Editorial: ପ୍ରବେଶ ପରୀକ୍ଷା

1 hour ago 1
ARTICLE AD BOX

ଏହା ହୃଦୟଙ୍ଗମ କରିବା କଷ୍ଟ ନୁ‌େହଁ ଯେ ‘ୟୁଜର୍ ନେମ୍’ର ପ୍ରଚଳନ ଆରମ୍ଭ ହୋଇଗଲେ ତାହା ଏଇ ଅପରାଧୀମାନଙ୍କ ପାଇଁ ଏକ ବରଦାନ ସଦୃଶ ହେବ। ସେମାନେ ଏହାକୁ ନିଜର ବିଶ୍ବସନୀୟତାରେ ବୃଦ୍ଧି ଘଟାଇବାକୁ ଓ ନିଜର ଅସଲ ପରିଚୟ ଗୋପନ ରଖିବା ପାଇଁ ଏକ ପ୍ରକୃଷ୍ଟ ସାଧନ ଓ ଢାଙ୍କୁଣୀ ରୂପେ ବ୍ୟବହାର କରିବେ। ଉଦାହରଣ ସ୍ବରୂପ ଏଇ ଅପରାଧୀମାନେ ବିଭିନ୍ନ ସରକାରୀ ଦପ୍ତର ବା ବିଭାଗର ନାମ ସହିତ ମେଳ ଖାଉଥିବା ଭଳି ନିଜର ‘ୟୁଜର୍ ନେମ୍’ ସୃଷ୍ଟି କରି ସରଳବିଶ୍ବାସୀ ଶିକାରମାନଙ୍କୁ ସେମାନଙ୍କର ଜାଲରେ ପକାଇବା ଅାହୁରି ସହଜ ହୋଇଯିବ।

IMD: ୨୧ ରାଜ୍ୟରେ ପ୍ରବଳ ବର୍ଷା ଓ ପବନ ନେଇ ଆଇଏମ୍‌ଡି ଆଲର୍ଟ: ଉଦ୍‌ଘାଟନର ମାତ୍ର ୯ ମାସରେ ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ୱେ ‘ମିସିଂ ଲିଙ୍କ’ ଭାଙ୍ଗିଲା

ଗତ ସପ୍ତାହରେ ଏଇ ସ୍ତମ୍ଭରେ ଆମେ ‘ହ୍ବାଟ୍‌ସଆପ୍’ ପରି ଏକ ବିଶାଳ ଅନ୍ତର୍ଜାତୀୟ ସୋସିଆଲ ମିଡିଆ ଓ ଟେକ୍‌ନୋଲୋଜି କଂପାନିର ଗ୍ଲୋବାଲ୍ ‘ସିଇଓ’ ରୂପେ ଭାରତୀୟ ଦର୍ଶନଶାସ୍ତ୍ର ଛାତ୍ର କୁନାଲ ଶାହଙ୍କ ନିଯୁକ୍ତିର ସାଂପ୍ରତିକ ତାତ୍ପର୍ଯ୍ୟ ଅନୁଶୀଳନ କରିବାକୁ ଚେଷ୍ଟା କରିଥିଲୁ। ଏବେ ମନେ ହେଉଛି ଶାହ ‘ହ୍ବାଟ୍‌ସଅାପ୍’ର ନିୟନ୍ତ୍ରଣ ରଜ୍ଜୁ ହାତରେ ଧରୁଣୁ ନ ଧରୁଣୁ ତାଙ୍କୁ ବର୍ତ୍ତମାନ ନିଜର ବୈଚାରିକ ସନ୍ତୁଳନ ଅକ୍ଷୁଣ୍ଣ ରଖି କାର୍ଯ୍ୟ କରିବା ନିମିତ୍ତ ସେ ଦର୍ଶନଶାସ୍ତ୍ରରୁ ଶିକ୍ଷା କରିଥିବା ନିର୍ଲିପ୍ତବାଦର ସୂକ୍ଷ୍ମ କୌଶଳମାନ ସ୍ମରଣ କରିବାକୁ ହେବ। କାରଣ ଏକ ଓଡ଼ିଆ ଢଗ ଅନୁସାରେ ‘ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା’ ପରି କୁନାଲ ଶାହ ‘ହ୍ବାଟ୍‌ସଅାପ୍’ ଘରେ ନ ପଶୁଣୁ ତାଙ୍କ ମୁଣ୍ଡରେ ଏକ କଠିନ ଚାଳର ଶକ୍ତ ଆଘାତ ଲାଗିଛି- ଭାରତ ସରକାର ରୂପକ ଚାଳ।
‘ହ୍ବାଟ୍‌ସଆପ୍’ ସଦ୍ୟ ସଦ୍ୟ ଭାରତରେ ବ୍ୟବହାରକାରୀମାନଙ୍କ ପାଇଁ ସେମାନଙ୍କର ମୋବାଇଲ୍ ଫୋନ୍ ନମ୍ବର ପରିବର୍ତ୍ତେ ଏଣିକି ‘ୟୁଜର୍‌ ନେମ୍’ ବା ଏକ ସ୍ବତନ୍ତ୍ର ବ୍ୟବହାରକାରୀ ପରିଚୟ ବ୍ୟବହାର କରିବାକୁ ଯାଉଛି ବୋଲି ଘୋଷଣା କରିଥିଲା। ଭାରତ ସରକାର ତତ୍‌କ୍ଷଣାତ୍ ‘ହ୍ବାଟ୍‌ସଆପ୍’ର ମାତୃ-କଂପାନି ‘ମେଟା’କୁ ଏକ ନୋଟିସ ଦେଇ ସରକାର ଏଥିପାଇଁ ଅନୁମତି ପ୍ରଦାନ ନ କରିବା ପର୍ଯ୍ୟନ୍ତ ଏଇ ନୂତନ ଫିଚର୍ ଭାରତରେ ଆରମ୍ଭ ନ କରିବା ପାଇଁ ତାକୁ ନିର୍ଦ୍ଦେଶ ଦେଇ ସାବଧାନ କରିଦେଇଛନ୍ତି। ସରକାର ଏଥିପାଇଁ ‘ମେଟା’କୁ ଜବାବ ଦାଖଲ କରିବାକୁ ଦେଇଥିବା ତିନି ଦିନର ସମୟ ସୀମା ଇତିମଧ୍ୟରେ ଅତିକ୍ରାନ୍ତ ହୋଇଗଲା ପରେ ପୁଣି ଆଉ ତିନି ଦିନର ମହଲତ ଦେଇଛନ୍ତି। ସମଗ୍ର ପ୍ରସଙ୍ଗର ପୁଙ୍ଖାନୁପୁଙ୍ଖ ଅନୁଶୀଳନ ପରେ ସରକାର ଯାହା ନିର୍ଦ୍ଦେଶ ଦେବେ ‘ହ୍ବାଟ୍‌ସଆପ୍’କୁ ସେଇ ଅନୁସାରେ କାର୍ଯ୍ୟ କରିବାକୁ ହେବ।
କୁନାଲ ଶାହଙ୍କ ମୁଣ୍ଡକୁ ଆଘାତ ଦେଇଥିବା ଏଇ ସରକାରୀ ଚାଳ ଓ ତାହାର ଆବିର୍ଭାବ ପଛରେ ନିହିତ ଥିବା ଉପରୋକ୍ତ ‘ୟୁଜର୍ ନେମ୍’ ପ୍ରବର୍ତ୍ତନ ପାଇଁ ‘ମେଟା’ର ଉଦ୍ୟମ ଉପରେ ଦୃଷ୍ଟି ନିକ୍ଷେପ କଲେ, ଏକ ଧାରଣା ସୃଷ୍ଟି ହୋଇଥାଏ ଯେ ଉଭୟ ପକ୍ଷଙ୍କର ଆଭିମୁଖ୍ୟ ହେଉଛି ଯୁକ୍ତିଯୁକ୍ତ। ‘ହ୍ବାଟ୍‌ସଆପ୍’ର ଏଇ ନୂତନ ପଦକ୍ଷେପ ଯେଉଁ ସରଳ ଯୁକ୍ତି ଉପରେ ପ୍ରତିଷ୍ଠିତ, ତାହା ହେଉଛି ନିମ୍ନୋକ୍ତ ଭଳି। ଏତେ କାଳ ଧରି ଭାରତରେ ‘ହ୍ବାଟ୍‌ସଆପ୍’ ବ୍ୟବହାରକାରୀମାନଙ୍କର ପରିଚୟର ପ୍ରତିନିଧିତ୍ବ କରି ଆସୁଥିଲା ସେମାନଙ୍କର ମୋବାଇଲ୍ ଫୋନ୍ ନମ୍ବର। ଗୁଡ୍‌ମର୍ନିଙ୍ଗ୍ ମେସେଜ୍‌ରୁ ନିମନ୍ତ୍ରଣ ପ୍ରେରଣ ପର୍ଯ୍ୟନ୍ତ କିମ୍ବା ଜୋକ୍‌ସ ବଣ୍ଟନରୁ ନିଜ ସମ୍ବନ୍ଧରେ କୌଣସି ସୂଚନା ପ୍ରସାରଣ ପର୍ଯ୍ୟନ୍ତରେ ‘ହ୍ବାଟ୍‌ସଆପ୍’ର ବ୍ୟବହାର ସୀମିତ ଥିବା ପର୍ଯ୍ୟନ୍ତ ଏଇ ମୋବାଇଲ୍ ଫୋନ୍ ନମ୍ବରଭିତ୍ତିକ ପରିଚୟ ବ୍ୟବସ୍ଥା ନିର୍ବିଘ୍ନରେ କାର୍ଯ୍ୟ କରିଚାଲିଥିଲା।
ବର୍ତ୍ତମାନ କିନ୍ତୁ ଭାରତରେ ଏଇ ମେସେଜିଙ୍ଗ୍ ଆପ୍‌ର କ୍ରମବିବର୍ତ୍ତନ ଘଟି ତାହା ଏହାର ଅଗଣିତ ବ୍ୟବହାରକାରୀମାନଙ୍କ ପାଇଁ ଯେଉଁ ସମସ୍ତ ନିତ୍ୟ ନୂତନ ବିଭିନ୍ନ କିସମର କାର୍ଯ୍ୟ ସଂପାଦନରେ ବ୍ୟବହୃତ ଏକ ଅପରିହାର୍ଯ୍ୟ ମାଧ୍ୟମରେ ପରିଣତ ହୋଇଗଲାଣି, ସେଥିରେ ଅନ୍ତର୍ଭୁକ୍ତ- ବ୍ୟବସାୟ ପରିଚାଳନାରୁ ଆରମ୍ଭ କରି ଡାକ୍ତର ପରାମର୍ଶ ଓ ସରକାରୀ ସେବାରେ ଅଂଶଗ୍ରହଣ ଆଦି ପର୍ଯ୍ୟନ୍ତ। ଏଥିରେ କେହି ଦ୍ବିମତ ହେବେ ନାହିଁ ଯେ ଏଥିମଧ୍ୟରୁ ଅନେକ ହୋଇଥାନ୍ତି ବ୍ୟବହାରକାରୀଙ୍କ ଦୃଷ୍ଟିରୁ ଗୋପନୀୟ ଶ୍ରେଣୀର। ତେଣୁ ଭାରତରେ ‘ହ୍ବାଟ୍‌ସଆପ୍’ର ପ୍ରଥମ ଆବିର୍ଭାବ ସମୟର ଚିତ୍ରରେ ବର୍ତ୍ତମାନ ଯେ ବ୍ୟାପକ ପରିବର୍ତ୍ତନମାନ ଘଟି ସାରିଲାଣି, ଏଥିରେ କୌଣସି ସନ୍ଦେହ ନାହିଁ- ଏହା ବର୍ତ୍ତମାନ ଅଧିକରୁ ଅଧିକ ଏକ ଗୋପନ ସୂଚନା ବହନକାରୀ ଦୂତରେ ପରିଣତ ହୋଇଗଲାଣି। ଆଉ ଏହି ଗୋପନୀୟତାକୁ ସୁରକ୍ଷିତ ରଖିବାରେ ସହାୟକ ହେବା ନିମିତ୍ତ ଏକ ମୋବାଇଲ୍ ଫୋନ୍ ନମ୍ବର ସ୍ଥାନରେ ଏକ ‘ୟୁଜର୍ ନେମ୍’ର ବ୍ୟବହାର ଅଧିକ ଉପଯୋଗୀ ହେବ ବୋଲି ବିଶ୍ବାସ କରାଯାଏ।
