ARTICLE AD BOX
ଭୁବନେଶ୍ବର: ପଞ୍ଚାନନ ଜେନା ଶିକ୍ଷା ସମୂହ ଅନ୍ତର୍ଗତ ପିଜେ କଲେଜ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ଟେକ୍ନୋଲୋଜି ପକ୍ଷରୁ ‘କୃତ୍ରିମ ବୁଦ୍ଧିମତ୍ତା ଏବଂ ଉଚ୍ଚଶିକ୍ଷା: ଆହ୍ବାନ ଓ ପ୍ରଭାବ’ ଶୀର୍ଷକରେ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠାନର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।
କଲେଜର ଅଧ୍ୟକ୍ଷ ଡା. ସନ୍ତୋଷ କୁମାର ବିଶ୍ବାଳ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଅର୍ଥନୀତିଜ୍ଞ ତଥା ଆଇଏଆଇଇର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଡ. ରଞ୍ଜନ କୁମାର ଅଗ୍ରୱାଲା ବିଷୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ପ୍ରଥମ ବୈଷୟିକ ଅଧିବେଶନରେ ଷ୍ଟାନ୍ଲି ମହିଳା ଯାନ୍ତ୍ରିକ ମହାବିଦ୍ୟାଳୟ ହାଇଦ୍ରାବାଦର ଇଲେକ୍ଟ୍ରୋନିକ୍ସ ବିଭାଗ ମୁଖ୍ୟ ପ୍ରଫେସର ଡ. କେଦାରନାଥ ସାହୁ ଓ ଦ୍ବିତୀୟ ବୈଷୟିକ ଅଧିବେଶନରେ ଏଏଆଇଆଇଟିର ନିର୍ଦ୍ଦେଶକ ମନ୍ଜିଲ ଚୌଧୁରୀ ଯୋଗଦେଇ ଆଲୋଚନା କରିବା ସହ ଅଂଶଗ୍ରହଣକାରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।
କୃତ୍ରିମ ବୁଦ୍ଧିମତ୍ତା ବନାମ ଚାକିରି
ଉଦ୍ଯାପନୀ ଉତ୍ସବରେ ପ୍ରତିଭା କଲେଜ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି ସ୍କୁଲ ଅଫ ଲ ର ଅଧ୍ୟକ୍ଷ ପ୍ରଫେସର ଡ. ରଞ୍ଜିତ ମହାନ୍ତି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହ ଅଂଶଗ୍ରହଣକାରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଆଲୋଚନାଚକ୍ରକୁ ସଂଯୋଜିକା ଡ. ସିଗ୍ଧା ମହାପାତ୍ର, ଆବାହକ ପ୍ରଫେସର ଡ. ଇପ୍ସିତା ପାତ୍ର ପରିଚାଳନା କରିଥିଲେ। କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ପ୍ରଶାସନିକ ଅଧିକାରୀ ନିର୍ମଳ ଚନ୍ଦ୍ର ମଲ୍ଲିକ, ବିପିନ ଜେନା ଓ କାବୁଲି ମାର୍ଥ ଉପସ୍ଥିତ ଥିଲେ।

17 hours ago
4


