Education: ତାମିଲନାଡ଼ୁ ସ୍କୁଲ୍‌ରେ ରାଜନୈତିକ କାର୍ଯ୍ୟକ୍ରମ ନିଷିଦ୍ଧ କଲେ ବିଜୟ

5 hours ago 2
ARTICLE AD BOX

ତାମିଲନାଡ଼ୁରେ ସମସ୍ତ ସରକାରୀ ସ୍କୁଲ୍‌ରେ ଆଗକୁ କୌଣସି ରାଜନୈତିକ କାର୍ଯ୍ୟକ୍ରମ ପରିଚାଳନା କରାଯିବନାହିଁ। ତାମିଲନାଡ଼ୁ ସରକାର ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଗଣ ଶିକ୍ଷା ମନ୍ତ୍ରୀ ରାଜ ମୋହନ ଏହି ବିଜ୍ଞପ୍ତି ଜାରି କରି କହିଛନ୍ତି...

 ତାମିଲନାଡ଼ୁ ସ୍କୁଲ୍‌ରେ ରାଜନୈତିକ କାର୍ଯ୍ୟକ୍ରମ ନିଷିଦ୍ଧ କଲେ ବିଜୟ

ଚେନ୍ନାଇ: ତାମିଲନାଡ଼ୁରେ ସମସ୍ତ ସରକାରୀ ସ୍କୁଲ୍‌ରେ ଆଗକୁ କୌଣସି ରାଜନୈତିକ କାର୍ଯ୍ୟକ୍ରମ ପରିଚାଳନା କରାଯିବନାହିଁ। ତାମିଲନାଡ଼ୁ ସରକାର ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ରାଜ ମୋହନ ଏହି ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ କେବଳ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ନିର୍ବାଚିତ ପ୍ରତିନିଧିମାନେ ସ୍କୁଲ୍‌ ଏବଂ ଶ୍ରେଣୀଗୃହରେ ପଶିବାପାଇଁ ଅନୁମତି ପାଇପାରିବେ। 

ବିଜ୍ଞପ୍ତିରେ ଏହା କୁହାଯାଇଛି ଯେ ଶ୍ରେଶୀଗୃହ ଗୁଡ଼ିକ ଶିକ୍ଷା ଗ୍ରହଣ ପାଇଁ ଉଦ୍ଦିଷ୍ଟ ଏବଂ ଏହାକୁ ରାଜନେତାମାନଙ୍କୁ ପ୍ରଶଂସା କରିବାପାଇଁ ବ୍ୟବହାର କରାଯିବନି। ‌ସେହିପରି ସ୍କୁଲ୍‌ ପରିସରରେ ରାଜନେତାମାନଙ୍କ ଜନ୍ମଦିନ ପାଳନକୁ ନିଷିଦ୍ଧ କରିବାପାଇଁ ବିଜ୍ଞପ୍ତିରେ କୁହାଯାଇଛି।

School: ସିଓଆର୍‌ ବିନା ଖୋଲିବନି ସ୍କୁଲ: ଗଣଶିକ୍ଷା ବିଭାଗର ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.