କିନ୍ତୁ ଏ ସଂପର୍କରେ ସରକାରଙ୍କର ଉଦ୍‌ବେଗ ମଧ୍ୟ କିଛି କମ୍ ଯଥାର୍ଥ ନୁହେଁ। ଆମ ଦେଶରେ ଡିଜିଟାଲ ଟେକ୍‌ନୋଲୋଜିର ଦ୍ରୁତ ପ୍ରସାର ସହିତ ତାଳଦେଇ କିପରି ନୂଆ ନୂଆ ପ୍ରକାରର ସାଇବର ଠକେଇରେ ବିସ୍ଫୋରକ ବୃଦ୍ଧି ଘଟିବାରେ ଲାଗିଛି, ତାହା ଗଣମାଧ୍ୟମରେ ଦୈନନ୍ଦିନ ପ୍ରସାରିତ ନିୟମିତ କାହାଣୀରେ ପରିଣତ ହୋଇଛି। ଏହାର ଭୁକ୍ତଭୋଗୀମାନେ ଏଥିଯୋଗୁଁ ବେଳେବେଳେ ସର୍ବସ୍ବାନ୍ତ ହେଉଥିବା ବେଳେ, ଅନ୍ୟମାନେ ନିଜ ପାଳିକୁ ଅପେକ୍ଷା କରି ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ସାଇବର ଠକମାନେ ନକଲି ବ୍ୟାଙ୍କ୍ ଅଫିସରରୁ କଷ୍ଟମ୍‌ସ ଅଫିସର, କଷ୍ଟମର୍ କେଆର୍ ଏଜେଣ୍ଟରୁ ସିବିଆଇ ଅଫିସର ଆଦି ପର୍ଯ୍ୟନ୍ତ ଛଦ୍ମ ରୂପ ଧାରଣ କରି ଅସତର୍କ, ଅଜ୍ଞ, ନିରୀହ ମୋବାଇଲ୍ ଫୋନ୍ ବ୍ୟବହାରକାରୀମାନଙ୍କୁ ଲୁଟ୍ କରିବା ସେମାନଙ୍କ ପାଇଁ ଏକ ବିଧିବଦ୍ଧ ନୂତନ ପେସାରେ ପରିଣତ ହୋଇଗଲାଣି।
ଏହା ହୃଦୟଙ୍ଗମ କରିବା କଷ୍ଟ ନୁ‌େହଁ ଯେ ‘ୟୁଜର୍ ନେମ୍’ର ପ୍ରଚଳନ ଆରମ୍ଭ ହୋଇଗଲେ ତାହା ଏଇ ଅପରାଧୀମାନଙ୍କ ପାଇଁ ଏକ ବରଦାନ ସଦୃଶ ହେବ। ସେମାନେ ଏହାକୁ ନିଜର ବିଶ୍ବସନୀୟତାରେ ବୃଦ୍ଧି ଘଟାଇବାକୁ ଓ ନିଜର ଅସଲ ପରିଚୟ ଗୋପନ ରଖିବା ପାଇଁ ଏକ ପ୍ରକୃଷ୍ଟ ସାଧନ ଓ ଢାଙ୍କୁଣୀ ରୂପେ ବ୍ୟବହାର କରିବେ। ଉଦାହରଣ ସ୍ବରୂପ ଏଇ ଅପରାଧୀମାନେ ବିଭିନ୍ନ ସରକାରୀ ଦପ୍ତର ବା ବିଭାଗର ନାମ ସହିତ ମେଳ ଖାଉଥିବା ଭଳି ନିଜର ‘ୟୁଜର୍ ନେମ୍’ ସୃଷ୍ଟି