E20: ଗାଡ଼ି କମ୍ପାନି ଜାଣିିଥିଲେ ଇ୨୦ ଖରାପ: ପରସ୍ପର ସହ ଆଲୋଚନା କରିଥିଲେ

1 day ago 4
ARTICLE AD BOX

ନୂଆଦିଲ୍ଲୀ: ବିବାଦୀୟ ଇଥାନଲ ମିଶା ଇ୨୦ ପେଟ୍ରୋଲ୍‌ର ଖରାପ ଦିଗ ଏକ ସାର୍ବଜନୀନ ପ୍ରସଙ୍ଗ ହେବା ପୂର୍ବରୁ ତାହାକୁ ନେଇ ଦେଶର ପ୍ରମୁଖ ଗାଡ଼ି ନିର୍ମାତାମାନେ ଚିନ୍ତା ପ୍ରକଟ କରିଥିଲେ। ଏହି ଇନ୍ଧନର ଖରାପ ପ୍ରଭାବ ସମ୍ପର୍କରେ ସେମାନେ ପରସ୍ପର ସହ ଆଲୋଚନା ମଧ୍ୟ କରିଥିଲେ। ଶେଷରେ ସେ ବିଷୟରେ ସରକାରଙ୍କୁ ଜଣାଇବାକୁ ନିଷ୍ପତ୍ତି ନେଇଥିଲେ। ତେବେ କେନ୍ଦ୍ର ସରକାର ଇ୨୦ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିବା ପରେ ଗାଡ଼ି ନିର୍ମାତାମାନେ ନିଜ ଆପତ୍ତି ପ୍ରତ୍ୟାହାର କରିଥିଲେ। ସେମାନେ ସରକାରୀ ଚାପରେ ସେଭଳି କରିଥାଇପାରନ୍ତି ବୋଲି ସନ୍ଦେହ ସୃଷ୍ଟି ହୋଇଛି। 

Anganwadi worker: ଅଣ୍ଡା ପାଇଁ ଦମ୍ପତିଙ୍କ ୧୫୦ କିଲୋମିଟର କଷ୍ଟକର ଯାତ୍ରା

‘ରଏଟର୍ସ’ ଏକ ରିପୋର୍ଟରେ ଦାବି କରିିଛି ଯେ ଦେଶର ପ୍ରମୁଖ ଗାଡ଼ି ନିର୍ମାତା ମାରୁତି ସୁୁଜୁକି, ଟାଟା ମୋଟର୍ସ ଓ ମହିନ୍ଦ୍ରା ଇ୨୦ ପେଟ୍ରୋଲ୍‌ରେ ଅପମିଶ୍ରଣକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଗତବର୍ଷ ସର୍ବଭାରତୀୟ ସ୍ତରରେ  ଇ୨୦ ବିକ୍ରିକୁ ବାଧ୍ୟତାମୂଳକ କରାଯିବା ପରେ ସେମାନେ ତାହାର ପରୀକ୍ଷଣ କରିଥିଲେ। ସେଥିରେ କ୍ଲୋରାଇଡ୍‌ ଓ ଆର୍ଦ୍ରତାର ମାତ୍ରାକୁ ନେଇ ସେମାନେ ଚିନ୍ତା କରିବା ଆରମ୍ଭ କରିଥିଲେ। ଗାଡ଼ି ନିର୍ମାତାମାନେ ୨୧ଟି ରାଜ୍ୟରୁ ୨୫୦ରୁ ଅଧିକ ଇନ୍ଧନ ନମୁନା ସଂଗ୍ରହ କରି ତାହାର ପରୀକ୍ଷଣ କରିଥିଲେ। ୧୮ଟି ରାଜ୍ୟରୁ ସଂଗ୍ରହ କରାଯାଇଥିବା ନମୁନାରେ ଉଚ୍ଚ ପରିମାଣର କ୍ଲୋରାଇଡ୍‌ ଓ କେତେକ ମାମଲାରେ ଆର୍ଦ୍ରତା ଯଥେଷ୍ଟ ଅଧିକ ଥିବା ଜଣାପଡ଼ିଥିଲା। 

Gomata suraksha: ୬ବ୍ଲକରେ ଲାଗିବ ରିଫ୍ଲେକ୍ଟିଭ୍ ରେଡିୟମ ବେଲ୍ଟ, ହ୍ରାସ ପାଇବ ଦୁର୍ଘଟଣା!

ଏହି ପ୍ରସଙ୍ଗରେ ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଅ‌ଟୋମୋବାଇଲ୍‌ ମାନୁଫାକଚର୍ସ (ସିଆମ୍‌) ପକ୍ଷରୁ କୁହାଯାଇଛି ଯେ ଆଲୋଚ୍ୟ ତଥ୍ୟକୁ ଆଭ୍ୟନ୍ତରୀଣ ବିଚାର ପାଇଁ ସଂଗ୍ରହ କରାଯାଇଥିଲା ଓ ତାହା ସୀମିତ ଥିଲା। ସିଆମ୍‌ ଅଧୀନରେ ଥିବା ମାରୁତି ସୁଜୁକି, ଟାଟା ମୋଟର୍ସ ଓ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ଭାରତୀୟ କାର୍‌ ବଜାରରେ ୬୭ ପ୍ରତିଶତ ଅଂଶ ରହିଛି। କୌଣସି ନିଷ୍କର୍ଷରେ ପହଞ୍ଚିବା ପାଇଁ ସଂଗୃହୀତ ନମୁନା ଯଥେଷ୍ଟ ନ ଥିବାରୁ ଆଭ୍ୟନ୍ତରୀଣ ଭାବେ ଯୋଗାଯୋଗ ପାଇଁ ଦିଆଯାଇଥିବା ଇମେଲ୍‌କୁ ପରବର୍ତ୍ତୀ ସମୟରେ ପ୍ରତ୍ୟାହାର କରିନିଆଯାଇଥିଲା ବୋଲି ସିଆମ୍‌ କହିଛି। କିଛି ଦିନ ପୂର୍ବେ ସିଆମ୍‌ର ଚିଠି ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ସଫେଇ ଦେଇ କହିଥିଲେ ଯେ ସମ୍ଭାବ୍ୟ ଅପମିଶ୍ରଣ ଚିହ୍ନଟ କରିବାକୁ ତୈଳ କମ୍ପାନିଗୁଡ଼ିକ ବ୍ୟାପକ ପରୀକ୍ଷଣ କରୁଛନ୍ତି। ବହୁ ପରୀକ୍ଷଣ ମଧ୍ୟରୁ ମାତ୍ର ଚାରିଟି ମାମଲାରେ ଅପମିଶ୍ରଣର ପ୍ରମାଣ ମିଳିଥିଲା। ଇ୨୦ ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ତେଲ କମ୍ପାନିଗୁଡ଼ିକ ସ୍ପଷ୍ଟ କରିଥିବା ସେ କହିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.