ARTICLE AD BOX
ଯାତ୍ରୀଙ୍କ ନିରାପତ୍ତା ପାଇଁ ଏକ ତ୍ରୁଟିଶୂନ୍ୟ ସିଗ୍ନାଲ ସିଷ୍ଟମ ଯେଉଁଭଳି ଗୁରୁତ୍ବପୂର୍ଣ୍ଣ ହୋଇଥାଏ, ସେମାନଙ୍କର ସ୍ବାସ୍ଥ୍ୟ ରକ୍ଷା ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସେଇଭଳି ଗୁରୁତ୍ବପୂର୍ଣ୍ଣ ହୋଇଥାଏ: ଉଭୟର ରକ୍ଷଣାବେକ୍ଷଣରେ ସାମାନ୍ୟତମ ଅବହେଳା ଗ୍ରହଣୀୟ ନୁହେଁ।
ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳରୁ ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ଚାଳିତ ରେଳଗାଡ଼ି ଉଦ୍ଘାଟନ ପର୍ଯ୍ୟନ୍ତ, ‘କବଚ’ ଦୁର୍ଘଟଣା-ନିରୋଧକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାଠାରୁ ଉତ୍ସର୍ଗୀକୃତ ମାଲ୍ ପରିବହନ ରେଳପଥ (‘ଡେଡିକେଟେଡ୍ ଫ୍ରେଟ୍ କରିଡର୍’) ନିର୍ମାଣ ପର୍ଯ୍ୟନ୍ତ କିମ୍ବା ମର୍ଯ୍ୟାଦାଜନକ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ରୂପାୟନ ଭଳି ବିଭିନ୍ନ ମହତ୍ତ୍ବପୂର୍ଣ୍ଣ ଉଦ୍ୟମ ମାଧ୍ୟମରେ ଭାରତୀୟ ରେଳବାଇ ଯଶ ଅର୍ଜନ କରିବାରେ ଲାଗିଥିବା ବେଳେ ସଦ୍ୟ ପ୍ରକାଶିତ ‘କମ୍ପ୍ଟ୍ରୋଲର ଆଣ୍ଡ୍ ଅଡିଟର ଜେନେରାଲ’ (‘ସିଏଜି’)ଙ୍କ ଅଡିଟ୍ ରିପୋର୍ଟ ଏହାର ଏପରି ଏକ ଲଜ୍ଜାଜନକ ସାଧାରଣ ଦୁର୍ବଳତାକୁ ପଦାରେ ପକାଇଛି, ଯାହା ବାର ବର୍ଷର ତପସ୍ୟାକୁ ନିରର୍ଥକ କରିଥିବା ଶୁଖୁଆ ଝୋଳ ଭଳି ମନେ ହୋଇଥାଏ।
Health: ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜନ
ଭାରତୀୟ ରେଳବାଇ ଦୈନନ୍ଦିନ ହାରାହାରି ପ୍ରାୟ ୨୩ ନିୟୁତରୁ ଅଧିକ ସଂଖ୍ୟକ ଯାତ୍ରୀ ପରିବହନ କରିଥାଏ, ଯାହା ହେଉଛି ପାଖାପାଖି ଅଷ୍ଟ୍ରେଲିଆର ମୋଟ ଜନସଂଖ୍ୟା ସହିତ ସମାନ ଏବଂ ପୃଥିବୀରେ ସର୍ବୋଚ୍ଚ। ଉପରୋକ୍ତ ‘ସିଏଜି’ ଅଡିଟ୍ ଆବିଷ୍କାର କରିଛି ଯେ ଦେଶର ପ୍ରମୁଖ ରେଳ ଷ୍ଟେସନମାନଙ୍କରେ ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ହେଉଛି ପ୍ରଦୂଷିତ। ପରୀକ୍ଷାରୁ ଜଣାପଡ଼ିଛି ଯେ ଏଇ ଜଳରେ ‘ଇ-କୋଲାଇ’ ଓ ‘କୋଲିଫର୍ମ’ ବ୍ୟାକ୍ଟେରିଆ ଉପସ୍ଥିତ ଥା’ନ୍ତି। ପାନୀୟ ଜଳ ପ୍ରବାହିତ ପାଇପ୍ ଓ ସିୱେଜ୍ ଲାଇନରେ ଥିବା ଫାଟ ମାଧ୍ୟମରେ ପାନୀୟ ଜଳ ଓ ମାନବ ମଳ ମଧ୍ୟରେ ସଂଯୋଗ ପ୍ରତିଷ୍ଠା ଦ୍ବାରା ଏଇ ସଂକ୍ରମଣ ଘଟିଥାଏ।
ଏଥିରେ କୌଣସି ସନ୍ଦେହ ନାହିଁ ଯେ ନିକଟ ଅତୀତରେ ଭାରତୀୟ ରେଳବାଇ ଅନେକ ଇଲାକାରେ ଚମକପ୍ରଦ ପ୍ରଗତି ହାସଲ କରିବାରେ ସଫଳ ହୋଇଛି। ଏକ ଉଦାହରଣ ସ୍ବରୂପ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାରେ ଏକ ତୀକ୍ଷ୍ଣ ସ୍ଖଳନ ଘଟିବା ଦେଖାଯାଇଛି: ୨୦୧୪ରେ ମୃତ୍ୟୁ ସଂଖ୍ୟା ୧୩୫ ହୋଇଥିବା ବେଳେ ୨୦୨୫-୨୬ରେ ତାହା ୧୬କୁ ହ୍ରାସ ପାଇଥିଲା। ଚେନାବ ପୋଲ ନିର୍ମାଣ କିମ୍ବା ପାମ୍ବାନ୍ ଭର୍ଟିକାଲ ଲିଫ୍ଟ ପୋଲ ନିର୍ମାଣ ଭଳି ଚମକ ସୃଷ୍ଟିକାରୀ ପ୍ରକଳ୍ପମାନ କେବଳ ରେଳବାଇ ନୁହେଁ ସମଗ୍ର ଦେଶ ପାଇଁ ଗର୍ବର ବିଷୟ ହୋଇଛନ୍ତି। ଅମୃତ ଭାରତ ଷ୍ଟେସନ ସ୍କିମ୍ ଅନୁସାରେ ପ୍ରମୁଖ ଷ୍ଟେସନମାନଙ୍କର ଆଧୁନିକୀକରଣ ସେଗୁଡ଼ିକୁ ଚିତ୍ତାକର୍ଷକ କରିବା ସହିତ ଯାତ୍ରୀମାନଙ୍କ ପାଇଁ ଅନେକ ସୁବିଧା ଉପଲବ୍ଧ କରାଇଛି, ଯାହା ଅତୀତରେ ସଂପୂର୍ଣ୍ଣ ରୂପେ ଅନୁପସ୍ଥିତ ଥିଲା। କିନ୍ତୁ ଆଧୁନିକୀକରଣ ଅର୍ଥ ନୁହେଁ କେବଳ ଦୃଷ୍ଟି ଆକର୍ଷଣକାରୀ ପ୍ରକଳ୍ପମାନ ପ୍ରାଧାନ୍ୟ ଲାଭ କରିବ ଏବଂ ନିତିଦିନିଆ ସାଧାରଣ ପ୍ରସଙ୍ଗଗୁଡ଼ିକ ଅବହେଳିତ ହେବେ- ଯେମିତି ନିରାପଦ ସ୍ବଚ୍ଛ ପାନୀୟ ଜଳ ଯୋଗାଣ। ଜଣେ ସାଧାରଣ ରେଳ ଯାତ୍ରୀ ରେଳବାଇ ବୋର୍ଡ ଦ୍ବାରା କରାଯାଉଥିବା ବିଶାଳ ପୁଞ୍ଜି ନିବେଶ ସମ୍ବନ୍ଧରେ ସଂପୂର୍ଣ୍ଣ ଅଜ୍ଞ ଥାଏ, ଯାହା ସମ୍ବନ୍ଧରେ ତା’ର କୌଣସି ପ୍ରତ୍ୟକ୍ଷ ଅନୁଭୂତି ନ ଥାଏ। ଅପର ପକ୍ଷେ ସିଏ ଯାହାକୁ ପ୍ରତ୍ୟକ୍ଷ ତଥା ଅନ୍ତରଙ୍ଗ ଭାବରେ ଅନୁଭବ କରିଥାଏ, ତାହା ହେଲା ଶୌଚାଳୟ, ପ୍ଲାଟ୍ଫର୍ମ, ପିଇବା ପାଣିର ଟ୍ୟାପ୍, ରେଳଡବା ଭିତରେ ପରିଚ୍ଛନ୍ନତା, ରେଳଗାଡ଼ିର ସମୟାନୁବର୍ତ୍ତିତା ଆଦି।
