Eighth grade student: ମପାଯିବ ତୃତୀୟରୁ ଅଷ୍ଟମ ପିଲାଙ୍କ ପାଠପଢ଼ା: ଏଣିକି ବର୍ଷକୁ ୪ଟି ପରୀକ୍ଷା, ବର୍ଷକରେ ୧୨୦୦ ମାର୍କର ମୂଲ୍ୟାୟନ

1 hour ago 1
ARTICLE AD BOX

ଭୁବନେଶ୍ବର: ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ତୃତୀୟରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଏଣିକି ବର୍ଷକୁ ୪ଟି ପରୀକ୍ଷା ଦେବାକୁ ପଡ଼ିବ। ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ଦୁଇଟି ଓ ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ଆଉ ଦୁଇଟି ପରୀକ୍ଷା ଦେବାକୁ ହେବ। ଗୋଟିଏ ଶିକ୍ଷାବର୍ଷରେ ବିଦ୍ୟାର୍ଥୀଙ୍କୁ ଦୁଇଟି ଲେଖାଏଁ ଫର୍ମେଟିଭ୍‌ ଆସେସ୍‌ମେଣ୍ଟ (ଏଫ୍‌ଏ) ତଥା ଗଠନମୂଳକ ମୂଲ୍ୟାୟନ ଓ ସମେଟିଭ୍‌ ଆସେସ୍‌ମେଣ୍ଟ (ଏସ୍‌ଏ) ସମାପ୍ତିସୂଚକ ମୂଲ୍ୟାୟନ ମାଧ୍ୟମରେ ମୂଲ୍ୟାୟନ କରାଯିବ। ଯେଉଁଥିରେ ସେମାନଙ୍କର ୧୨୦୦ ମାର୍କର ମୂଲ୍ୟାୟନ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିସ୍ତୃତ ମାର୍ଗଦର୍ଶିକା ଜାରି ସହ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

Pay commission: ଅଷ୍ଟମ ବେତନ କମିସନ୍‌ର ଭୁବନେଶ୍ବର ଗସ୍ତ ଆଜିଠାରୁ

ବର୍ଷକରେ ୧୨୦୦ ମାର୍କର ମୂଲ୍ୟାୟନ
ଶିଶୁବାଟିକା-୩ରୁ ଦ୍ବିତୀୟ ପିଲାଙ୍କର ପରୀକ୍ଷା ହେବନି

ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଗୋଟିଏ ଲେଖାଏଁ ଏଫ୍‌ଏ ଓ ଏସ୍‌ଏ ଅନୁଷ୍ଠିତ ହେବ। ଜୁଲାଇ ମାସରେ ଏଫ୍‌ଏ-୧ କରିବାକୁ ଏଥର ସ୍ଥିର ହୋଇଛି। ଯେଉଁଥିରେ ବିଦ୍ୟାର୍ଥୀ ୨୫ ମାର୍କ ଲେଖାଏଁ ୬ଟି ବିଷୟରେ ପରୀକ୍ଷା ଦେବେ। ସେପ୍ଟେମ୍ବର ସୁଦ୍ଧା ଏସ୍‌ଏ-୧ ଅନୁଷ୍ଠିତ ହେବ, ଯେଉଁଥିରେ ପିଲାଙ୍କୁ ୫୦ ମାର୍କର ପରୀକ୍ଷା ଦେବାକୁ ପଡ଼ିବ। ଏହାବ୍ୟତୀତ ଶିକ୍ଷକ, ଶିକ୍ଷୟିତ୍ରୀ ପିଲାଙ୍କର ୨୫ ମାର୍କର ପର୍ଯ୍ୟବେକ୍ଷଣ କରିବେ। ଏହାଦ୍ବାରା ବିଦ୍ୟାର୍ଥୀଙ୍କର ୬ ମାସରେ ୬ଟି ବିଷୟର ୬୦୦ ମାର୍କର ମୂଲ୍ୟାୟନ କରାଯିବ। ଅନୁରୂପ ଭାବେ ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ବିଦ୍ୟାର୍ଥୀ ଏଫ୍‌ଏ-୨ ଓ ଏସ୍‌ଏ-୨ ପରୀକ୍ଷା ଦେବା ସହ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦ୍ବାରା ୨୫ ମାର୍କର ମୂଲ୍ୟାୟନ ହେବ। ବିଦ୍ୟାର୍ଥୀଙ୍କ ପାଠପଢ଼ାର ନିୟମିତ ତଦାରଖ କରିବାକୁ ବର୍ଷକୁ ମୋଟ ୪ଟି ସାମାଜିକ ଓ ଆବେଗିକ ବିକାଶର ମୂଲ୍ୟାୟନ ହେବ। ଏହାକୁ ପର୍ଯ୍ୟବେକ୍ଷଣ, ଆଲୋଚନା ମାଧ୍ୟମରେ ଆକଳନ କରାଯାଇ ପିଲାଙ୍କ ସାମଗ୍ରିକ ପ୍ରଗତିପତ୍ରରେ ଲିପିବଦ୍ଧ କରାଯିବ।

Remal Dam: ରେମାଳ ଡ୍ୟାମ ୪ଗେଟ ଖୋଲିଲା: ତଳ ଅଞ୍ଚଳରେ ସତର୍କ ସୂଚନା

ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଶିଶୁ ବାଟିକା-୩ରୁ ଦ୍ବିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର କୌଣସି ଔପଚାରିକ ପରୀକ୍ଷା ହେବ ନାହିଁ। କେବଳ ପର୍ଯ୍ୟବେକ୍ଷଣ (ବିଭିନ୍ନ କାର୍ଯ୍ୟାବଳୀରେ ଗୁଣାତ୍ମକ ଅଂଶଗ୍ରହଣ ଓ ଉପଲବ୍ଧି ଆଧାର) ମାଧ୍ୟମରେ ଶିକ୍ଷକ, ଶିକ୍ଷୟିତ୍ରୀ ପିଲାଙ୍କ ଆକଳନ କରିବେ। ପ୍ରଥମ ଓ ଦ୍ବିତୀୟ ଶ୍ରେଣୀରେ ଶିକ୍ଷଣ ସୋପାନ ରେଜିଷ୍ଟରରେ ଦକ୍ଷତା ଅନୁଯାୟୀ ମାସିକ ପ୍ରଗତିକୁ ଲିପିବଦ୍ଧ କରାଯିବା ସହ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିଆଯିବ। ଶିଶୁବାଟିକା-୩ ପିଲାଙ୍କର ୫ଟି ବିକାଶ ଏବଂ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପିଲାଙ୍କ ଭାଷା ଓ ଗଣିତକୁ ଶିକ୍ଷକମାନେ ଆକଳନ କରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.