Air Pollution: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଭୟଙ୍କର! ୪୯୪ରେ ପହଞ୍ଚିଲା ଏକ୍ୟୁଆଇ

50 minutes ago 2
ARTICLE AD BOX

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ଭୟାବହ ହୋଇପଡ଼ିଛି। ଶୁକ୍ରବାର ସକାଳେ ରାଜଧାନୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୯୪ରେ ପହଞ୍ଚିଛି। ସକାଳ ୭ଟା ୩୧ ମିନିଟ୍‌ରେ ଏହି ସ୍ତର ରେକର୍ଡ କରାଯାଇଥିଲା। ଏହା ଫଳରେ ଦିଲ୍ଲୀର ବାୟୁ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ଘନ କୁହୁଡ଼ି ଓ ପ୍ରଦୂଷଣର ମିଶ୍ରିତ ଆସ୍ତରଣରେ ସମଗ୍ର ରାଜଧାନୀ ଢାଙ୍କି ହୋଇଯାଇଥିବାବେଳେ ଅନେକ ସ୍ଥାନରେ ଦୃଶ୍ୟମାନ ଦୂରତା ମଧ୍ୟ ହ୍ରାସ ପାଇଛି।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ (ସିପିସିବି)ର ତଥ୍ୟ ଅନୁଯାୟୀ, ଆଇଆଇଟି ଦିଲ୍ଲୀ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୮୮ ରେକର୍ଡ ହୋଇଛି। ସେହିପରି ଆଇଟିଓରେ ୪୫୫, ଆନନ୍ଦ ବିହାରରେ ୪୧୯, ରୋହିଣୀରେ ୪୧୩ ଏବଂ ରାଜୋକରୀ ସୀମା ଅଞ୍ଚଳରେ ୪୦୨ ରହିଛି। ଏହି ସବୁ ଅଞ୍ଚଳର ବାୟୁ ଗୁଣବତ୍ତା ଅତି ଖରାପ ଓ ଗମ୍ଭୀର ସ୍ତରରେ ରହିଛି।

ଅନ୍ୟପକ୍ଷରେ ଆର୍‌କେ ପୁରମ୍‌ରେ ଏକ୍ୟୁଆଇ ୩୯୧, ମନ୍ଦିର ମାର୍ଗରେ ୩୭୮, ଦ୍ୱାରକା ଏକ୍ସପ୍ରେସ୍‌ୱେରେ ୩୬୯, ଉତ୍ତମ ନଗରରେ ୩୬୩ ଓ ଲୋଧି ରୋଡ୍‌ରେ ୩୪୧ ରେକର୍ଡ ହୋଇଛି। ତେବେ ଧୌଲାକୁଆଁ ଅଞ୍ଚଳରେ ଏହା ୧୬୧ ରହିଥିବାରୁ ସେଠାରେ ପ୍ରଦୂଷଣର ସ୍ଥିତି ତୁଳନାତ୍ମକ ଭାବେ କମ୍‌ ରହିଛି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ସରକାର ସହରର ବିଭିନ୍ନ ସ୍ଥାନରେ ପାଣି ସିଞ୍ଚନ ଯନ୍ତ୍ର ନିୟୋଜିତ କରିଛନ୍ତି। ଏହାଦ୍ୱାରା ବାୟୁରେ ଥିବା ଧୂଳିକଣାର ପ୍ରଭାବ କମାଇବାକୁ ଉଦ୍ୟମ କରାଯାଉଛି।

ପ୍ରକୃତ ସ୍ତର ୫୬୦
ଏପଟେ ପ୍ରଦୂଷଣ ତଥ୍ୟକୁ ନେଇ ରାଜନୈତିକ ବିବାଦ ଦେଖାଯାଇଛି। ଦିଲ୍ଲୀର ପ୍ରଦୂଷଣ ସ୍ଥିତିକୁ ନେଇ ଆମ୍‌ ଆଦମୀ ପାର୍ଟି ନେତା ସୌରଭ ଭରଦ୍ୱାଜ ବିଜେପି ସରକାରଙ୍କୁ ଘେରିଛନ୍ତି। ସରକାର ପ୍ରଦୂଷଣର ପ୍ରକୃତ ଚିତ୍ରକୁ ଲୁଚାଉଥିବା ସେ ଅଭିଯୋଗ କରିଛନ୍ତି। ଶକ୍ତି ଓ ସ୍ୱଚ୍ଛ ବାୟୁ ଗବେଷଣା କେନ୍ଦ୍ର (ସିଆର୍‌ଇଏ)ର ଏକ ରିପୋର୍ଟକୁ ଉଦ୍ଧୃତ କରି ସେ କହିଛନ୍ତି, ସରକାରୀ ତଥ୍ୟରେ ଦେଖାଯାଉଥିବା ପ୍ରଦୂଷଣଠାରୁ ପ୍ରକୃତ ପ୍ରଦୂଷଣ ୪୯ ପ୍ରତିଶତ ଅଧିକ ହୋଇପାରେ। ତାଙ୍କ ମତରେ, ସରକାରୀ ଭାବେ ଏକ୍ୟୁଆଇ ୩୭୦ ଦେଖାଯାଉଥିଲେ ମଧ୍ୟ ପ୍ରକୃତ ସ୍ତର ୫୬୦ କିମ୍ବା ତା’ଠାରୁ ଅଧିକ ହୋଇପାରେ। ଏଥିସହ ପ୍ରଦୂଷଣ ମାପିବା ବ୍ୟବସ୍ଥାର ସୀମା ଓ ତଥ୍ୟ ପ୍ରଦର୍ଶନକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

Murder Case: ଯାହାଙ୍କୁ ହତ୍ୟା ଅଭିଯୋଗରେ ଜେଲ୍ ଯାଇଥିଲେ, ସେହି ମହିଳା ଜୀବିତ!, ଅଢ଼େଇ ବର୍ଷ ଜେଲ୍‌ରେ କାଟିଲେ ଯୁବକ

ସିଆର୍‌ଇଏର ଅଧ୍ୟୟନରେ ଦିଲ୍ଲୀର ୫୯ଟି ମାପ କେନ୍ଦ୍ରର ପିଏମ୍‌୨.୫ ତଥ୍ୟ ବିଶ୍ଳେଷଣ କରାଯାଇଥିଲା। ନଭେମ୍ବର ୮ରୁ ୯ ତାରିଖ ମଧ୍ୟରେ ୨୫୫ଟି ଘଣ୍ଟାଭିତ୍ତିକ ତଥ୍ୟ ଅନୁପସ୍ଥିତ ଥିବା ଏଥିରେ ଦର୍ଶାଯାଇଛି। ଏହି ସମୟରେ ୨୪ ଘଣ୍ଟାର ହାରାହାରି ପିଏମ୍‌୨.୫ ପରିମାଣ ଘନମିଟର ପିଛା ୨୬୯ ମାଇକ୍ରୋଗ୍ରାମ୍‌ରୁ ୪୦୦ ମାଇକ୍ରୋଗ୍ରାମ୍‌କୁ ବୃଦ୍ଧି ପାଇଥିବା ରିପୋର୍ଟରେ କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.