‘ସିଏଜି’ ଅଡିଟ୍ ଯେଉଁ ସମସ୍ୟା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି, ତାହା ସମ୍ବଳର ଅଭାବ ନୁହେଁ, ତାହା ହେଉଛି ଉତ୍ତରଦାୟିତ୍ବରେ ଅଭାବ। ଯଦି ଏକ ‘ୱାଟର୍ କୁଲର୍’ର ଜଳରେ ମାନବ ମଳ ସଂପର୍କିତ ବ୍ୟାକ୍ଟେରିଆର ଉପସ୍ଥିତି ଆବିଷ୍କୃତ ହେଲା, ତା’ହେଲେ ଦାୟିତ୍ବରେ ଥିବା ଜଣେ କେହି ନିଜର କର୍ତ୍ତବ୍ୟରେ ଅବହେଳା କରି ସେ ପାନୀୟ ଜଳକୁ ନିୟମିତ ଭାବରେ ପରୀକ୍ଷା କରି ନାହିଁ; ଜଣେ କେହି ସେ ଯନ୍ତ୍ରର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବାରେ ବିଫଳ ହୋଇଛି, ଆଉ କେହି ଜଣେ ତାହାକୁ ସାମୟିକ ଭାବରେ ଯାଞ୍ଚ କରିବାକୁ ଭୁଲିଯାଇଛି। ଏହା ଏକ ସୁପରିଚିତ ଭାରତୀୟ ମାନସିକତାକୁ ପ୍ରତିଫଳିତ କରିଥାଏ: ଏଠାରେ ନିର୍ମାଣ ସର୍ବଦା ଆଦର ଲାଭ କରିଥାଏ; ରକ୍ଷଣାବେକ୍ଷଣ ସର୍ବଦା ଅବହେଳିତ ହୋଇଥାଏ। ଏକ ନୂତନ ଷ୍ଟେସନ ନିର୍ମାଣ କିମ୍ବା ପୁରାତନ ଷ୍ଟେସନର ନବୀକରଣ ଏକ ଉତ୍ସବ ପାଳନ ପାଇଁ ବାହାନା ଯୋଗାଇଥାଏ, ଯେଉଁଠିକି ରାଜନେତାମାନେ ଆପେଆପେ ଆକର୍ଷିତ ହୋଇ ଆସିଥାନ୍ତି। ଏକ ନୂତନ ଟ୍ରେନ୍ ଚଳାଚଳ ସେଇପରି କୌଣସି ନେତାଙ୍କ ଦ୍ବାରା ଉଦ୍ଘାଟିତ ହୋଇଥାଏ। ଏକ ସୁନ୍ଦର ଷ୍ଟେସନ କିମ୍ବା ଏକ ନୂତନ ରେଳଗାଡ଼ିର ଫଟୋ ଓ ଭିଡିଓ ଉଭୟ ମୁଖ୍ୟସ୍ରୋତ ଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥାଏ। କିନ୍ତୁ ଏକ ୱାଟର୍ କୁଲର୍ ନିର୍ଦ୍ଧାରିତ ସମୟରେ ସର୍ଭିସ୍ ହେବା ଫଟୋଯୋଗ୍ୟ ହୋଇ ନ ଥାଏ କିମ୍ବା କୌଣସି ନେତାଙ୍କୁ ଆକର୍ଷିତ କରି ନ ଥାଏ। ଜଣେ ସାଧାରଣ ଯାତ୍ରୀ ପାଇଁ କେଉଁଟି ହେଉଛି ଅଧିକ ଗୁରୁତ୍ବପୂର୍ଣ୍ଣ: ଷ୍ଟେସନର ସ୍ଥାପତ୍ୟ ନା ପାନୀୟ ଜଳର ଗୁଣାତ୍ମକ ମାନ?
