Education: ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅଣ୍ଟା ଭିଡ଼ିଲେ ୫ଟି ପଞ୍ଚାୟତବାସୀ

1 hour ago 2
ARTICLE AD BOX

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳଜିଲ୍ଲା କ ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଗଡ଼ରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଏକଲବ୍ୟମଡେଲ ଆବାସିକ ବିଦ୍ୟାଳୟ (EMRS)କୁ ନୂଆରାଜଘରାକୁ ସ୍ଥାନାନ୍ତର କରାଯିବା ପ୍ରତିବାଦରେ ଆଜି ଏକ ସ୍ଥାନୀୟ ମହାବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସାରଙ୍ଗଗଡ଼ ଅଞ୍ଚଳର ୫ଟି ପ୍ରମୁଖ ପଞ୍ଚାୟତର ଶତାଧିକ ପ୍ରତିନିଧି, ଗ୍ରାମବାସୀ ଏବଂ ଆଦିବାସୀ ସଂଗଠନର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ପ୍ରଶାସନର ଏକତରଫା ନିଷ୍ପତ୍ତିକୁ ତୀବ୍ର ନିନ୍ଦା କରିଛନ୍ତି।

ସୂଚନାଯୋଗ୍ୟ ଯେ, ସାରଙ୍ଗଗଡ଼ ମୁଖ୍ୟାଞ୍ଚଳରେ ଏହି ବିଦ୍ୟାଳୟ ପାଇଁ ୧୨ ଏକର ମୁକ୍ତ ସରକାରୀ ଜମି ଉପଲବ୍ଧ ଥିବା ବେଳେ ପ୍ରଶାସନ ଜନସାଧାରଣଙ୍କ ସ୍ୱାର୍ଥକୁ ଅଣଦେଖା କରି ନୂଆରାଜଘରା ଠାରେ ଶହଶହ ମୂଲ୍ୟବାନ ଗଛ କାଟି ବିଦ୍ୟାଳୟ ସ୍ଥାପନ ପାଇଁ ଜମି ସଫା କରିଛି। ଏହା ବିରୋଧରେ ଅଞ୍ଚଳବାସୀ ମେଳି ବାନ୍ଧି ତୀବ୍ର ବିରୋଧ କରିବା ସହ ରାଜରାସ୍ତାକୁ ଓହ୍ଲେଇବାକୁ ଅଣ୍ଟା ଭିଡିଛନ୍ତି।

ଅନ୍ୟପଟେ, ସ୍ଥାନୀୟ ଲୋକଙ୍କ ତୀବ୍ର ଅସନ୍ତୋଷ ଓ ଆନ୍ଦୋଳନକୁ ଭୟ କରି ପ୍ରଶାସନ ଆସନ୍ତା ୧୫ ତାରିଖ ଦିନ ସେଠାକୁ ନଆସି ଚୁପ୍‌ଚାପ୍ ଅନଲାଇନ୍ (ଭର୍ଚୁଆଲ୍) ମାଧ୍ୟମରେ ଶିଳାନ୍ୟାସ କରିବାକୁ ପ୍ରସ୍ତୁତ ହେଉଥିବା ନେଇ ଏକ ସରକାରୀ ଗ୍ରିଭାନ୍ସ (ଅଭିଯୋଗ) ଉତ୍ତରରୁ ସ୍ପଷ୍ଟ ହୋଇଛି। ଏହାକୁ ନେଇ ଆଜି ଅଞ୍ଚଳବାସୀଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି।

CBI action: ସିବିଆଇ ହାତରେ ଗିରଫ ହେଲେ ଏକଲବ୍ୟ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ

ବୁଧବାର ବୈଠକରେ ୫ଟି ପଞ୍ଚାୟତର ଜନସାଧାରଣ ପ୍ରଶାସନକୁ ଚେତାବନୀ ଦେଇ କହିଛନ୍ତି ଯଦି ଜୋରଜବରଦସ୍ତ ଅନଲାଇନ୍ ମାଧ୍ୟମରେ ଶିଳାନ୍ୟାସ କରାଯାଏ, ତେବେ ଆଗାମୀ ଦିନରେ ସାରଙ୍ଗଗଡ଼ ଅଞ୍ଚଳର ହଜାର ହଜାର ଜନସାଧାରଣ ରାଜପଥକୁ ଓହ୍ଲାଇବା ସହ ବଡ଼ ଧରଣର ଗଣତାନ୍ତ୍ରିକ ଆନ୍ଦୋଳନ କରିବେ। ସ୍କୁଲ୍ ସାରଙ୍ଗଗଡ଼ରେ ହିଁ ହେବ, ନଚେତ୍ ଆଗକୁ ପରିସ୍ଥିତି ଜଟିଳ ହେବ ବୋଲି କମିଟି ସଦସ୍ୟମାନେ ସ୍ପଷ୍ଟ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.