Elections: ପଞ୍ଜାବ ନିର୍ବାଚନ ପୂର୍ବରୁ କଂଗ୍ରେସ-ଆପ୍‌ ମଧ୍ୟରେ ଆକ୍ଷେପ-ପ୍ରତିଆକ୍ଷେପ

40 minutes ago 1
ARTICLE AD BOX

ନୂଆଦିଲ୍ଲୀ: ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମଧ୍ୟରେ ରାଜନୈତିକ ବିବାଦ ତୀବ୍ର ହୋଇଛି। ରାଜ୍ୟରେ କ୍ଷମତାସୀନ ଆପ୍‌ ସରକାର ଓ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କୁ ନିଶା କାରବାର ପ୍ରସଙ୍ଗରେ ଘେରିବା ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ବ୍ୟକ୍ତିଗତ ଅଭ୍ୟାସକୁ ନେଇ ‘ମଦୁଆ ମାନ୍’ କହି ଆକ୍ଷେପ କରିଛନ୍ତି। ଏହାର ଜବାବରେ ଆପ୍‌ ରାହୁଲଙ୍କୁ ‘ପପ୍ପୁ’ କହି ବ୍ୟଙ୍ଗ କରିଛି। ଉଭୟ ଦଳ ମଧ୍ୟରେ ଏହି ବାଗ୍‌ଯୁଦ୍ଧ ଜାତୀୟ ସ୍ତରରେ ବିରୋଧୀ ମେଣ୍ଟର ସହଯୋଗୀ ଥିବା ଦୁଇ ଦଳର ସମ୍ପର୍କରେ ତିକ୍ତତାକୁ ମଧ୍ୟ ପଦାରେ ପକାଇଛି।

ଆହୁରି ପଢନ୍ତୁ :Postal Divisions May Return ପୁଣି ଭୁବନେଶ୍ୱର ଅଧୀନକୁ ଫେରିବ ମୟୂରଭଞ୍ଜ ଓ ରାଇରଙ୍ଗପୁର ଡାକ ମଣ୍ଡଳ

ବୁଧବାର ପଞ୍ଜାବର ସଙ୍ଗରୁରଠାରେ କଂଗ୍ରେସର ‘ଇନ୍‌ସାଫ୍‌ ରାଲି’ରେ ଯୋଗଦେଇ ରାହୁଲ ମାନ୍‌ଙ୍କୁ ଟାର୍ଗେଟ୍‌ କରିଥିଲେ। ସଂସଦରେ ଏକାଠି ଥିବା ସମୟର ଅନୁଭୂତି ବଖାଣି ସେ କହିଥିଲେ ଯେ ମାନ୍‌ ଲୋକସଭାରେ ସେମାନଙ୍କ ସହ ବସି ଥଟ୍ଟାମଜା କରୁଥିଲେ। ହେଲେ ସକାଳ ୧୧ଟା ବେଳେ ମଧ୍ୟ ତାଙ୍କ ମୁହଁରୁ ମଦଗନ୍ଧ ଆସୁଥିଲା। ପଞ୍ଜାବରେ ନିଶା କାରବାର ଓ ନିଶାସେବନ ଏକ ବଡ଼ ସମସ୍ୟା ହୋଇଥିବାବେଳେ ଏହାକୁ ମୂଳପୋଛ କରିବାକୁ ଆପ୍‌ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ରାଜ୍ୟର କେଉଁ ଅଞ୍ଚଳରୁ ନିଶା କାରବାର ବନ୍ଦ କରିବାରେ ସରକାର ସଫଳ ହୋଇଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଥିଲେ। ବିଶେଷକରି ‘ଚିଟ୍ଟା’ ନାମରେ ପରିଚିତ ନିମ୍ନମାନର ହେରୋଇନ୍‌ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟର ପ୍ରସାରକୁ ନେଇ ସେ ଆପ୍‌ ସରକାରଙ୍କୁ ସମାଲୋଚନା କରିଥିଲେ।

ଆହୁରି ପଢନ୍ତୁ :Rajinikanth's Jailer 2: ପ୍ରଶଂସକଙ୍କ ପାଇଁ ଖୁସି ଖବର: ଘରେ ବସି ଦେଖି ପାରିବେ ରଜନୀକାନ୍ତଙ୍କ ସୁପରହିଟ୍ ସିନେମା

