Earth Again Conference 2026: ‘ଭାରତର ୪୫ କୋଟି ଲୋକ ଜନ୍ମସ୍ଥାନ ଛାଡ଼ି ଅନ୍ୟତ୍ର ସ୍ଥାନାନ୍ତରିତ ହେଉଛନ୍ତି’

50 minutes ago 2
ARTICLE AD BOX

ଭୁବନେଶ୍ବର: ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣରେ ଆୟୋଜିତ ସମାରୋହରେ ଶୁକ୍ରବାର ବରିଷ୍ଠ ପଲିସି ଏବଂ ପ୍ରୋଗ୍ରାମ ପରାମର୍ଶଦାତା ଉମୀ ଡାନିଏଲ କହିଛନ୍ତି, ଆଜିର ସମୟରେ ପ୍ରବାସନ ବା ସ୍ଥାନାନ୍ତରଣ ସମାଜର ଏକ ପ୍ରମୁଖ ସମସ୍ୟା ତଥା ପରିବର୍ତ୍ତନର କାରଣ ପାଲଟିଛି। ବର୍ତ୍ତମାନର ଜନଗଣନା ତଥ୍ୟ ଅନୁଯାୟୀ, ଦେଶରେ ପ୍ରାୟ ୪୫ କୋଟି ଲୋକ ବିଭିନ୍ନ କାରଣରୁ ନିଜ ଜନ୍ମସ୍ଥାନ ଛାଡ଼ି ବାହାରକୁ ସ୍ଥାନାନ୍ତରିତ ହେଉଛନ୍ତି।

ସେ କହିଛନ୍ତି, ଯେଉଁ ବ୍ୟକ୍ତିମାନେ ନିଜ ଜନ୍ମସ୍ଥାନ ବା ମୂଳ ବାସସ୍ଥାନଠାରୁ ଅନ୍ୟନ୍ୟ ସ୍ଥାନରେ କ୍ରମାଗତ ୬ ମାସ କିମ୍ବା ତା’ଠାରୁ ଅଧିକ ସମୟ ଧରି ରହୁଛନ୍ତି, ସେମାନଙ୍କୁ ପ୍ରବାସୀ ଭାବେ ଗ୍ରହଣ କରାଯାଉଛି। ରୋଜଗାର, ଶିକ୍ଷା ଏବଂ ଜୀବିକାର ଅନ୍ୟନ୍ୟ ମାଧ୍ୟମ ଖୋଜିବା ପାଇଁ ଏହି ସ୍ଥାନାନ୍ତରଣ ଦିନକୁ ଦିନ ବୃଦ୍ଧି ପାଉଛି।

ପରିବର୍ତ୍ତନର ଏକ ନୂତନ ଦିଗକୁ ସୂଚାଉଛି

ପ୍ରବାସନ କ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏକ ଆକଳନ ଅନୁଯାୟୀ, ପ୍ରାୟ ୭୦ ପ୍ରତିଶତ ମହିଳା କାମ ଏବଂ କାର୍ଯ୍ୟ ଅନ୍ୱେଷଣରେ ନିଜ ଘରୁ ବାହାରକୁ ଯାଉଛନ୍ତି, ଯାହା ସେମାନଙ୍କ ଆର୍ଥିକ ସ୍ୱାବଲମ୍ବନ ଓ ସାମାଜିକ ପରିବର୍ତ୍ତନର ଏକ ନୂତନ ଦିଗକୁ ସୂଚାଉଛି।

ଆଜିର ଯୁବପିଢ଼ି କୃଷି କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହାର ମୁଖ୍ୟ କାରଣଗୁଡ଼ିକ ହେଲା- 

ଜଳବାୟୁ ପରିବର୍ତ୍ତନ: ଅନିୟମିତ ବର୍ଷା, ମରୁଡ଼ି ଏବଂ ପ୍ରାକୃତିକ ବିପର୍ଯ୍ୟୟ ଯାହା ଚାଷକୁ ଅନିଶ୍ଚିତ କରିପକାଉଛି।
କୌଶଳର ଅଭାବ: ଆଧୁନିକ କୃଷି ପଦ୍ଧତି ଏବଂ ବୈଷୟିକ କୌଶଳ ସମ୍ପର୍କରେ ଯୁବବର୍ଗଙ୍କ ପାଖାପାଖି ଯଥେଷ୍ଟ ଜ୍ଞାନ ନାହିଁ।

ସେ କହିଛନ୍ତି, ଏହି ସବୁ କାରଣରୁ ପାରମ୍ପାରିକ କୃଷି ପ୍ରତି ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ କମିବାରେ ଲାଗିଛି ଏବଂ ସେମାନେ ସହରମୁଖା ହେଉଛନ୍ତି। ଏହି ସମସ୍ତ ପରିବର୍ତ୍ତନ ସତ୍ତ୍ବେ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଆଶାନୁରୂପକ ସାମାଜିକ-ଆର୍ଥିକ ପରିବର୍ତ୍ତନ ପରିଲକ୍ଷିତ ହେଉନାହିଁ। ଜଙ୍ଗଲ ଓ ଜମି ସହ ଗଭୀର ସମ୍ପର୍କ ଥିବା ଏହି ବର୍ଗ ଆଜି ମଧ୍ୟ ବିକାଶର ମୂଳସ୍ରୋତରୁ କିଛି ପରିମାଣରେ ଦୂରେଇ ରହିଛନ୍ତି।

Earth Again Conference 2026: ‘ଜଳବାୟୁ ପରିବର୍ତ୍ତନ କାରଣରୁ ଗୋଟିଏ ଫସଲରୁ ଗାଁ ଲୋକଙ୍କର ଖାଦ୍ୟ ସୁରକ୍ଷା ହୋଇପାରୁ ନାହିଁ’

Read Entire Article
LEFT SIDEBAR AD

Hidden in mobile, Best for skyscrapers.