Maoists surrender: ଆତ୍ମସମର୍ପଣ କରି ବି ୧୫ବର୍ଷ ଜେଲରେ କାଟିଲି: ମାଓନେତା ଆଜାଦ
‘ସିଏଜି’ ଦ୍ବାରା ପ୍ରକାଶିତ ଏଇ ଅଡିଟ୍ ରିପୋର୍ଟ ତେଣୁ ହେଉଛି ରକ୍ଷଣାବେକ୍ଷଣ ପ୍ରତି ପ୍ରଦର୍ଶିତ ହୋଇ ଆସୁଥିବା ଚିରାଚରିତ ଉଦାସୀନତାରେ ଅନ୍ତ ଘଟାଇବା ପାଇଁ ରେଳବାଇକୁ ଏକ ଆହ୍ବାନ। ରେଳ ରାସ୍ତାରୁ ପୋଲ ପର୍ଯ୍ୟନ୍ତ, ଟଏଲେଟ୍ରୁ ଜଳ ଯୋଗାଣ ବ୍ୟବସ୍ଥା ପର୍ଯ୍ୟନ୍ତ, ରେଳବାଇ ଦ୍ବାରା ସୃଷ୍ଟ ପ୍ରତ୍ୟେକ ପରିସଂପତ୍ତି ସୁଚାରୁ ତଥା ତ୍ରୁଟିହୀନ ରୂପେ କାର୍ଯ୍ୟ କରିବା ପାଇଁ ନିୟମିତ ରକ୍ଷଣାବେକ୍ଷଣ ଆବଶ୍ୟକ କରିଥାଏ। ଯାତ୍ରୀଙ୍କ ନିରାପତ୍ତା ପାଇଁ ଏକ ତ୍ରୁଟିଶୂନ୍ୟ ସିଗ୍ନାଲ ସିଷ୍ଟମ ଯେଉଁଭଳି ଗୁରୁତ୍ବପୂର୍ଣ୍ଣ ହୋଇଥାଏ, ସେମାନଙ୍କର ସ୍ବାସ୍ଥ୍ୟ ରକ୍ଷା ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସେଇଭଳି ଗୁରୁତ୍ବପୂର୍ଣ୍ଣ ହୋଇଥାଏ: ଉଭୟର ରକ୍ଷଣାବେକ୍ଷଣରେ ସାମାନ୍ୟତମ ଅବହେଳା ଗ୍ରହଣୀୟ ନୁହେଁ।
ଏଇ ପରିପ୍ରେକ୍ଷୀରେ ‘ସିଏଜି’ ରିପୋର୍ଟ ରକ୍ଷଣାବେକ୍ଷଣର ଆଉଟ୍ସୋର୍ସିଙ୍ଗ୍ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିଛି। ଏମିତିରେ କୌଣସି କାର୍ଯ୍ୟ ସଂପାଦନକୁ ଆଉଟ୍ସୋର୍ସିଙ୍ଗ୍ କରାଯିବାରେ କିଛି ଭୁଲ୍ ନାହିଁ। ଅନେକ ସମୟରେ ସରକାରୀ ଅମଲାତନ୍ତ୍ର ଅପେକ୍ଷା ଘରୋଇ କଣ୍ଟ୍ରାକ୍ଟର୍ମାନେ ଅଧିକ ଦକ୍ଷତାର ସହିତ କାର୍ଯ୍ୟ ସଂପାଦନ କରିବା