ARTICLE AD BOX
ନୂଆଦିଲ୍ଲୀ: ବିହାରରେ ବାଙ୍କୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ନିରଜ କୁମାର ସିହ୍ନାଙ୍କୁ ଏହାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ବିଜେପି ଅଭିଷେକ କୁମାରଙ୍କୁ ଏହି ଆସନରେ ପ୍ରାର୍ଥୀ କରିଥିଲା। କିନ୍ତୁ ପାରିବାରିକ କାରଣ ଦର୍ଶାଇ ଅଭିଷେକ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଦେବାରୁ ବିଜେପି ଏଠାରେ ନିରଜ କୁମାରଙ୍କୁ ପ୍ରାର୍ଥୀ କରିଛି। ଆସନ୍ତା ଜୁଲାଇ ୩୦ ତାରିଖରେ ବାଙ୍କୀପୁରରେ ବିଧାନସଭା ଉପନିର୍ବାଚନ ଅଛି। ଅଗଷ୍ଟ ୩ ତାରିଖରେ ଫଳାଫଳ ଆସିବ।
ବିଜେପି ସଭାପତି ନିତୀନ ନବୀନଙ୍କ ଇସ୍ତଫା ପରେ ଏହି ହାଇ ପ୍ରୋଫାଇଲ ଆସନରେ ନିର୍ବାଚନ ଦରକାର ପଡ଼ିଛି। ବାଙ୍କୀପୁରରୁ ୫ ଥର ବିଧାୟକ ହୋଇଥିବା ନିତୀନ ନବୀନ ୨୦୨୬ ମାର୍ଚ୍ଚରେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏପ୍ରିଲରେ ସେ ଦାୟିତ୍ବ ଗ୍ରହଣ କରିଥିଲେ। ଉଲ୍ଲେଖଯୋଗ୍ୟ ପୂର୍ବରୁ ବିଜେପି ଯୁବ ଶାଖା ନେତା ଅଭିଷେକ କୁମାର ସିହ୍ନା ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଥିଲେ। କିନ୍ତୁ ପରେ ସେ ପାରିବାରିକ କାରଣ ଦର୍ଶାଇ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଥିଲେ।

2 hours ago
1


