Electric Shock: ବିଦ୍ୟୁତ୍ ଆଘାତରେ ଛାତ୍ରୀ ଗୁରୁତର

1 day ago 4
ARTICLE AD BOX

ରାୟଗଡ଼ା: ରାୟଗଡ଼ା ସଦର ମହକୁମା ସ୍ଥିତ ଜି ସି ଡି ହାଇସ୍କୁଲର ଜଣେ ଛାତ୍ରୀ ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇଛନ୍ତି I ସୂଚନାରୁ ଜଣାପଡିଛି ରାୟଗଡ଼ା ସହରର ଆର୍‌.କେ. ନଗର ବାସିନ୍ଦା ଜଣେ ଛାତ୍ରୀଈଶ୍ୱରୀ ନାୟକ ଆଜି ସ୍କୁଲର ମୁଖ୍ୟ ପ୍ରବେଶ ଦ୍ୱାରର ଗ୍ରିଲ୍ ପାର ହେଉଥିବା ବେଳେ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ ଏବଂ ଗୁରୁତର ଆହତ ହୋଇଥିଲେ I  

ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ଗ୍ରିଲ୍‌କୁ ସ୍ପର୍ଶ କରିବା ମାତ୍ରେ ବିଦ୍ୟୁତ୍ ଆଘାତ ପାଇଥିଲେ। ଘଟଣା ପରେ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ଛାତ୍ରୀଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଏବଂ ତାଙ୍କ ପରିବାରକୁ ସୂଚନା ଦେଇଥିଲେ। ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ଛାତ୍ରୀଙ୍କୁ ପ୍ରାୟ ତିନି ଘଣ୍ଟା ଧରି ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସହ ସେ ବିପଦମୁକ୍ତ ବୋଲି ଜଣାପଡ଼ିଛି।

ବିଦ୍ୟାଳୟ କର୍ତ୍ତୃପକ୍ଷ ତଦନ୍ତ କରୁଛନ୍ତି

ତେବେ ସ୍କୁଲର ମୁଖ୍ୟ ପ୍ରବେଶ ଗେଟ୍‌ର ଗ୍ରିଲ୍‌ରେ କିପରି ବିଦ୍ୟୁତ୍ ପ୍ରବାହ ଆସିଲା ତାକୁ  ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ତଦନ୍ତ କରୁଛନ୍ତି Iଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଅବିଭାବକ ଦାବି କରିଛନ୍ତି I ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛିI

Sea: ରାମତରା ମୀରା ବିଚ୍‌ ନିକଟରେ ପୁଣି କୂଳ ଲଂଘିଲା ସମୁଦ୍ର, ସ୍ଥାୟୀ ପଥର ବନ୍ଧ ନିର୍ମାଣ ପାଇଁ ଦାବି

Read Entire Article
LEFT SIDEBAR AD

Hidden in mobile, Best for skyscrapers.