Egg freezing: ‘ଏଗ୍‌ ଫ୍ରିଜିଂ’ କରିବେ କ୍ରିଷ୍ଟଲ୍‌

1 day ago 2
ARTICLE AD BOX

ମାତୃତ୍ବ ଲାଭ କରିବାର ଇଚ୍ଛା କେଉଁ ବା ମହିଳାଙ୍କ ଭିତରେ ନଥାଏ! ହେଲେ ଆଗ୍ରହ ଥିଲେ ବି ପରିସ୍ଥିତି ଅନୁକୂଳ ନହେବା କାରଣରୁ ସେହି ଇଚ୍ଛାକୁ ନିଜ ଭିତରେ ଦମନ କରିବାକୁ ପଡ଼େ। ଏବେ ସେଭଳି ଏକ ଇଚ୍ଛା ବ୍ୟକ୍ତ କରିଛନ୍ତି ଟେଲି ଅଭିନେତ୍ରୀ କ୍ରିଷ୍ଟଲ୍‌ ଡିସୁଜା। ୩୬ ବର୍ଷୀୟା କ୍ରିଷ୍ଟଲ୍‌ ଏଯାଏଁ ବିବାହ କରିନାହାନ୍ତି। ହେଲେ ମାଆ ହେବା ପାଇଁ ତାଙ୍କର ପ୍ରବଳ ଆଗ୍ରହ। ସେହି କାରଣରୁ ସେ ‘ଏଗ୍‌ ଫ୍ରିଜିଂ’ ବା ଡିମ୍ବାଣୁ ସଂରକ୍ଷଣ ଭଳି ଅତ୍ୟାଧୁନିକ ପଦ୍ଧତି ସମର୍ଥନରେ ମତ ବ୍ୟକ୍ତ କରି ଚର୍ଚ୍ଚାରେ ଅଛନ୍ତି।

Neglect:  ଛାତ୍ରାବାସରେ ଅବ୍ୟବସ୍ଥା; ଭୋଜନ ଥାଳିରେ ବର୍ଷାପାଣି ଓ ଧୂଳିମଳି

ଯଦି କାହାର ସନ୍ତାନ ଲାଭ ନିମନ୍ତେ ପ୍ରବଳ ଆଗ୍ରହ ରହିଛି, ମାତ୍ର ସେ ତତ୍‌କ୍ଷଣାତ୍‌ ମାଆ ବନିବାକୁ ଚାହୁନାହାନ୍ତି; ତେବେ ଏଗ୍‌ ଫ୍ରିଜିଂ ଏକ ଭଲ ବିକଳ୍ପ ବୋଲି ସେ କହିଛନ୍ତି। ନିଜେ ମଧ୍ୟ ଏହାର ଅଂଶ ହେବାକୁ ସେ ଚାହାନ୍ତି ବୋଲି କ୍ରିଷ୍ଟଲ୍‌ ପ୍ରକାଶ କରିଛନ୍ତି। ବୟସ ବଢ଼ିଲେ ବି ଭବିଷ୍ୟତର ପରିବାର ଯୋଜନା ପାଇଁ ଡିମ୍ବାଣୁ ସଂରକ୍ଷଣ ଭଳି ଚିନ୍ତାଧାରାକୁ ମହିଳାମାନେ ଗ୍ରହଣ କରିବା ଉଚିତ ବୋଲି ସେ ଖୋଲାଖୋଲି ପ୍ରକାଶ କରିଛନ୍ତି।

India bloc: ଇଣ୍ଡିମେଣ୍ଟ ଭାଗ ଭାଗ, ପରାଜୟ ପୂର୍ବରୁ ବାହାନା ଖୋଜୁଛନ୍ତି: ଶିବରାଜ

କ୍ରିଷ୍ଟଲ୍‌ ପୋଷ୍ୟ ସନ୍ତାନ ସପକ୍ଷରେ ବି ନିଜର ରାୟ ଦେଇଛନ୍ତି। ସେ କହିଛନ୍ତି, ଅନେକ କୁନିକୁନି ପିଲା ଅଛନ୍ତି, ଯେଉଁମାନଙ୍କୁ ଉତ୍ତମ ପାଳନପୋଷଣର ଆବଶ୍ୟକତା ରହିଛି। ସେପରି ପିଲାଙ୍କ ମଧ୍ୟରୁ ଜଣଙ୍କ ଜୀବନ ବଦଳାଇବାରେ ବି ମାତୃତ୍ୱର ଅପୂର୍ବ ଅନୁଭବ ପାଇବା ସମ୍ଭବ। କ୍ରିଷ୍ଟଲ୍‌ ତାଙ୍କ ପ୍ରେମ ବ୍ୟାପାର ପାଇଁ ବି ମଝିରେ ମଝିରେ ଲାଇମ୍‌ଲାଇଟ୍‌କୁ ଆସିଥାନ୍ତି। ନିକଟରେ ଦୁବାଇର ଜଣେ ବ୍ୟବସାୟୀଙ୍କ ସହ ତାଙ୍କ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଉଭୟଙ୍କ କିଛି ଫଟୋ ସୋସିଆଲ୍‌ ମିଡିଆରେ ମଧ୍ୟ ଭାଇରାଲ୍‌ ହୋଇଥିବା କୁହାଯାଇଛି। ତେବେ ଏହି ସମ୍ପର୍କକୁ ନେଇ ସେ ଏ ପର୍ଯ୍ୟନ୍ତ କୌଣସି ଖୁଲାସା କରିନାହାନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୧ ମସିହାରେ ‘ଷ୍ଟାର୍‌ପ୍ଲସ୍‌‌’ରେ ପ୍ରସାରିତ ହେଉଥିବା ‘ଏକ୍‌ ହଜାରୋଁ ମେଁ ମେରି ବେହେନା ହୈ’ ଧାରାବାହିକରେ ଜିଭିକା ଭୂମିକାରେ ଅବତୀର୍ଣ୍ଣ ହୋଇ କ୍ରିଷ୍ଟଲ୍‌ ବହୁ ପ୍ରଶଂସା ସାଉଁଟିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.