍ୱ ହାତୀ ଦିବସ ଉପଲକ୍ଷେ ବଡ଼ ଉପହାର l ଆଜି ହାତୀ ଦିବସ ହୋଇଥିବା ବେଳେ ସମ୍ବଲପୁରରେ ଜିଲ୍ଲାରେ ହାତୀ ମୃତ୍ୟୁ ଥମୁ ନଥିବାର ନାଁ ନେଉନାହିଁ l ଆଜି ପୁଣି ଏକ ହାତୀ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି l ସଦର ରେଞ୍ଜ ମୁଣ୍ତେର ସ୍ଥିତ ଜଙ୍ଗଳରେ ଗୋଟିଏ ମାଈ ହାତୀର ମୃତଦେହ ଠାବ କରାଯାଇଛି l 

ମୃତ୍ୟୁର କାରଣ ଅସ୍ପଷ୍ଟ

ସୂଚନା ଅନୁଯାୟୀ, ୩ ଦିନ ହେବ ମାଈ ହାତୀର ମୃତ୍ୟୁ ହୋଇଥିବା ବେଳେ ହାତୀର ମୃତଦେହରୁ ଦୁର୍ଗନ୍ଧ ହେବାରୁ ଆଜି ଜଣାପଡିଥିଲା l ଘଟଣା ସ୍ଥଳକୁ ବନ ବିଭାଗ ପହଞ୍ଚି ଛାନଭିନ ଆରମ୍ଭ କରିଛି l ତେବେ ହାତୀକୁ କିଏ ମାରିଛି କି ହାତୀର ସ୍ୱାଭାବିକ ମୃତ୍ୟୁ ହୋଇଛି ତାହାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ l ତେବେ ମାସକ ପୂର୍ବରୁ ପଡିବହାଲ ରେଞ୍ଜ ମିର୍ଧାପଡା ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଥିଲା l ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ବେଳେ ଦୁର୍ଗନ୍ଧ ହେବା ପରେ ବନ ବିଭାଗ ଖବର ପାଇ ମୃତଦେହ ଉଦ୍ଧାର କରିଥିଲାl

Vigilance: ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଜସ୍ୱ ନିରୀକ୍ଷକଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.