Ekadashi: ଦେବଉଠାଣୀ ଏକାଦଶୀ କେବେ? ଜାଣନ୍ତୁ ତିଥି, ପୂଜାର ଶୁଭ ମୁହୂର୍ତ୍ତ

1 hour ago 2
ARTICLE AD BOX

ହିନ୍ଦୁ ଧର୍ମରେ ଏକାଦଶୀ ବ୍ରତର ବିଶେଷ ମହତ୍ତ୍ୱ ରହିଛି। ଏହି ବ୍ରତ ମାଧ୍ୟମରେ ଭଗବାନ ବିଷ୍ଣୁଙ୍କୁ ସମର୍ପିତ କରାଯାଇଥାଏ। ବର୍ଷକୁ ମୋଟ ୨୪ଟି ଏକାଦଶୀ ପାଳନ କରାଯାଉଥିବା ବେଳେ ପ୍ରତ୍ୟେକ ଏକାଦଶୀର ନିଜସ୍ୱ ଧାର୍ମିକ ମହତ୍ତ୍ୱ ରହିଛି। ସେଥିମଧ୍ୟରୁ କାର୍ତ୍ତିକ ମାସ ଶୁକ୍ଳପକ୍ଷରେ ପଡୁଥିବା ଦେବଉଠାଣୀ ଏକାଦଶୀ ଅନ୍ୟତମ। ଏହାକୁ ବଡ଼ ଏକାଦଶୀ ମଧ୍ୟ କୁହାଯାଏ।  

କାହିଁକି ପାଳନ ହୁଏ ଦେବଉଠାଣ ଏକାଦଶୀ 
ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀ (ଦେବଶୟନୀ)ଠାରୁ ଭଗବାନ ବିଷ୍ଣୁ ଯୋଗନିଦ୍ରାରେ ରହିଥାନ୍ତି। ଏହି ସମୟକୁ ଚତୁର୍ମାସ କୁହାଯାଏ। ଏହା ପରେ କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀରେ ଭଗବାନ ବିଷ୍ଣୁ ଯୋଗନିଦ୍ରାରୁ ଜାଗ୍ରତ ହୋଇଥାନ୍ତି। ତେଣୁ ଏହି ଦିନକୁ ପ୍ରବୋଧିନୀ ଏକାଦଶୀ ବା ବଡ଼ ଏକାଦଶୀ ମଧ୍ୟ କୁହାଯାଏ। ଏହି ଦିନଠାରୁ ବିବାହ, ଗୃହପ୍ରବେଶ ଓ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟ ପୁଣି ଆରମ୍ଭ ହେବାର ପରମ୍ପରା ରହିଛି।

କେବେ ପାଳନ ହେବ ଏକାଦଶୀ?
୨୦୨୬ରେ ଦେବଉଠାଣୀ ଏକାଦଶୀକୁ ନେଇ ତାରିଖରେ ଦ୍ୱନ୍ଦ୍ୱ ରହିଛି। ଦ୍ରିକ୍ ପଞ୍ଚାଙ୍ଗ ଅନୁଯାୟୀ, କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ତିଥି ନଭେମ୍ବର ୨୦ ତାରିଖ ସକାଳ ୭ଟା ୧୫ ମିନିଟ୍ରୁ ଆରମ୍ଭ ହୋଇ ନଭେମ୍ବର ୨୧ ତାରିଖ ସକାଳ ୬ଟା ୩୧ ମିନିଟ୍‌ରେ ଶେଷ ହେବ। ଉଦୟ ତିଥିକୁ ଆଧାର କରି ଗୃହସ୍ଥ ଶ୍ରଦ୍ଧାଳୁମାନେ ନଭେମ୍ବର ୨୦ ତାରିଖ ଶୁକ୍ରବାର ଦିନ ବ୍ରତ ପାଳନ କରିବେ। ଅନ୍ୟପକ୍ଷରେ ବୈଷ୍ଣବ ସମ୍ପ୍ରଦାୟର ଶ୍ରଦ୍ଧାଳୁମାନେ ନଭେମ୍ବର ୨୧ ତାରିଖ ଶନିବାର ଦିନ ଏକାଦଶୀ ବ୍ରତ ପାଳନ କରିବେ।