ଦେଖାଯାଇଥାଏ। କିନ୍ତୁ ଆଉଟ୍ସୋର୍ସିଙ୍ଗ୍ ସହିତ ଉତ୍ତରଦାୟିତ୍ବ ଅବିଚ୍ଛେଦ୍ୟ ଭାବରେ ସଂଯୁକ୍ତ ହେବା ଆବଶ୍ୟକ। ଯଦି ତା’ ନ ହୁଏ ତେବେ କେବଳ ଅମଲାତାନ୍ତ୍ରିକ ବିଫଳତାର ରୂପାନ୍ତର ଘଟି ତାହା କଣ୍ଟ୍ରାକ୍ଟର ବିଫଳତାରେ ପରିଣତ ହେବା ସାର ହେବ ଯାହା। ତେଣୁ ଆଉଟ୍ସୋର୍ସିଙ୍ଗ୍ ପାଇଁ ଚୁକ୍ତିପତ୍ର ସ୍ବାକ୍ଷରିତ ହେବା ସମୟରେ ସେଥିରେ ଏଭଳି ସର୍ତ୍ତମାନ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ ଯାହା ଦ୍ବାରା କଣ୍ଟ୍ରାକ୍ଟରମାନେ ସେମାନଙ୍କର କାର୍ଯ୍ୟରେ ସାମାନ୍ୟତମ ଅବହେଳା ପ୍ରଦର୍ଶନ ନିମିତ୍ତ ସୁଯୋଗ ପାଇବେ ନାହିଁ। ଯଦି ଏକ ଟଏଲେଟ୍ ବାରମ୍ବାର ଠିକଣା ଭାବରେ କାର୍ଯ୍ୟ ନ କରେ, ତେବେ ତାହାର ରକ୍ଷଣାବେକ୍ଷଣ ଦାୟିତ୍ବ ନିର୍ବାହ କରୁଥିବା କଣ୍ଟ୍ରାକ୍ଟରଙ୍କର ପ୍ରାପ୍ୟ ବାତିଲ କରି ଦିଆଯିବ କିମ୍ବା କାଟି ଦିଆଯିବ। ଯଦି ୱାଟର୍ କୁଲର୍ ଜଳରେ ‘ଇ-କୋଲାଇ’ ଆବିଷ୍କୃତ ହୁଏ, ସେଥିପାଇଁ ସଂପୃକ୍ତ କଣ୍ଟ୍ରାକ୍ଟରଙ୍କୁ ବିଭିନ୍ନ ଭାବରେ ଦଣ୍ଡିତ କରାଯିବ। ଯଦି ରେଳବାଇ ଅମଲାତନ୍ତ୍ର ଏଥିପାଇଁ ଦାୟୀ ହୋଇଥାଏ, ତେବେ ସଂପୃକ୍ତ ଅଧିକାରୀ ଏଥିପାଇଁ ଦଣ୍ଡିତ ହେବା ଆବଶ୍ୟକ। ରେଳବାଇ ତେଣୁ ‘ସିଏଜି’ ରିପୋର୍ଟକୁ ଏକ ପାଥୋଲୋଜିକାଲ୍ ରିପୋର୍ଟ ରୂପେ ଗ୍ରହଣ କରି ନିଜର ଆବଶ୍ୟକ ଚିକିତ୍ସା କରି ପରିଚାଳନାରେ ବ୍ୟାପକ ଉନ୍ନତି ଘଟାଇବା ଜରୁରି।

1 hour ago
2


