ARTICLE AD BOX
ନୂଆଦିଲ୍ଲୀ: ନିର୍ବାଚନ କମିସନ ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶରେ ୨୮ ବିଧାନ ପରିଷଦ(ଏମଏଲସି) ଆସନରେ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଏହି ଆସନଗୁଡ଼ିକ ପାଇଁ ମତଦାନ ଅକ୍ଟୋବର ୨୩ ତାରିଖରେ ହେବ। ଭୋଟ୍ ଗଣତି ଅକ୍ଟୋବର ୨୭ ତାରିଖରେ ହେବ। ଏମଏଲସି ଆସନରେ ସ୍ନାତକ ଏବଂ ଚାରିଟି ଶିକ୍ଷକ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ କରାଯିବ। ସେଥିମଧ୍ୟରେ ଉତ୍ତର ପ୍ରଦେଶର ୧୧ ବିହାରର ୮, ମହାରାଷ୍ଟ୍ରର ୫ ଏବଂ କର୍ଣ୍ଣାଟକର ୪ ଆସନ ରହିଛି।
ରାଜ୍ୟସଭା ଆସନ ପାଇଁ ୧୬ ଅକ୍ଟୋବରରେ ମତଦାନ
ଏହା ସହିତ ନିର୍ବାଚନ କମିସନ ଉତ୍ତର ପ୍ରଦେଶର ୧୦, ଉତ୍ତରାଖଣ୍ଡର ଗୋଟିଏ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଘୋଷଣା କରିଛନ୍ତି। ସେହପରି ପଶ୍ଚିମବଙ୍ଗରେ ଖାଲି ପଡ଼ିଥିବା ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ। ଏହି ସମସ୍ତ ଆସନ ପାଇଁ ମତଦାନ ୧୬ ଅକ୍ଟୋବରରେ ହେବ ଏବଂ ସେହି ଦିନ ଭୋଟ୍ ଗଣତି କରାଯିବ।

15 hours ago
1