ପୂଜା ପାଇଁ ଶୁଭ ମୁହୂର୍ତ୍ତ
ଦେବଉଠାଣୀ ଏକାଦଶୀରେ ଭଗବାନ ବିଷ୍ଣୁ ଏବଂ ମା' ଲକ୍ଷ୍ମୀଙ୍କ ପୂଜା କରିବାର ବିଶେଷ ବିଧି ରହିଛି। ପଞ୍ଚାଙ୍ଗ ଅନୁଯାୟୀ, ନଭେମ୍ବର ୨୦ ତାରିଖରେ ବ୍ରହ୍ମ ମୁହୂର୍ତ୍ତ ସକାଳ ୫ଟା ୧ ମିନିଟ୍ରୁ ୫ଟା ୪୪ ମିନିଟ୍ ପର୍ଯ୍ୟନ୍ତ ରହିବ। ସେହିପରି ଅଭିଜିତ୍ ମୁହୂର୍ତ୍ତ ସକାଳ ୧୧ଟା ୪୫ ମିନିଟ୍ରୁ ମଧ୍ୟାହ୍ନ ୧୨ଟା ୨୮ ମିନିଟ୍ ପର୍ଯ୍ୟନ୍ତ ରହିବ। ସନ୍ଧ୍ୟାରେ ଗୋଧୂଳି ମୁହୂର୍ତ୍ତ ୫ଟା ୨୬ ମିନିଟ୍ରୁ ୫ଟା ୫୨ ମିନିଟ୍ ପର୍ଯ୍ୟନ୍ତ ରହିବ। ଏହି ସମୟରେ ଶ୍ରଦ୍ଧାଳୁମାନେ ଭଗବାନ ବିଷ୍ଣୁ ଓ ମା' ଲକ୍ଷ୍ମୀଙ୍କ ଆରାଧନା କରିପାରିବେ।

Chhath Puja Organized in Jail: ଜେଲ୍‌ରେ ଛଠ ପୂଜାର ଆୟୋଜନ, ୯୮ କଏଦୀ ରଖିବେ ବ୍ରତ; ମୁସଲିମ ମହିଳା ଓ ଶିଖ ପୁରୁଷ ବି ସାମିଲ

କେବେ କରିବେ ବ୍ରତ ପାରାୟଣ? 
ଏକାଦଶୀ ବ୍ରତରେ ଯେତିକି ଗୁରୁତ୍ୱ ଉପବାସର ରହିଛି, ସେତିକି ଗୁରୁତ୍ୱ ବ୍ରତ ପାରଣର ମଧ୍ୟ ରହିଛି। ସାଧାରଣତଃ ଏକାଦଶୀର ପରଦିନ ଦ୍ୱାଦଶୀ ତିଥିରେ ବ୍ରତ ପାରଣ କରାଯାଏ। ନଭେମ୍ବର ୨୦ ତାରିଖରେ ବ୍ରତ ରଖୁଥିବା ଗୃହସ୍ଥ ଶ୍ରଦ୍ଧାଳୁମାନେ ନଭେମ୍ବର ୨୧ ତାରିଖରେ ପାରଣ କରିବେ। ଏଥିପାଇଁ ମଧ୍ୟାହ୍ନ ୧ଟା ୧୦ ମିନିଟ୍ରୁ ଅପରାହ୍ନ ୩ଟା ୧୮ ମିନିଟ୍ ପର୍ଯ୍ୟନ୍ତ ଶୁଭ ସମୟ ରହିଛି। ସେହିପରି ନଭେମ୍ବର ୨୧ ତାରିଖରେ ବ୍ରତ ପାଳନ କରୁଥିବା ବୈଷ୍ଣବ ଶ୍ରଦ୍ଧାଳୁମାନେ ନଭେମ୍ବର ୨୨ ତାରିଖରେ ପାରଣ କରିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.