କରି ସରଳବିଶ୍ବାସୀ ଶିକାରମାନଙ୍କୁ ସେମାନଙ୍କର ଜାଲରେ ପକାଇବା ଅାହୁରି ସହଜ ହୋଇଯିବ। ଏହା ବାଦ୍ ଏଭଳି ଅପରାଧର ଅନୁସନ୍ଧାନକାରୀମାନଙ୍କ ପଥରେ ‘ୟୁଜର୍ ନେମ୍’ ଏକ ନୂତନ ପ୍ରତିବନ୍ଧକ ହୋଇ ଛିଡ଼ାହେବାର ଦୃଢ଼ ସମ୍ଭାବନା ରହିଛି, କାରଣ ‘ୟୁଜର୍ ନେମ୍’ ପଛରେ ଲୁଚି ରହିଥିବା ମୋବାଇଲ୍ ଫୋନ୍ ନମ୍ବର ଆବିଷ୍କୃତ ନ ହେବା ଯାଏଁ ଅନୁସନ୍ଧାନରେ ଅଗ୍ରଗତି ଘଟିବ ନାହିଁ।

ଦିଲ୍ଲୀର ନୂଆ EV ପଲିସି: ଇଲେକ୍ଟ୍ରିକ୍ ସ୍କୁଟର ଓ ବାଇକ୍‌ରେ ସବସିଡି, ୨୦୨୮ରୁ ବନ୍ଦ ହେବ ପେଟ୍ରୋଲ ଦୁଇଚକିଆ ପଞ୍ଜୀକରଣ

ମନେ ରଖିବା କଥା, ଅନ୍ୟ କୌଣସି ଦେଶରେ ଏଭଳି ଅପରାଧକୁ ହୁଏତ ନଗଣ୍ୟ ରୂପେ ବିଚାର କରାଯାଇପାରେ; କିନ୍ତୁ ପ୍ରାୟ ଦେଢ଼ ଶହ କୋଟି ଲୋକସଂଖ୍ୟାବିଶିଷ୍ଟ ପୃଥିବୀର ସର୍ବାଧିକ ଜନବହୁଳ ଦେଶ ଭାରତରେ ଏଭଳି ଅପରାଧ ଯେ ଅନାୟାସରେ ଅସୀମ ଆକାର ଧାରଣ କରିବାର ସମ୍ଭାବନା ବହନ କରିଥାଏ, ‘ମେଟା’ ଭଳି ବିଦେଶୀ ଟେକ୍‌ନୋଲୋଜି କଂପାନିମାନେ ସେ ସମ୍ବନ୍ଧରେ ସଚେତନ ରହିବା ଜରୁରି। ଭାରତ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ତେଣୁ ଏକ ପ୍ରବିଧି-ବିରୋଧୀ ପଦକ୍ଷେପ ନୁହେଁ, ତାହା ହେଉଛି ଏକ ଜନସ୍ବାର୍ଥ-ସୁରକ୍ଷାକାରୀ, ‌େନୖତିକତା-ନିଶ୍ଚିତକାରୀ ସୁଶାସନକୈନ୍ଦ୍ରିକ ପଦକ୍ଷେପ।
ଏହା କୁନାଲ ଶାହଙ୍କ ପାଇଁ ହୁଏତ ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା ପରି ହୋଇପାରେ, କିନ୍ତୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖିଲେ ଏଇ ଦୃଶ୍ୟପଟରେ ‘ହ୍ବାଟ୍‌ସଆପ୍’ର ମୁଖ୍ୟ ରୂପେ କୁନାଲ ଶାହଙ୍କ ପ୍ରବେଶ ଏକ ସ୍ବାଗତଯୋଗ୍ୟ ସଂଯୋଗ ଭଳି ମନେ ହୋଇଥାଏ। କାରଣ, କୁନାଲ ଶାହଙ୍କର ଯୋଗଦାନ ପୂର୍ବରୁ କାଲିଫର୍ନିଆର ‘ମେନ୍‌ଲୋ ପାର୍କ’ସ୍ଥିତ ‘ମେଟା’ର ମୁଖ୍ୟାଳୟରେ ବସି ଭାରତରେ ‘ହ୍ବାଟ୍‌ସଆପ୍’ରେ ‘ୟୁଜର୍ ନେମ୍’ ବ୍ୟବହାର କରାଯିବା ପାଇଁ ଯେଉଁମାନେ ନିଷ୍ପତ୍ତି ନେଇଥିଲେ, ‌େସଇ ଆଇଟି ଇଞ୍ଜିନିଅର୍‌ମାନଙ୍କର ଭାରତ ପାଇଁ ତାହାର ସମ୍ଭାବ୍ୟ ବାସ୍ତବ ପରିଣାମ ସମ୍ବନ୍ଧରେ କୌଣସି ପ୍ରତ୍ୟକ୍ଷ ଧାରଣା ନ ଥିବ। ଏଥି ପୂର୍ବରୁ ‘କ୍ରେଡ୍’ ନାମକ କ୍ରେଡିଟ୍ କାର୍ଡ ପରିଚାଳନା କ୍ଷେତ୍ରରେ ଏକ ସଫଳ ଷ୍ଟାର୍ଟ-ଅପ୍ କଂପାନିର ପ୍ରତିଷ୍ଠାତା ଦାର୍ଶନିକ କୁନାଲ ଶାହ ହେଉଛନ୍ତି ସେଇ ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ଯୋଗ୍ୟତମ ବ୍ୟକ୍ତି। ତାଙ୍କର ଅନୁଭୂତି ତାଙ୍କୁ ଭାରତୀୟ ସମାଜ ଓ ଅର୍ଥନୀତି ସମ୍ବନ୍ଧରେ ସୁପରିଚିତ କରିଥିବା ବେଳେ ତାଙ୍କର ଶିକ୍ଷା ତାଙ୍କୁ ଏକ ଦୃଢ଼ ନୈତିକ ଦିଗ୍‌ଦର୍ଶନ ପ୍ରଦାନ କରିଥାଏ। ତେଣୁ ଆଶା କରାଯାଏ ତାଙ୍କୁ ଏବେ ମୁଣ୍ଡ ଆଉଁସିବାକୁ ପଡ଼ିଥିଲେ ହେଁ ଏପିକ୍‌ଟେଟସ ବା ସେନେକାଙ୍କ ଭଳି ପ୍ରାଚୀନ ନିର୍ଲିପ୍ତବାଦୀ (ଷ୍ଟୋଇକ୍) ଦାର୍ଶନିକମାନଙ୍କୁ ଅନୁସରଣ କଲା ଭଳି ତାହା ଦ୍ବାରା ତିଳେମାତ୍ର ବିଚଳିତ ନ ହୋଇ କୁନାଲ ଶାହ ଭାରତ ସରକାରଙ୍କ ସହିତ ଫଳପ୍ରଦ କଥାବାର୍ତ୍ତା କରି ଭାରତର ଉଦ୍‌ବେଗକୁ ପ୍ରଶମିତ କଲାଭଳି ଏକ ବୁଝାମଣାରେ ପହଞ୍ଚିବାରେ ସଫଳ ହେବେ ଓ ତାଙ୍କର ଏଇ ପ୍ରବେଶ ପରୀକ୍ଷାରେ କୃତିତ୍ବର ସହିତ ଉତ୍ତୀର୍ଣ୍ଣ ହେବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.