Electric Scooty Fire: ଚାର୍ଜ ଲାଗିଥିବା ବେଳେ ବ୍ୟାଟେରୀ ସ୍କୁଟିରେ ନିଆଁ ଲାଗି ଭସ୍ମୀଭୂତ

3 days ago 4
ARTICLE AD BOX

ସୋର: ସୋର ପୌରପାଳିକା ୦୧ ନଂ ୱାର୍ଡ଼ ବଡ଼ଖୁରୀ ପଦ୍ମପୋଖରୀ ପାଖରେ ଘର କରି ରହୁଥିବା ବିହାରର ପ୍ରେମ କୁମାର ଦାସ ଗୁପ୍ତାଙ୍କୁ ବ୍ୟାଟେରୀ ସ୍କୁଟି ଚାର୍ଜ ଲାଗିଥିବା ବେଳେ ନିଆଁ ଲାଗି ଫାଟି ଭସ୍ମୀଭୂତ ହୋଇଯାଇଛି।

ଦୁଇଟି ସ୍କୁଟି ପୋଡ଼ି ଭସ୍ମିଭୂତ

ସୂଚନା ଅନୁସାରେ, ଆଜି ଭୋର ୦୪. ୧୦ ରେ ପ୍ରେମ କୁମାର ସ୍କୁଟି ଚାର୍ଜରେ ବସାଇ ଘର ବାହାରକୁ ଯାଇଥିଲେ। ବାହାରୁ ଆସି ଘର ଭିତରକୁ ଗଲା ବେଳକୁ ସ୍କୁଟିରେ ନିଆଁ ଲାଗି ଫାଟି ସାରା ଘର ଧୂଆଁମୟ ହୋଇଯାଇଥିଲା। ପ୍ରେମ କୁମାରଙ୍କ ପୁଅଙ୍କ କହିବା ଅନୁସାରେ ଉକ୍ତ ସ୍କୁଟିଟି ସୋର ଷ୍ଟେସନ ଛକରେ ଥିବା ମା ଦୁର୍ଗା ଇଭି ସ୍କୁଟର ଶୋରୁମରୁ ମାର୍ଚ୍ଚ ୧୨ରେ ୧ ଲକ୍ଷ ଟଙ୍କା ଦେଇ କିଣିଥିଲେ। ଉକ୍ତ ଗାଡ଼ିର ଚାର୍ଜର ଖରାପ ହୋଇଯିବା ପରେ ଅନ୍ୟ ଏକ କମ୍ପାନୀର ଚାର୍ଜର ଶୋରୁମ ତରଫରୁ ଦିଆଯାଇଥିଲା। ଉକ୍ତ ସ୍କୁଟିର ବିସ୍ଫୋରଣରେ ପାଖରେ ରଖାଯାଇଥିବା ଓଡି୦୧ଏଭି୪୫୯୮ ନଂ ବିଶିଷ୍ଟ ଟିଭିଏସ କମ୍ପାନୀର ୧୨୫ ସିସିର ଜୁପିଟର ସ୍କୁଟିଟି ସମ୍ପୂର୍ଣ୍ଣ ରୂପେ ପୋଡ଼ି ଭସ୍ମୀଭୂତ ହୋଇଯାଇଛି। ଉପରେ ଥିବା ଏକ ସିଲିଂ ଫ୍ୟାନ ନଷ୍ଟ ହୋଇଯାଇଛି। ଖବର ପାଇ ସୋର ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଉଭୟ ଇ ସ୍କୁଟି ଓ ଟିଭିଏସ ସ୍କୁଟି ସମ୍ପୂର୍ଣ୍ଣ ରୂପେ ଜଳିପୋଡ଼ି ଭସ୍ମୀଭୂତ ହୋଇ ଯାଇଥିଲା।

Accident: ୨ ଟ୍ରେଲର ମୁହାଁମୁହିଁ ଧକ୍କା: ଚାଳକ ଆହତ, ଡାକ୍ତରଖାନାରେ ଭର୍ତ୍ତି

Read Entire Article
LEFT SIDEBAR AD

Hidden in mobile, Best for skyscrapers.