ଏହାର ଜବାବରେ ଆପ୍‌ ନେତା ସୌରଭ ଭରଦ୍ୱାଜ ରାହୁଲଙ୍କ ମନ୍ତବ୍ୟକୁ ନିମ୍ନସ୍ତରର ବ୍ୟକ୍ତିଗତ ଆକ୍ଷେପ ବୋଲି କହିଥିଲେ। ଜଣେ ଜାତୀୟ ସ୍ତରର ନେତାଙ୍କଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଏ ନାହିଁ ବୋଲି ସେ କହିଥିଲେ। ରାହୁଲଙ୍କ ବିରୋଧରେ ମଧ୍ୟ ନିଶା ସେବନ ସମ୍ପର୍କିତ ଅଭିଯୋଗ ଉଠିଥିବା ସେ ଉଲ୍ଲେଖ କରିଥିଲେ। ଆପ୍‌ ଏହି ବିବାଦକୁ ଆହୁରି ଆଗକୁ ବଢ଼ାଇ ନିଜର ସାମାଜିକ ଗଣମାଧ୍ୟମ ‘ଏକ୍ସ’ ହ୍ୟାଣ୍ଡଲ୍‌ରେ ରାହୁଲଙ୍କୁ ‘ପପ୍ପୁ’ କହି ସମ୍ବୋଧନ କରିଥିଲା। ଲୋକଙ୍କୁ ରାହୁଲଙ୍କ ସବୁଠାରୁ ପସନ୍ଦର ‘ପପ୍ପୁ’ ମନ୍ତବ୍ୟ କେଉଁଟି ବୋଲି ପଚାରିଥିଲା। ଏଥିସହ ଆପ୍‌ ନିଜ ତରଫରୁ ଏକ ମନ୍ତବ୍ୟକୁ ଉଦ୍ଧୃତ କରିଥିଲା। ତାହା ହେଉଛି, ଗୋଟିଏ ପଟୁ ଆଳୁ ପୂରାଇଲେ ଅନ୍ୟ ପଟୁ ସୁନା ବାହାରିବ। ଏହା ରାହୁଲଙ୍କ ପୂର୍ବର ଏକ ବିବାଦୀୟ ମନ୍ତବ୍ୟକୁ ନେଇ ଆପ୍‌ର ବ୍ୟଙ୍ଗ ଥିଲା।

ଆହୁରି ପଢନ୍ତୁ :Odisha CM Assures Support ବାତ୍ୟା ଅର୍ଣ୍ଣବ ଥଇଥାନ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ଭେଟିଲେ ଗଞ୍ଜାମ ଜିଲ୍ଲାର ବିଧାୟକଗଣ

ଅନ୍ୟପକ୍ଷରେ ରାହୁଲ ପଞ୍ଜାବ ସରକାରଙ୍କୁ ଦିଲ୍ଲୀରୁ ପରିଚାଳିତ ସରକାର ବୋଲି ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ମାନ୍‌ଙ୍କ ହାତରେ କ୍ଷମତା ନଥିବା ଏବଂ ଅରବିନ୍ଦ କେଜ୍ରିୱାଲ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରଭାବରେ ସରକାର ଚାଲୁଥିବା ସେ କହିଥିଲେ। ଏହାକୁ ଆପ୍‌ ଖଣ୍ଡନ କରିଛି। ପଞ୍ଜାବରେ ୨୦୨୭ ଆରମ୍ଭରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଉଭୟ ଦଳ ଏବେଠାରୁ ପରସ୍ପର ବିରୋଧରେ ପ୍ରଚାର ଆରମ୍ଭ କରିଛନ୍ତି। ନିଶା କାରବାର, ଗ୍ୟାଙ୍ଗଷ୍ଟରଙ୍କ ଉତ୍ପାତ, କୃଷକଙ୍କ ସମସ୍ୟା ଓ ରାଜ୍ୟର ବିକାଶ ଏହି ନିର୍ବାଚନର ପ୍ରମୁଖ ପ୍ରସଙ୍ଗ ହେବାକୁ ଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.