Education: ଆରମ୍ଭରୁ ଝୁଣ୍ଟିଲା ‘କେଜିରୁ ପିଜି ମାଗଣା ଶିକ୍ଷା ଯୋଜନା’: ସରକାରଙ୍କ କଥା କେହି ଶୁଣିଲେନି

1 hour ago 1
ARTICLE AD BOX

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଚର୍ଚ୍ଚିତ କେଜିରୁ ପିଜି ମାଗଣା ଶିକ୍ଷା ଯୋଜନା ଆରମ୍ଭରୁ ଝୁଣ୍ଟିଲାଣି। ଆଜି ଖୋଦ୍‌ ରାଜଧାନୀରେ କିଛି କଲେଜ ନାମଲେଖା ଫି’ ଦାବି କରିବାରୁ ବହୁ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ ଲେଖାଇ ପାରିନାହାନ୍ତି। ଏଥିପାଇଁ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘୋଷଣା ସତ୍ତ୍ବେ କଲେଜ କର୍ତ୍ତୃପକ୍ଷଙ୍କ ନାମଲେଖା ଫି’ଦାବିକୁ ଅଭିଭାବକମାନେ ସହଜରେ ଗ୍ରହଣ କରିପାରିନାହାନ୍ତି। ସରକାରଙ୍କ ନିର୍ଦ୍ଦେଶକୁ କିଛି କଲେଜ କର୍ତ୍ତୃପକ୍ଷ ଏଭଳି ଭାବେ ବେଖାତିର କରିଥିବାରୁ ଅଭିଭାବକ ମହାସଂଘ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି।     

Customs Duty: ଇଲେକ୍ଟ୍ରୋନିକ୍ସ, ବ୍ୟାଟେରି ଉପକରଣ ସୀମା ଶୁଳ୍କ ଛାଡ଼

ଫି’ ମାଗୁଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଅଭିଭାବକ ମହାସଂଘ

ଆଜିଠୁ ସରକାରୀ ଓ ଅନୁଦାନପ୍ରାପ୍ତ (୪୮୮ ଓ ୬୬୨ ବର୍ଗ) ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ଆରମ୍ଭ ହୋଇଛି। ନାମଲେଖା ବାବଦରେ ଛାତ୍ରଛାତ୍ରୀଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ‘ଜ୍ଞାନୋଦୟ’-ଶିକ୍ଷାରୁ ସମୃଦ୍ଧି: କେଜିରୁ ପିଜି ମାଗଣା ଶିକ୍ଷା ଯୋଜନାରେ କୁହାଯାଇଛି। ତେଣୁ ଏକାଦଶ ଶ୍ରେଣୀରେ ନାମ ଲେଖାଉଥିବା ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ ବୋଲି ଆଶା କରିଥିଲେ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହ ଜୁଲାଇ ୮ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ସାମ୍‌ସ ପୋର୍ଟାଲ୍‌ରେ ମଧ୍ୟ ଏ ନେଇ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ତା’ ସତ୍ତ୍ବେ ଭୁବନେଶ୍ବରର କେତେକ ଅନୁଦାନପ୍ରାପ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ମାନିବାକୁ ନାରାଜ। କ୍ୟାମ୍ପସ୍‌ ବାହାରେ ନାମଲେଖା ଫି’ ତାଲିକା ମାରିବା ସହ ଅଭିଭାବକଙ୍କୁ ନାମଲେଖା ଫି’ ପଇଠ କରିବାକୁ କହିଛନ୍ତି। ଏଣୁ ନାମଲେଖାର ପ୍ରଥମ ଦିନରେ ହିଁ ଅଭିଭାବକମାନେ କ୍ୟାମ୍ପସ୍‌ରେ ପହଞ୍ଚି ହଟହଟା ହୋଇଛନ୍ତି। ମାଗଣା ନାମଲେଖା ପାଇଁ ବଡ଼ ଆଶା ନେଇ ଯାଇଥିବା ଅଭିଭାବକ ଓ ଛାତ୍ରଛାତ୍ରୀମାନେ ନିରାଶ ହୋଇ ଫେରିଛନ୍ତି। କିଛି କଲେଜ କର୍ତ୍ତୃପକ୍ଷ ନାମଲେଖା ଫି’ ନିଆଯିବ ନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିବା କଥାକୁ ଏଡ଼ାଇ ଯାଇ ଅଭିଭାବକମାନଙ୍କୁ ଫେରାଇ ଦେଇଥିବା ଅଭିଯୋଗ ହୋଇଛି। ତେଣୁ କିଛି ଅଭିଭାବକ ଗଣଶିକ୍ଷା ବିଭାଗର ହସ୍ତକ୍ଷେପ ଲୋଡ଼ିଛନ୍ତି। ଏହାଦ୍ବାରା ଖୋର୍ଦ୍ଧା ଜିଲ୍ଲାରେ ନାମଲେଖା ବହୁତ କମ୍‌ ହୋଇଥିବା ଜଣାପଡ଼ିଛି। ଆଜି ପ୍ରଥମ ଦିନରେ ସାରା ରାଜ୍ୟରେ ୬୨ ହଜାର ୬୩ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୬,୩୪୮ଜଣ ନାମ ଲେଖାଇଥିବା ବେଳେ ଗଜପତି ଜିଲ୍ଲାରେ ସର୍ବନିମ୍ନ ୩୬୭ ଜଣ ରହିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ୧୬୬ଟି ବିଦ୍ୟାଳୟରେ ମାତ୍ର ୪,୪୧୩ ଜଣ ନାମ ଲେଖାଇଛନ୍ତି।

