ARTICLE AD BOX
ଭୁବନେଶ୍ବର: ଓଂକାରର ପ୍ରଣବ ଧ୍ବନି ଓ ବେଦମନ୍ତ୍ରର ଗହଗଦ ନାଦରେ ପୂଜାମଣ୍ଡପଗୁଡ଼ିରେ ସୃଷ୍ଟି ହୋଇଛି ଅଧ୍ୟୋତ୍ମିକ ପରିବେଶ। ଦୁର୍ଗତିନାଶିନୀ ଜଗଜ୍ଜନନୀ ମା’ ଦୁର୍ଗାଙ୍କ ସ୍ବାଗତ ପାଇଁ ଚଳଚଞ୍ଚଳ ଶ୍ରଦ୍ଧାଳୁଙ୍କ ମନପ୍ରାଣ। ପୀଠଠାରୁ ଆରମ୍ଭ କରି ପୂଜାମଣ୍ଡପ ‘ଯା ଦେବୀ ସର୍ବଭୂତେଷୁ ମାତୃରୂପେଣ ସଂସ୍ଥିତା। ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ’ର ପବିତ୍ର ଆରଧନା ମନ୍ତ୍ରରେ ପ୍ରକମ୍ପିତ ହେଉଛି। ଧରାପୃଷ୍ଠରେ ବିରାଜିଛନ୍ତି ମହିଷାମର୍ଦ୍ଦିନୀ ମା’ ଦୁର୍ଗା। ମା’ଙ୍କ ଆଗମନରେ ଉତ୍ସବମୁଖର ହୋଇଛି ପୁରପଲ୍ଲୀ। ମା’ଙ୍କ ମୃଣ୍ମୟ ମୂର୍ତ୍ତିରେ ଚକ୍ଷୁଦାନ ଓ ପ୍ରାଣ ପ୍ରତିଷ୍ଠା ପର୍ବ ପରେ ଶ୍ରଦ୍ଧାଳୁମାନେ ବି ଶକ୍ତି ସ୍ବରୂପିଣୀ ମା’ ଦୁର୍ଗାଙ୍କୁ ସେମାନଙ୍କ ଭକ୍ତି ନୈବେଦ୍ୟ ଅର୍ପଣ କରିଛନ୍ତି।
ଆଜି ଆଶ୍ବିନ ମାସ ତୁଳା ସଂକ୍ରାନ୍ତି ତିଥିରେ ମା’ଙ୍କ ପୀଠମାନଙ୍କରେ ମହାସପ୍ତମୀ ନୀତି ପାଳିତ ହୋଇଛି। ପୂଜାମଣ୍ଡପରେ ଗତକାଲି ପୂର୍ବାହ୍ଣରେ ବିଲ୍ବବରଣ ସହ କଳସଯାତ୍ରା, ଦେବୀଙ୍କ ଅଧିବାସ ପରେ ଷଷ୍ଠୀପୂଜା, ସୂର୍ଯ୍ୟପୂଜା, ଗୁରୁପୂଜା, ଧରିତ୍ରୀପୂଜା, ଦେବୀଙ୍କ ପ୍ରାଣ ପ୍ରତିଷ୍ଠା, ଚକ୍ଷୁଦାନ, ଆଳତି ଆଦି ନୀତି ଅନୁଷ୍ଠିତ ହୋଇଯାଇଛି। କେତେକ ପୂଜା ମଣ୍ଡପରେ ନିକଟରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି। କେତେକ ମଣ୍ଡପରେ ରବିବାର ସକାଳୁ ଚକ୍ଷୁଦାନ, ପ୍ରାଣ ପ୍ରତିଷ୍ଠା ସହ ଷଷ୍ଠୀପୂଜା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି।
ମନ୍ତ୍ରଧ୍ବନିରେ ପ୍ରକମ୍ପିତ ଗଗନପବନ
ମଳତିଥି ପାଇଁ ଦ୍ବନ୍ଦ୍ବ
ଆଲୋକରେ ଝଲସୁଛି ପୂଜାମଣ୍ଡପ
ଏହି ଦ୍ବନ୍ଦ୍ବ ଭିତରେ ବି ପୂଜାମଣ୍ଡପମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ କମିନି। ଆଜି ଅପରାହ୍ଣରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ମଳ ତିଥି ଦ୍ବନ୍ଦ୍ବ କାରଣରୁ କିଛି ପୂଜାମଣ୍ଡପରେ ଅକ୍ଟୋବର ୧୮ରେ ମହାଷ୍ଟମୀ, ଅକ୍ଟୋବର ୧୯ରେ ମହାନବମୀ ଓ ଅକ୍ଟୋବର ୨୦ରେ ଦଶମୀ ପୂଜା କରୁଥିବାବେଳେ କିଛି ପୂଜାମଣ୍ଡପ ଅକ୍ଟୋବର ୧୯ରେ ମହାଷ୍ଟମୀ, ୨୦ରେ ମହାନବମୀ ଓ ୨୧ରେ ଦଶମୀ ପୂଜାର ଆୟୋଜନ କରାଯାଇଛି। ଆଜି ପଳାଶୁଣୀ ଓ ଅନ୍ୟ ପୂଜା ମଣ୍ଡପରେ ମା’ଙ୍କ ପ୍ରାଣ ପ୍ରତିଷ୍ଠା ସହ ମହାସପ୍ତମୀ ପୂଜା ଆରମ୍ଭ ହୋଇସାରିଛି। କିନ୍ତୁ ନୟାପଲ୍ଲୀ ଓ ଅନ୍ୟ ପୂଜା ସମିତି ପକ୍ଷରୁ ସୋମବାର ସକାଳେ ଷଷ୍ଠୀପୂଜା ଆରମ୍ଭ କରିବା ସହ ଚକ୍ଷୁଦାନ, ପ୍ରାଣ ପ୍ରତିଷ୍ଠା ଆନି ନୀତିକାନ୍ତି କରିବାକୁ ନିଷ୍ପତ୍ତି ନିଆଯାଇଛି।
ପଳାଶୁଣୀ ଦୁର୍ଗାପୂଜା ସମିତିର ଉପସଭାପତି ରମେଶ ସାହୁ କହିଛନ୍ତି, ଆଜି ମା’ଙ୍କ ମହାସପ୍ତମୀ ପୂଜା ଆରମ୍ଭ ହୋଇଛି। ରବିବାର ରାତି ୯ଟାରୁ ସୋମବାର ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ଅଷ୍ଟମୀ ପୂଜା ଅନୁଷ୍ଠିତ ହେବ। କିନ୍ତୁ ଅକ୍ଟୋବର ୨୧ ବୁଧବାର ଦଶମୀ ପୂଜା ହେବ। ନୟାପଲ୍ଲୀ ଦୁର୍ଗାପୂଜା କମିଟିର ଉପଦେଷ୍ଟା ନବକିଶୋର ବେହେରା କହିଛନ୍ତି, ଯେହେତୁ ଆଜି ମଳ ତିଥି ରହିଥିଲା, ଷଷ୍ଠୀପୂଜା ହୋଇପାରିନି। ଆସନ୍ତାକାଲି ସକାଳେ ଷଷ୍ଠୀପୂଜା ଆରମ୍ଭ ହେବ। ଅକ୍ଟୋବର ୨୧ ବୁଧବାର ମହାଦଶମୀ ପୂଜା ଅନୁଷ୍ଠିତ ହେବ।

1 hour ago
1


