Election: ଏକ ଦେଶ, ଏକ ନିର୍ବାଚନ’ ବିମର୍ଶ: ଅଧାରୁ ବିଧାନସଭା ଭଙ୍ଗ ରୋକିବାକୁ ସୁରକ୍ଷା ବ୍ୟବସ୍ଥା ଖୋଜୁଛି ଜେପିସି

20 hours ago 5
ARTICLE AD BOX

ନୂଆଦିଲ୍ଲୀ: ‘ଏକ ଦେଶ, ଏକ ନିର୍ବାଚନ’ (ଓଏନ୍‌ଓଇ) ବ୍ୟବସ୍ଥା ଲାଗୁ ହେଲେ ଜଣେ ‘ଅସାଧୁ’ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ନିଜ ରାଜନୈତିକ ସ୍ୱାର୍ଥରେ ଲୋକସଭା କିମ୍ବା ବିଧାନସଭାକୁ ମଧ୍ୟଭାଗରେ ଯେପରି ଭାଙ୍ଗିଦେଇ ନ ପାରିବେ, ସେଥିପାଇଁ ସାମ୍ବିଧାନିକ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବା ନେଇ ବିଚାର କରାଯାଉଛି। ଓଏନ୍‌ଓଇ ବିଲ୍‌ ଉପରେ ବିଚାର କରୁଥିବା ଯୁଗ୍ମ ସଂସଦୀୟ କମିଟି (ଜେପିସି)ର ଅଧ୍ୟକ୍ଷ ପି.ପି. ଚୌଧୁରୀ ଗୁରୁବାର ଏହି ସୂଚନା ଦେଇଛନ୍ତି।

ଆହୁରି ପଢନ୍ତୁ :JP Nadda: ଅସୁସ୍ଥତା ଅନୁଭବ କରିବା ପରେ ଦିଲ୍ଲୀ ଏମ୍ସରେ ଜେପି ନଡ୍ଡାଙ୍କ ଆଞ୍ଜିଓଗ୍ରାଫି

ଚୌଧୁରୀ କହିଛନ୍ତି, ସମ୍ବିଧାନର ଧାରା ୮୫(୨) ଓ ୧୭୪(୨)ର ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାର ବିଭିନ୍ନ ବିକଳ୍ପ ଉପରେ ଜେପିସି ଗୁରୁତ୍ୱର ସହ ବିଚାର କରୁଛି। ଧାରା ୮୫(୨) ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ ରାଷ୍ଟ୍ରପତି ଲୋକସଭା ଭଙ୍ଗ କରିପାରିବେ। ସେହିପରି ଧାରା ୧୭୪(୨) ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ରାଜ୍ୟପାଳ ବିଧାନସଭା ଭଙ୍ଗ କରିପାରିବେ। ଓଏନ୍‌ଓଇରେ ନିର୍ବାଚନର ସମୟସାରଣୀ ଏକାଠି କରିବା ପରେ ଏଭଳି କ୍ଷମତାର ଅପବ୍ୟବହାର ଯେପରି ନ ହୁଏ, ତାହା ଜେପିସିର ମୁଖ୍ୟ ଚିନ୍ତା।

ଆହୁରି ପଢନ୍ତୁ :Odisha DGP: ଓଡ଼ିଶାର ଅନ୍ତରୀଣ ଡିଜିପି ହେଲେ ବିନୟତୋଷ ମିଶ୍ର


ବିଜେପିର ପାଲି ଲୋକସଭା ସାଂସଦ ଚୌଧୁରୀ କହିଛନ୍ତି, କେନ୍ଦ୍ର ସରକାର ମଧ୍ୟ ଇଚ୍ଛାମୁତାବକ କୌଣସି ନିର୍ବାଚିତ ରାଜ୍ୟ ସରକାରକୁ ବରଖାସ୍ତ କିମ୍ବା ବିଧାନସଭା ଭଙ୍ଗ କରିପାରିବେ ନାହିଁ। ଏଭଳି ନିଷ୍ପତ୍ତିକୁ ଅଦାଲତରେ ଚ୍ୟାଲେଞ୍ଜ କରାଯାଇପାରିବ। ସେହିପରି ରାଷ୍ଟ୍ରପତି ଶାସନ ଲାଗୁ କରିବା ସମ୍ପର୍କିତ ସମ୍ବିଧାନର ଧାରା ୩୫୬ର ବ୍ୟବହାର ମଧ୍ୟ ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ଏସ୍‌.ଆର୍‌. ବୋମାଇ ରାୟ ପରେ ଅଧିକ କଠିନ ହୋଇଛି ବୋଲି ସେ କହିଛନ୍ତି।

ଆହୁରି ପଢନ୍ତୁ :Rahul Gandhi: ରାହୁଲଙ୍କ ବିରୋଧରେ ଆପରାଧିକ ମାନହାନି ଅଭିଯୋଗ, ସମନ୍‌ ଖାରଜ କଲେ ସୁପ୍ରିମକୋର୍ଟ

ଓଏନ୍‌ଓଇ ପ୍ରସ୍ତାବ ସମ୍ପର୍କରେ ଚୌଧୁରୀ କହିଛନ୍ତି, ଲୋକସଭା ଓ ସମସ୍ତ ରାଜ୍ୟ ବିଧାନସଭାର ନିର୍ବାଚନ ଏକାସାଙ୍ଗରେ କରାଯିବାର ଲାଭ ସମ୍ପର୍କରେ ଜେପିସି ସଦସ୍ୟଙ୍କ ମଧ୍ୟରେ ବ୍ୟାପକ ସହମତି ରହିଛି। ପ୍ରସ୍ତାବିତ ବିଲ୍‌ ସମ୍ବିଧାନର ମୌଳିକ ଢାଞ୍ଚା, ବିଶେଷକରି ସଂଘୀୟ ବ୍ୟବସ୍ଥାକୁ ପ୍ରଭାବିତ କରିବ ନାହିଁ ବୋଲି ସଦସ୍ୟମାନେ ବୁଝିପାରିଛନ୍ତି। ବିଲ୍‌ର ଉଦ୍ଦେଶ୍ୟ ମୁଖ୍ୟତଃ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏକ ସମାନ ସମୟସାରଣୀ ପ୍ରସ୍ତୁତ କରିବା। କିନ୍ତୁ ଏହି ବ୍ୟବସ୍ଥା କିପରି ଲାଗୁ ହେବ ଏବଂ ଏହାର ସମନ୍ୱୟ କିପରି ଦୀର୍ଘଦିନ ଧରି ବଜାୟ ରହିବ, ତାହା ଉପରେ ଜେପିସି ଏବେ ମୁଖ୍ୟତଃ ଧ୍ୟାନ ଦେଉଛି। କମିଟି ସାରା ଦେଶର ବିଭିନ୍ନ ପକ୍ଷଙ୍କ ସହ ବ୍ୟାପକ ଆଲୋଚନା କରୁଛି। ପୂର୍ବତନ ସିଜେଆଇଙ୍କ ସମେତ ବରିଷ୍ଠ ଆଇନ ବିଶେଷଜ୍ଞଙ୍କ ମତାମତ ମଧ୍ୟ ନିଆଯାଉଛି। ବିଲ୍‌ର ପ୍ରତ୍ୟେକ ଧାରା ଉପରେ ବିଚାର କରି ସଦସ୍ୟମାନଙ୍କ ମଧ୍ୟରେ ସହମତି ଗଠନ ପରେ ଜେପିସି ନିଜ ରିପୋର୍ଟ ସଂସଦରେ ଦାଖଲ କରିବ ବୋଲି ଚୌଧୁରୀ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.