Education: କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଲେ ବିଧାୟକ

1 hour ago 1
ARTICLE AD BOX

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲାରେ ଉଚ୍ଚଶିକ୍ଷାର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ସ୍ଥାନୀୟ ବିଧାୟକ ନରସିଂହ ମାଡ଼କାମି ଦିଲ୍ଲୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି। ମାଲକାନଗିରିରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଆବେଦନ ପତ୍ର ପ୍ରଦାନ କରିଛନ୍ତି।

ବିଧାୟକ ଶ୍ରୀ ମାଡ଼କାମି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମାଲକାନଗିରି ଓଡ଼ିଶାର ସେହି କେତେକ ଜିଲ୍ଲା ମଧ୍ୟରୁ ଅନ୍ୟତମ ଯେଉଁଠାରେ ଏ ପର୍ଯ୍ୟନ୍ତ ରାଜ୍ୟ କିମ୍ବା କେନ୍ଦ୍ରୀୟ କୌଣସି ବିଶ୍ୱବିଦ୍ୟାଳୟ ନାହିଁ। ସେ ଏହାକୁ ଦକ୍ଷିଣ ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟ ପାଇଁ ଏକ ‘ଐତିହାସିକ ଓ ରୂପାନ୍ତରକାରୀ ଉପହାର’ ହେବ ବୋଲି ବର୍ଣ୍ଣନା କରିଛନ୍ତି। 

ପତ୍ରରେ କୁହାଯାଇଛି, ମାଲକାନଗିରି ଜିଲ୍ଲା ଛତିଶଗଡ଼, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ସହ ସୀମାନ୍ତ ସ୍ପର୍ଶ କରିଥିବାରୁ ଏହା ଉଚ୍ଚଶିକ୍ଷା ପାଇଁ ଏକ ଆଦର୍ଶ କେନ୍ଦ୍ର ହୋଇପାରିବ। ବିଧାୟକ ଆହୁରି କହିଛନ୍ତି ଯେ, ପ୍ରସ୍ତାବିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ସୁଲଭ ଓ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ଏବଂ ଗବେଷଣାର ସୁଯୋଗ ପ୍ରଦାନ କରିବ। ଏଥିରେ ଆଦିବାସୀ ଅଧ୍ୟୟନ,ଜୀବବିବିଧତା ଓ ବନବିଜ୍ଞାନ, ପାର୍ବତ୍ୟ କୃଷି, ଔଷଧୀୟ ଉଦ୍ଭିଦ ଏବଂ ବିକାଶ ଅଧ୍ୟୟନ ପରି ବିଶେଷ ପାଠ୍ୟକ୍ରମ ରହିବ। 

Dharmendra Pradhan; ଜନ୍ମଦିନରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସର କଟାକ୍ଷ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ମାଲକାନଗିରିର ଏହି ବହୁପ୍ରତୀକ୍ଷିତ ଦାବି ଶୀଘ୍ର ପୂରଣ ହେଉ ବୋଲି ଶ୍ରୀ ମାଡ଼କାମି ଆଶାବ୍ୟକ୍ତ କରିଛନ୍ତି। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ଶ୍ରୀ ମାଡ଼କାମିଙ୍କ ନେତୃତ୍ୱରେ ଶିକ୍ଷା ଓ ଅନ୍ୟାନ୍ୟ ଅବସଂରଚନା ବିକାଶ ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ଥାନୀୟ ନେତା ଓ ଆଦିବାସୀ ସମାଜ ସ୍ୱାଗତ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.