ARTICLE AD BOX
ରାୟଗଡ଼ା: ଅନେକ ଜିଲ୍ଲାରେ ବଳକା ବର୍ଷା, ବନ୍ୟାପାଣି ଜମି ଫସଲ ନଷ୍ଟ ପରିସ୍ଥିତି। କିନ୍ତୁ ଏଲନିନୋ ପ୍ରଭାବରେ ରାୟଗଡ଼ା ଜିଲ୍ଲାରେ ବିପରୀତ ସ୍ଥିତି। ସ୍ବଳ୍ପ ବର୍ଷା କାରଣରୁ ଖରିଫ ଚାଷ ବିଳମ୍ବିତ ହେବା ପରେ ଏବେ ଶ୍ରାବଣରେ ବି ବର୍ଷା ଉଭାନ୍। ଫଳରେ ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଉପୁଜିଛି। ମେ’ ମାସରେ ଜିଲ୍ଲାରେ ୧୦୪.୪ ମିମି, ଜୁନରେ ୧୭୭.୪ ମିମି ଏବଂ ଜୁଲାଇରେ ୩୦୪.୯ ମିମି ବର୍ଷା ରେକର୍ଡ କରାଯାଇଛି। ଜୁନ ମାସରେ ୫୦% ଏବଂ ଜୁଲାଇ ମାସରେ ୨୦.୩୯% କମ୍ ବର୍ଷା ହୋଇଛି। ଅଗଷ୍ଟରେ ମଧ୍ୟ ବର୍ଷା ସ୍ବାଭାବିକ ହେଉନଥିବାରୁ ଜିଲ୍ଲାରେ ସମ୍ଭାବ୍ୟ ମରୁଡ଼ି ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ଚାଷୀକୁଳ।
Dumper new rules: ଟିପର ଓ ଡମ୍ପର ପାଇଁ କଡ଼ା ନିୟମ ଜାରି କଲା କେନ୍ଦ୍ର
ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ଅଗ୍ରଗତି ମନ୍ଥର
୭ ନୂଆ ସମବାୟ ସମିତିରେ ପଞ୍ଜୀକରଣ ଶୂନ
ଚଳିତ ଖରିଫ୍ରେ ଜିଲ୍ଲାର ୪୬୮୦୦ ହେକ୍ଟରରେ ଧାନଚାଷ ପାଇଁ କୃଷି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏବେ ସୁଦ୍ଧା ୪୫ % ଜମିରେ ଚାଷକାର୍ଯ୍ୟ ହୋଇଛି। ବର୍ଷାଭାବରୁ ଚାଷକାର୍ଯ୍ୟ ଅଟକିଥିବାରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଅଗ୍ରଗତି ମଧ୍ୟ ମନ୍ଥର ହୋଇଯାଇଛି। ଶତ ପ୍ରତିଶତ ଚାଷୀଙ୍କୁ ବୀମାଭୁକ୍ତ କରିବା ପାଇଁ ନିର୍ଦେଶ ଦେଇଛନ୍ତି ସରକାର, ଯାହାର ଅବଧି ଜୁଲାଇ ୩୧ ପର୍ଯ୍ୟନ୍ତ ଥିଲା। କିନ୍ତୁ ମନ୍ଥରତା କାରଣରୁ ଅବଧି ଅଗଷ୍ଟ ୧୫ ଯାଏଁ ବଢ଼ିଛି। ବର୍ଦ୍ଧିତ ଅବଧି ଆଉ ୪ ଦିନ ବାକି ଥିବାବେଳେ ଶତ ପ୍ରତିଶତ ଚାଷୀଙ୍କୁ ବୀମାଭୁକ୍ତ କରିବା ନେଇ ଆଶଙ୍କା ଦେଖାଦେଇଛି। ତେବେ ୧୫ ତାରିଖ ସୁଦ୍ଧା ଶତପ୍ରତିଶତ ଚାଷୀଙ୍କୁ ବୀମାଭୁକ୍ତ କରିବାକୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ଆଜି ସୁଦ୍ଧା ଋଣ ନେଇଥିବା ଓ ୠଣ ନେଇନଥିବା ୭୪.୬୯% ଚାଷୀ ବୀମାଭୁକ୍ତ ହୋଇଛନ୍ତି।
Horoscope 2026 August 12: ଜାଣନ୍ତୁ ଆଜିର ରାଶିଫଳ...
ସୋମବାର ସୁଦ୍ଧା ମୁନିଗୁଡ଼ା ଲ୍ୟାମ୍ପସ୍ରେ ୫୪%, ଆମ୍ବଦଳା ଲ୍ୟାମ୍ପସ୍ରେ ୬୩%, ବିଷମକଟକରେ ୫୫%, ଚନ୍ଦ୍ରପୁରରେ ୫୮%, ପଦ୍ମପୁରରେ ୭୬%, ଗୁଡାରିରେ ୭୦%, କାଶୀପୁରରେ ୬୫%, ଟିକିରିରେ ୫୪%, ରାମନାଗୁଡ଼ାରେ ୮୩%, ଗୁଣପୁରରେ ୬୪%, ରାୟଗଡ଼ାରେ ୬୦%, କୋଲନରାରେ ୪୭%, କଲ୍ୟାଣସିଂହପୁରରେ ୭୦% ଚାଷୀଙ୍କୁ ବୀମାଭୁକ୍ତ କରାଯାଇଛି। ରାୟଗଡ଼ା ଲ୍ୟାମ୍ପସ୍ ଅଧୀନରେ ଥିବା ୭ଟି ନୂଆ ସମବାୟ ସମିତିରେ ଜଣେ ବି ଚାଷୀ ବୀମାଭୁକ୍ତ ହୋଇନଥିବା ଜଣାପଡ଼ିଛି। ଡିଆର୍ସିଏସ୍ ଜନ୍ମେଜୟ ମହାପାତ୍ର କହିଛନ୍ତି, ଋଣ ନେଇଥିବା ଚାଷୀଙ୍କ ଅପେକ୍ଷା ଋଣ ନେଇନଥିବା ଚାଷୀଙ୍କୁ ବୀମାଭୁକ୍ତ କରିବାରେ ଅସୁବିଧା ହେଉଛି।

3 days ago
4