GDP: ଆଇଏମ୍‌ଏଫ୍‌ ପରେ ଏଡିବି କମାଇଲା ଅଭିବୃଦ୍ଧି ଆକଳନ

ଏହାକୁ ନେଇ ଓଡ଼ିଶା ଅଭିଭାବକ ମହାସଂଘ ପ୍ରତିକ୍ରିୟା ପ୍ରକାଶ କରିଛି। ମହାସଂଘ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ ଆଜିର ଘଟଣା ପରେ କେଜିରୁ ପିଜି ମାଗଣା ଶିକ୍ଷା ଏକ ହାସ୍ୟାସ୍ପଦ ଘଟଣା ପାଲଟିଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓ ବିଭାଗୀୟ ବିଜ୍ଞପ୍ତି ପରେ ବି ନାମଲେଖା ଫି’ ଦାବି କରାଯାଉଛି। ଏହି ଯୋଜନାରେ ନାମଲେଖା, ପୁନଃନାମଲେଖା, ଟ୍ୟୁସନ୍‌, ମାଗାଜିନ୍‌, କ୍ୟାଲେଣ୍ଡର, ଲାଇବ୍ରେରି, କମନ୍‌ ରୁମ୍‌, ଟାଇମ୍ ଟେବୁଲ୍/ପ୍ରୋକ୍ଟର, ଆଟେଣ୍ଡାନ୍ସ, ସେମିଷ୍ଟର, ଉନ୍ନୟନ, ଆଫିଲେସନ୍‌, ଫର୍ମ ପୂରଣ, ଲାବରେଟୋରି, କମ୍ପ୍ୟୁଟର ବା ଆଇଟି, ସ୍ମାର୍ଟ କ୍ଲାସ, ୟୁନିଅନ୍‌, ରେଡ୍‌କ୍ରସ୍’ ଆଦି ସବୁ ଫି’ ଆଦାୟ ନ କରିବାକୁ ଏପର୍ଯ୍ୟନ୍ତ ସ୍ପଷ୍ଟ ନିର୍ଦେଶନାମା ଜାରି ହୋଇନି। ଫଳରେ କେବଳ ନାମଲେଖା ଫି’କୁ ଛାଡ଼ି ଅନ୍ୟ ସମସ୍ତ ଫି’ ଆଦାୟ କରାଯାଉଛି। ତେଣୁ ଫି’ ଦାବି କରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହାସଂଘ ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ମହାସଚିବ ଅଶୋକ ପାଇକରାୟ, ସମ୍ପାଦକ ସୂର୍ଯ୍ୟନାରାୟଣ ଜେନା ପ୍ରମୁଖ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.