ARTICLE AD BOX
ଭଦ୍ରକ(ହରିହର ନାୟକ): ଭଦ୍ରକ ଜିଲ୍ଲାରେ ନାମକୁ ମାତ୍ର ଚାଲିଛି ଶିକ୍ଷା ବ୍ୟବସ୍ଥା। ବିଭିନ୍ନ ସ୍ତରରେ ବହୁଳ ପଦବି ଖାଲି ପଡ଼ିଛି। ୭ ବ୍ଲକ୍ରୁ ୬ ବ୍ଲକ୍ରେ ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ) ପଦବି ଖାଲି ରହିଥିବା ବେଳେ ୬ଶହରୁ ଊର୍ଦ୍ଧ୍ବ ଶିକ୍ଷକ ପଦବି ଖାଲି ରହିଛି।
ଅଚଳ ହେଲାଣି ଭଦ୍ରକ ଶିକ୍ଷା ବିଭାଗ: କିରାଣି ଅଭାବ, ଡେପୁଟେସନରେ ଚାଲିଛି ଭଦ୍ରକ ବିଇଓ ଅଫିସ
ଭଦ୍ରକ ବ୍ଲକ୍ ବ୍ୟତୀତ ଅନ୍ୟ ୬ଟି ବ୍ଲକ୍-ବାସୁଦେବପୁର, ଚାନ୍ଦବାଲି, ତିହିଡ଼ି, ଧାମନଗର , ଭଣ୍ଡାରିପୋଖରୀ, ବନ୍ତ ବ୍ଲକ୍ରେ ବ୍ଲକ୍ ଶିକ୍ଷା ଅଧିକାରୀ ପଦବି ଖାଲି ରହିଛି। ଏହା ସହ ୧୦ ଜଣ ଏବିଇଓ ପଦବି ଖାଲି ପଡ଼ିଛି। ୭ଟି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ୭ ଜଣ ମୁଖ୍ୟ କିରାଣୀ ପଦବୀ ଖାଲି ପଡ଼ିଥିବା ବେକେ ୮ ଟି ବରିଷ୍ଠ କିରାଣୀ ପଦବୀ ଖାଲି ପଡ଼ିଛି। ସେହିପରି ଅନେକ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେକେ ସହକାରୀ ଶିକ୍ଷକ ଓ ବିଜ୍ଞାନ ଶିକ୍ଷକ ପଦବି ଖାଲି ପଡ଼ିଛି।
Bhadrak Flood ଭଦ୍ରକ ବନ୍ୟା ସ୍ଥିତିରେ ଆସିଛି ସାମାନ୍ୟ ସୁଧାର, ଏବେବି ୩୪୬ ରିଲିଫ୍ କ୍ୟାମ୍ପ୍ରେ ପ୍ରଭାବିତ ଜନତା
ସୂଚନା ରୁ ପ୍ରକାଶ ଯେ , ଜିଲ୍ଲାରେ ଖାଲି ପଡ଼ିଥିବା ବ୍ଲକ ଶିକ୍ଷା ଅଧିକାରୀ ପଦବିରେ କିଛି ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଏହାର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଖାଲି ପଡ଼ିଥିବା କିରାଣୀ ପଦବିରେ ବିଭିନ୍ନ ସ୍କୁଲରୁ କିରାଣୀଙ୍କୁ ଡେପୁଟେସନ୍ରେ ଅଣାଯାଇ ନିୟୋଜିତ କରାଯାଇଛି। ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପେନସନ୍ ଫାଇଲ ମାସ ମାସ ଧରି ଅଫିସରେ ଗଡୁଛି।
ଜିଲାରେ ଗତ ଦୁଇ ବର୍ଷ ହେଲା ସବୁ ସ୍କୁଲରେ ଶିଶୁ ବାଟିକା ଖୋଲିଛି । ଜିଲ୍ଲାରେ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ାଇବା ପାଇଁ ଆବଶ୍ୟକ ଶିକ୍ଷକ ପଦବି ଠାରୁ ଆହୁରି ୬୪୭ ଶିକ୍ଷକ ପଦବି ଖାଲି ପଡ଼ିଥିବା ବେକେ ଶିଶୁ ବାଟିକା ପାଠ ପଢ଼ାଇବା ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତି ପାଇଁ ବିଭିନ୍ନ ଶିକ୍ଷକ ସଂଘ ଦାବି କରିଛନ୍ତି। କିଛି କିଛି ସ୍କୁଲରେ ଶିଶୁ ବାଟିକା ପାଇଁ ସ୍ୱତନ୍ତ୍ର ଭାବରେ ନିଯୁକ୍ତି ଦିଆଯାଇ ଥିବା ବେକେ ସବୁ ସ୍କୁଲ ରେ ଏହି ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇନାହିଁ।
BJD Alleges Irregularities ଭଦ୍ରକ ବନ୍ୟା କ୍ଷତିଗ୍ରସ୍ତଙ୍କୁ ମିଳୁନି ରିଲିଫ୍: ବିଜେଡ଼ି ପ୍ରତିନିଧି ଦଳ
ଚଳିତ ବର୍ଷ ଭଦ୍ରକ ଜିଲ୍ଲାରେ ଥିବା ମୋଟ୍ ୧୮୯୫ ଟି ପ୍ରାଥମିକ ବିଦ୍ୟାଳୟରେ ମୋଟ ୨ ହଜାର ୨୫୩ ଜଣ ଶିକ୍ଷକ ରହିଥିବା ବେଳେ ଜିଲ୍ଲାରେ ବହୁ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଜିଲ୍ଲାରେ ୧୮୯୫ ଟି ଶିଶୁ ବାଟିକା ପାଇଁ ଶିଶୁ ସେବିକା ନିଯୁକ୍ତି ଦିଆଯିବା କଥା, ଏବେ ସୁଦ୍ଧା ଶିଶୁ ସେବିକା ନିଯୁକ୍ତି ପ୍ରକ୍ରିୟାରେ ଅଗ୍ରଗତି ହୋଇନାହିଁl ସେହିପରି ଜିଲ୍ଲାରେ ମୋର ୨୮୨ ଟି ହାଇସ୍କୁଲ ରହିଥିବା ବେକେ ଏହି ସବୁ ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ଓ କିରାଣୀ, ପିଅନ ପଦବି ଖାଲିପଡ଼ିଛି। ଅନେକ ସ୍କୁଲରେ ଆବଶ୍ୟକ ୨୮୦ ସଂଖ୍ୟକ ଶିକ୍ଷକ ପଦବି ଖାଲି ରହିଛି।

5 days ago
6


