ARTICLE AD BOX
ଆଲାଏନ୍ସ ବିଶ୍ବବିଦ୍ୟାଳୟରେ ୨୦୨୬-୨୮ ବ୍ୟାଚ୍ର ନୂଆ ଏମ୍ବିଏ ଛାତ୍ରଛାତ୍ରୀମାନଙ୍କ ସ୍ବାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର ପ୍ରୋ ଭାଇସ୍ ଚାନ୍ସେଲର୍ ଡକ୍ଟର ରାୟ ଟିଟୁସ୍ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।
/sambad/media/media_files/2026/07/10/b-2026-07-10-16-24-49.jpg)
ବେଙ୍ଗାଲୁରୁ: ଆଲାଏନ୍ସ ବିଶ୍ବବିଦ୍ୟାଳୟରେ ୨୦୨୬-୨୮ ବ୍ୟାଚ୍ର ନୂଆ ଏମ୍ବିଏ ଛାତ୍ରଛାତ୍ରୀମାନଙ୍କ ସ୍ବାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର ପ୍ରୋ ଭାଇସ୍ ଚାନ୍ସେଲର୍ ଡକ୍ଟର ରାୟ ଟିଟୁସ୍ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରୋ ଚାନ୍ସେଲର୍ ଅଭୟ ଜି ଚେବି ଉଦଘାଟନୀ ଅଭିଭାଷଣ ଦେଇଥିଲେ।
ଭାଇସ୍ ଚାନ୍ସେଲର୍ ଡକ୍ଟର ବି ପ୍ରିଷ୍ଟଲି ଶାନ ଛାତ୍ରଛାତ୍ରୀଙ୍କୁ ଉତ୍ସାହର ସହ ପଢ଼ିବା ଓ ଶୃଙ୍ଖଳା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ପିଡବ୍ଲ୍ୟୁସିର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଜୟ ଆଡଭାନି ବ୍ୟବସାୟ ଓ କ୍ୟାରିୟର ଉପରେ ପ୍ରଯୁକ୍ତିର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ଦୃଢ଼ ପ୍ରଫେସନାଲ ନେଟୱର୍କ ସ୍ଥାପନ କରିବା ଓ ଜୀବନବ୍ୟାପୀ ଶିଖିବା ମନୋଭାବ ରଖିବାକୁ ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ। ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ସୁରେଖା ସେଟ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1

